Horoscope Today 9 April 2023: ମେଷ- ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରହିବ । କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ । ଅକସ୍ମାତ୍ ଧନପ୍ରାପ୍ତିର ଯୋଗ ରହୁଛି । ଛାତ୍ରଛାତ୍ରୀମାନେ ଲିଖନ ପଠନରେ ମନନିବେଶ କରିବେ ।


COMMERCIAL BREAK
SCROLL TO CONTINUE READING

ବୃଷ- ଦେହ ଓ ମନ ସୁସ୍ଥ ରହିବ । ସୁଖ ସମ୍ମାନ ପ୍ରାପ୍ତ ହେବ । ବ୍ୟବସାୟ ଆଶାନୁରୂପକ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ଜୀବନ ସୁଖମୟ ହେବ ।


ମିଥୁନ - ଈଶ୍ୱର ବିଶ୍ୱାସୀ ହେବେ । ସ୍ୱାସ୍ଥ୍ୟ ସଚେତନ ହେବେ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଗୃହକୁ ବିବାହ ଆଦି ପ୍ରସ୍ତାବ ଆସିବ ।


କର୍କଟ- ଶରୀର ସୁସ୍ଥ ରହିବ । ପୂର୍ବ ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବେ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ବୁଝାମଣାର ଅଭାବ ପରିଲକ୍ଷିତ ହେବ । ବ୍ୟବସାୟରେ ଅଧିକ ପୁଞ୍ଜିର ଆବଶ୍ୟକତା ପଡିବ ।


ସିଂହ- ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ଜାହିର୍ କରିବେ । ମନ ପ୍ରଫୁଲ୍ଲିତ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ପ୍ରଶଂସିତ ହେବେ । ପରିବାରରେ ଉତ୍ତମ ବୁଝାମଣା ପରିଲକ୍ଷିତ ହେବ ।


କନ୍ୟା- ପୂଜା ଅର୍ଚ୍ଚନାକୁ ମନ ବଳିବ । ତୀର୍ଥ ସ୍ଥାନ ପରିଦର୍ଶନ କରିବେ । ଦୟାଳୁ ସ୍ୱଭାବର ହେବେ । ପାରିବାରିକ ସୁଖଶାନ୍ତି ପ୍ରାପ୍ତ ହେବ । ସୁଖପୂର୍ଣ୍ଣ ଭ୍ରମଣ ହେବ ।


ତୁଳା- ବିଳାସ ବ୍ୟସନରେ ଦୀନଚର୍ଯ୍ୟା କରିବେ । ବେପରୁଆ ଭାବେ ଖର୍ଚ୍ଚ କରିବେ । କର୍ମ କ୍ଷେତ୍ରରେ ପାରଦର୍ଶିତା ଦେଖାଇବେ । ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ । ସୁବର୍ଣ୍ଣ ସଂପଦ ପ୍ରାପ୍ତିର ଯୋଗ ରହିଛି ।


ବିଛା- ଅନାବଶ୍ୟକ ଖର୍ଚ୍ଚ ବଢିବ । ଧାର କରଜ କରିପାରନ୍ତି । ଧୈର୍ଯ୍ୟଚ୍ୟୁତ ହେବେ । ପାଖଲୋକ ବିଶ୍ୱାସଘାତକତା କରିବେ । ପଡୋଶୀଙ୍କ ସମ୍ପର୍କରେ ତିକ୍ତତା ଆସିବ ।


ଧନୁ- ଦିନଟି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିରେ ବିଳମ୍ବ ହେବ । ଅବସର ସମୟର ସଦ୍‌ଉପଯୋଗ କରିବେ । ପାରିବାରିକ ବିଶୃଙ୍ଖଳା ଦେଖାଦେବ ।


ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆ ପରେ ଆଇପିଏଲରୁ ମଧ୍ୟ ଏହି ଖେଳାଳିଙ୍କୁ କରାଯିବ ବାହାର! ନିଜକୁ ଗୋଡ଼ରେ ମାରିଲେ କୁରାଢ଼ୀ


ଅଧିକ ପଢ଼ନ୍ତୁ-ମହଙ୍ଗା ଭତ୍ତାକୁ ନେଇ ଆସିଲା ବଡ଼ ଖବର; ଅର୍ଥ ମନ୍ତ୍ରଣାଳୟ ବଦଳାଇଲା ନିୟମ! ବର୍ତ୍ତମାନ ମିଳିବ ଏତେ ଲାଭ...


ଅଧିକ ପଢ଼ନ୍ତୁ-IPL ମଝିରେ ଭାରତୀୟ କ୍ରିକେଟ୍ ପାଇଁ ଦୁଃଖଦ ଖବର, ଏହି ଖେଳାଳିଙ୍କ ନିଧନ; ଶୋକରେ ବୁଡ଼ିଲା କ୍ରୀଡା ଜଗତ


ମକର- ମନ ପ୍ରଫୁଲ୍ଲ ରହିବ । କର୍ମ ତତ୍ପରତା ବୃଦ୍ଧି ପାଇବ । ହର୍ଷ ଉଲ୍ଲାସରେ ଦିନ କାଟିବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ନୂତନ ଦ୍ରବ୍ୟ କ୍ରୟ କରିବେ ।


କୁମ୍ଭ- ଶାରୀରିକ ସୁସ୍ଥତା ଲାଭ କରିବେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କର୍ମ କରି ସଫଳ ହେବେ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହେବ । ଅପରାହ୍ନରେ ଦୂରଯାତ୍ରା କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।


ମୀନ- ଆଳସ୍ୟ ପରାୟଣ ହେବେ । ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବ । ବିରକ୍ତିଭାବ ପ୍ରକାଶ ପାଇବ । ବ୍ୟୟ ଭାର ବୃଦ୍ଧି ପାଇବ । ପରିବାରରେ ଅଶାନ୍ତି ଉପୁଜିବ ।