Horoscope Today 3 April 2023: ମେଷ- ଦେହ ଓ ମନ ଭଲ ରହିବ । କର୍ମ ଚଞ୍ଚଳ ରହିବେ । କର୍ମ କ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ । ଅକସ୍ମାତ ଧନପ୍ରାପ୍ତିର ଯୋଗ ରହୁଛି । ବ୍ୟବସାୟରେ ସଫଳତା ପାଇବେ । ଆଇନ୍‌, ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ ।


COMMERCIAL BREAK
SCROLL TO CONTINUE READING

ବୃଷ- ଶାରିରୀକ ସୁସ୍ଥତା ଲାଭ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । କାର୍ଯ୍ୟାଳୟରେ କାର୍ଯ୍ୟଚାପ ରହିବ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭ ପ୍ରଦ ହେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଅପରାହ୍ନରେ ଶୁଭଖବର ପ୍ରାପ୍ତ ହେବ ।


ମିଥୁନ- ଶାରୀରିକ କ୍ଲେଶ ବୃଦ୍ଧି ପାଇବ । ମାନସିକ ଅବସାଦ ଦେଖାଦେବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଗାଡିମଟର ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।


କର୍କଟ-ଆରୋଗ୍ୟ ରହିବେ । ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟୀମାନେ ଭଲ ଲାଭ କରିବେ ।


ସିଂହ- ଦେହ ସୁସ୍ଥ ରହିବ । ମନ ପ୍ରସନ୍ନ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ । ସନ୍ତାନଙ୍କ ସଫଳତାରେ ଆତ୍ମ ସନ୍ତୋଷ ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କ  ମଧୁର ହେବ ।


କନ୍ୟା- ଶରୀର ସୁସ୍ଥ ରହିବ । କର୍ମ ତତ୍ପର ହେବେ । କର୍ମ କ୍ଷେତ୍ରରେ ସଫଳତା ପାଇବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟ ଲାଭପ୍ରଦ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ ।


ତୁଳା- ଘାତ ଚନ୍ଦ୍ର ଭୋଗ ହେତୁ ଦିନଟିରେ ସତର୍କ ରୁହନ୍ତୁ । କର୍ମ କ୍ଷେତ୍ରରେ କର୍ମ ଚାପ ବୃଦ୍ଧି ପାଇବ । ଅନ୍ୟକୁ ସାହାଯ୍ୟ କରି ନିଜେ ଅସୁବିଧାରେ ପଡିବେ । ବ୍ୟବସାୟରେ ମଧ୍ୟମ ସଫଳତା ପାଇବେ । ଦୂର ଯାତ୍ରା କରନ୍ତୁ ନାହିଁ ।


ବିଛା- ଶରୀର ସୁସ୍ଥ ରହିବ । ଦୃଢ ମନା ହୋଇ ସମସ୍ତ କାର୍ଯ୍ୟ ନିର୍ବାହ କରିବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟିକ ସଫଳତା ପ୍ରାପ୍ତି କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସଭା ସମିତିରେ ନିଜର ପ୍ରାଧାନ୍ୟ ଜାହିର୍ କରିବେ ।


ଧନୁ-  ଦୃଢମନା ହେବେ । କର୍ମ କ୍ଷେତ୍ରରେ ଉପରିସ୍ତ ଅଧିକାରୀଙ୍କ ପ୍ରଶଂସା ପାଇବେ । ଋଣ ପରିଶୋଧ କରି ଆତ୍ମଶାନ୍ତି ପାଇବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ ।


ଅଧିକ ପଢ଼ନ୍ତୁ-ବିଜେପି ନେତାଙ୍କୁ ଗୁଳି କରି ହତ୍ୟା


ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ୨ ବର୍ଷ ବଢ଼ିଲା ଅବସର ବୟସ


ଅଧିକ ପଢ଼ନ୍ତୁ-IPL ମଝିରେ କ୍ରିକେଟ୍ ଜଗତରେ ଶୋକର ଛାୟା, ଏହି ଭେଟେରାନ୍ ଖେଳାଳିଙ୍କ ନିଧନ


ମକର- ମନ ଭଲ ରହିବ । ଆୟ ତୁଳନାରେ ବ୍ୟୟ ଅଧିକ ରହିବ । ଗୃହକୁ ବନ୍ଧୁ ଆଗମନ ହୋଇପାରେ । ବ୍ୟବସାୟରେ ସଫଳତା ପ୍ରାପ୍ତି କରିବେ । ସନ୍ତାନଙ୍କ ପାଇଁ ଚିନ୍ତାରେ ରହିବେ ।


କୁମ୍ଭ- ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟବସାୟ ମାନ୍ଦା ହେବ । ପାରିବାରିକ ଜୀବନରେ ଭୁଲ ବୁଝାମଣାର ଶିକାର ହେବେ ।


ମୀନ-ଆଶାବାଦୀ ହେବେ । ଅସଂପୂର୍ଣ୍ଣ  କାର୍ଯ୍ୟ ଆଜି ସଂପୂର୍ଣ୍ଣ  କରିବେ । ଅଧିନସ୍ଥ କର୍ମଚାରୀଙ୍କ  ସହଯୋଗ ପାଇବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅପରାହ୍ନରେ କୌଣସି ଶୁଭକାର୍ଯ୍ୟରେ ଯୋଗ ଦେବେ । ପାରିବାରିକ ଜୀବନ ସୁଖଶାନ୍ତି ପୂର୍ଣ୍ଣ ରହିବ ।