7th Pay Commission: ମହଙ୍ଗା ଭତ୍ତାକୁ ନେଇ ଆସିଲା ବଡ଼ ଖବର; ଅର୍ଥ ମନ୍ତ୍ରଣାଳୟ ବଦଳାଇଲା ନିୟମ! ବର୍ତ୍ତମାନ ମିଳିବ ଏତେ ଲାଭ...
Advertisement
Article Detail0/zeeodisha/odisha1643845

7th Pay Commission: ମହଙ୍ଗା ଭତ୍ତାକୁ ନେଇ ଆସିଲା ବଡ଼ ଖବର; ଅର୍ଥ ମନ୍ତ୍ରଣାଳୟ ବଦଳାଇଲା ନିୟମ! ବର୍ତ୍ତମାନ ମିଳିବ ଏତେ ଲାଭ...

7th Pay Commission: ଗତ ବର୍ଷ ଜୁଲାଇ ୨୦୨୨ରେ ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିଲା । ଏବେ ପୁଣି ଥରେ ୪ ପ୍ରତିଶତ ବୃଦ୍ଧି କରାଯାଇଛି । ଜାନୁୟାରୀ ୩୧, ୨୦୨୩ରେ ପ୍ରକାଶିତ CPI-IW ତଥ୍ୟରୁ ମହଙ୍ଗା ଭତ୍ତାରେ ୪.୨୩ ପ୍ରତିଶତ ବୃଦ୍ଧି ହେବ ବୋଲି ନିଷ୍ପତ୍ତି ନିଆଯାଇଛି । କିନ୍ତୁ, ଏହାକୁ ରାଉଣ୍ଡ ଫିଗର୍ କରାଯାଇଛି, ତେଣୁ ଏହା ୪ ପ୍ରତିଶତରେ କରାଯାଇଛି ।

7th Pay Commission: ମହଙ୍ଗା ଭତ୍ତାକୁ ନେଇ ଆସିଲା ବଡ଼ ଖବର; ଅର୍ଥ ମନ୍ତ୍ରଣାଳୟ ବଦଳାଇଲା ନିୟମ! ବର୍ତ୍ତମାନ ମିଳିବ ଏତେ ଲାଭ...

7th Pay Commission DA Hike: କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କ ପାଇଁ ଏକ ବଡ଼ ଖବର ଅଛି ।  ମହଙ୍ଗା ଭତ୍ତା (Dearness Allowance) କୁ ନେଇ କେନ୍ଦ୍ର ସରକାର (Central Government) ଙ୍କ ତରଫରୁ ବଡ଼ ସୂଚନା ସାମ୍ନାକୁ ଆସୁଛି । ବର୍ତ୍ତମାନ ଜୁଲାଇ ମାସରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରାଯିବ । କିନ୍ତୁ ଏଥର ସରକାର (Modi Govt) ମହଙ୍ଗା ଭତ୍ତା ଗଣନା (DA Hike Calculation)  କୁ ପରିବର୍ତ୍ତନ କରିପାରନ୍ତି । ବର୍ତ୍ତମାନ କର୍ମଚାରୀମାନେ ୪୨ ପ୍ରତିଶତ ହାରରେ ମହଙ୍ଗା ଭତ୍ତା (Dearness Allowance) ପାଉଛନ୍ତି । ମାର୍ଚ୍ଚ ମାସରେ କେନ୍ଦ୍ରର ମୋଦି ସରକାର (Modi Government) ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । କିନ୍ତୁ ବର୍ତ୍ତମାନ ଜୁଲାଇ ମାସରେ ମହଙ୍ଗା ଭତ୍ତା ଗଣନା (DA Calculation)  ରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ।

ଆପଣଙ୍କୁ କହି ରଖୁଛୁ ଯେ, କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (Dearness Allowance) ପ୍ରଦାନ କରୁଛନ୍ତି । ସାରା ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ସରକାର ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା (DA) ସଂଶୋଧନ କରନ୍ତି । ଏହା ମଧ୍ୟ କର୍ମଚାରୀଙ୍କ ଜୀବନଧାରଣର ମାନକୁ ଉନ୍ନତ କରିଥାଏ । କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (DA) ଓ ପେନସନଭୋଗୀଙ୍କୁ ମହଙ୍ଗା ରିଲିଫ୍ (Dearness Relief) ଦିଆଯାଏ । ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ ଦରମା କର୍ମଚାରୀଙ୍କ ବେସିକ ବେତନ ଉପରେ ମହଙ୍ଗା ଭତ୍ତା ହିସାବ କରାଯାଇଥାଏ ।

fallback

କହି ରଖୁଛୁ ଯେ, ଯଦି କୌଣସି କର୍ମଚାରୀଙ୍କ ସର୍ବନିମ୍ନ ବେସିକ ଦରମା ୨୫,୦୦୦ ଟଙ୍କା, ତା’ହେଲେ ତାଙ୍କର ମହଙ୍ଗା ଭତ୍ତା ୨୫,୦୦୦ର ୩୪ ପ୍ରତିଶତ ହେବ । ଏହାର ଅର୍ଥ ପ୍ରାୟ ୮୫୦୦ ଟଙ୍କା ହେବ । ଏହା କେବଳ ଏକ ଉଦାହରଣ । ଶ୍ରମ ମନ୍ତ୍ରଣାଳୟ (Labour Minitry) ରୁ ମିଳିଥିବା ସୂଚନା ଅନୁଯାୟୀ, ମହଙ୍ଗା ଭତ୍ତା ହିସାବ (DA Calculation) ର ସୂତ୍ର ସରକାର ବଦଳାଇ ଦେଇଛନ୍ତି । ଶ୍ରମ ମନ୍ତ୍ରଣାଳୟ ମହଙ୍ଗା ଭତ୍ତା (DA) ର ଆଧାର ବର୍ଷ (Base Year) ରେ ପରିବର୍ତ୍ତନ କରିଛି । ଏହାସହ ବେତନ ହାର ସୂଚକାଙ୍କ  (WRI-Wage Rate Index) ର ଏକ ନୂତନ ସିରିଜ୍ ଜାରି କରିଛି । ଶ୍ରମ ମନ୍ତ୍ରଣାଳୟ କହିଛି ଯେ ଆଧାର ବର୍ଷ ୨୦୧୬ =୧୦୦ ସହିତ WRI ର ନୂତନ ସିରିଜ୍ ୧୯୬୩-୬୫ର ଆଧାର ବର୍ଷ ପୁରୁଣା ସିରିଜର ସ୍ଥାନ ନେଇଛି । 

ଅଧିକ ପଢ଼ନ୍ତୁ-IPL ମଝିରେ ଭାରତୀୟ କ୍ରିକେଟ୍ ପାଇଁ ଦୁଃଖଦ ଖବର, ଏହି ଖେଳାଳିଙ୍କ ନିଧନ; ଶୋକରେ ବୁଡ଼ିଲା କ୍ରୀଡା ଜଗତ

ଅଧିକ ପଢ଼ନ୍ତୁ-ପେନସନଭୋଗୀଙ୍କ ପାଇଁ ବଡ଼ ଖବର; ସରକାର ବଢ଼ାଇଲେ ପେନସନ ରାଶି! ବର୍ତ୍ତମାନ ଏହି ଲୋକମାନେ ପାଇବେ ଅଧିକ ଟଙ୍କା

ଅଧିକ ପଢ଼ନ୍ତୁ-ଶୁକ୍ର ଦେବ କଲେ ଗୋଚର, ଏହି ୫ଟି ରାଶିଙ୍କ ଖୋଲିଲା ଭାଗ୍ୟ; ମାସ ସାରା ବର୍ଷିବ ଧନ, ମିଳିବ ଅନେକ ଖୁସି ଖବର

ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI-IW) ଆଧାରରେ ଡିଏ ଗଣନା କରାଯାଏ । ଦେଶରେ ମୁଦ୍ରାସ୍ଫୀତି କିପରି ବୃଦ୍ଧି ପାଉଛି? ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।