Cold Drinks: ଖରାଦିନେ ଆସିବେ ମାତ୍ରେ ଲୋକେ ଥଣ୍ତା ପାନୀୟ ପିଇବା ଆରମ୍ଭ କରିଦେଇଥାଆନ୍ତି । ଥଣ୍ତା ପାନୀୟ କଥା ଆସିଲେ ଲୋକଙ୍କ ମନରେ ପ୍ରଥମେ କୋଲ୍ଡ ଡ୍ରିଙ୍ଗସର ଭାବନା ଆସିଥାଏ । କୋଲ୍ଡ ଡ୍ରିଙ୍କ୍ସ ଦୁନିଆର ସବୁଠାରୁ ଲୋକପ୍ରିୟ ପାନୀୟ ଅଟେ। ଥଣ୍ତା ହେବା ସହ ଏହାର ସ୍ବାଦ ମଧ୍ଯ ଲୋକଙ୍କୁ ବେଶ ପସନ୍ଦ ଆସିଥାଏ । ତେବେ ବହୁ ଲୋକ ପ୍ରତ୍ୟେକ ଦିନ ଏହି କୋଲ୍ଡ ଡ୍ରିଙ୍ଗସ ପିଇଥାଆନ୍ତି । କିନ୍ତୁ ଏହି କୋଲ୍ଡ ଡ୍ରିଙ୍ଗସ୍ (Cold Drinks) ପିଇବା କେତେ ଠିକ୍? ବାସ୍ତବରେ କୋଲ୍ଡ ଡ୍ରିଙ୍ଗସ୍ ପିଇବା ସ୍ବାସ୍ଥ୍ୟା ପ୍ରତି ଆଦୌ ହିତକର ହୋଇନଥାଏ । ଏହାକୁ ସେବନ କରିବା ଦ୍ବାରା ଶରୀରରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ । ତେବେ ଥଣ୍ଡା ପାନୀୟ ବର୍ତ୍ତମାନ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଥଣ୍ଡା ପାନୀୟ ଆପଣଙ୍କୁ ମଦ ଓ ସିଗାରେଟ୍ ଭଳି ନିଶାଗ୍ରସ୍ତ କରିଦେଇଥାଏ। କୋଲ୍ଡ ଡ୍ରିଙ୍କସ ବୋତଲରେ କେତେ ପରିମାଣର ଚିନି ଥାଏ, ସେ ବିଷୟରେ ଆପଣଙ୍କ ପାଖରେ କିଛି ଧାରଣା ଅଛି କି? ଜାଣନ୍ତୁ କୋଲ୍ଡ ଡ୍ରିଙ୍କ୍ସ କେତେ କ୍ଷତିକାରକ? ଥଣ୍ଡା ପାନୀୟ ପିଇଲେ କିଡ୍ନୀ ଫେଲ୍ ହେବା ସହ ଅସ୍ଟିଓପୋରୋସିସ୍ ହୋଇପାରେ କି? ସମାଲୋଚକମାନେ ଥଣ୍ଡା ପାନୀୟକୁ ଟଏଲେଟ୍ କ୍ଲିନର୍ ସହ ତୁଳନା କରିଥାଆନ୍ତି । ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ପ୍ରକାରର କ୍ଷତିକାରକ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଏହା ସ୍ୱାସ୍ଥ୍ୟ ଉପରେ କି ପ୍ରକାର ପ୍ରଭାବ ପକାଇଥାଏ ।


COMMERCIAL BREAK
SCROLL TO CONTINUE READING

ଗୋଟିଏ ଗ୍ଲାସ ଥଣ୍ତା ପାନୀରେ ଏତିକି ପରିମାଣର ରହିଥାଏ ଚିନି


ଅଧିକ ଥଣ୍ଡା ପାନୀୟ ବା କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ବାରା ଓଜନ ବୃଦ୍ଧି ପାଇଥାଏ । ଏଥିରେ ଥିବା ଚିନି ଓଜନ ବଢାଇବା ସହ ଶରୀରରେ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଗୋଟେ ଗ୍ଲାସ କୋଲ୍ଡ ଡି଼ଙ୍ଗସରେ ୮ରୁ ୧୦ ଚାମଚ ଚିନି ରହିଥାଏ ।


ସୃଷ୍ଟି କରିଥାଏ ସ୍ୱାସ୍ଥ୍ୟ ସମସ୍ୟା


କୋଲ୍ଡ ଡି଼ଙ୍ଗସ ପିଇବା ଦ୍ୱାରା ଶରୀରରେ ଶର୍କରା ସ୍ତର ବଢିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ । ଏକ ଗ୍ଲାସ୍ କୋଲ୍ଡ ଡି଼ଙ୍ଗସରେ ପ୍ରାୟ ୧୫୦ କ୍ୟାଲୋରୀ ରହିଥାଏ । ପ୍ରତିଦିନ ଏତେ ପରିମାଣର କ୍ୟାଲୋରୀ ଓଜନ ବଢିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ ।


ସୃଷ୍ଟି  ହୋଇଥାଏ ଫ୍ୟାଟି ଲିଭର ସମସ୍ୟା(Fatty Live)


କୋଲ୍ଡ ଡି଼ଙ୍ଗସରେ ପିଇବା ଦ୍ବାରା ଫ୍ୟାଟି ଲିଭର ସମସ୍ୟା ସୃଷ୍ଟି କରିଥାଏ । ଏଥିରେ ଦୁଇ ପ୍ରକାରର ଚିନି ଥାଏ । ପ୍ରଥମଟି ହେଉଛି- ଗ୍ଲୁକୋଜ, ଯାହା ଶରୀରରେ ଶୀଘ୍ର ଅବଶୋଷିତ ହୁଏ ଓ ମେଟାବୋଲିଜଡ୍ ହୁଏ । ଦ୍ୱିତୀୟଟି ହେଉଛି ଫ୍ରୁକଟୋଜ, ଯାହା କେବଳ ଯକୃତରେ ଗଚ୍ଛିତ ରହିଥାଏ । ଏପରି ପରିସ୍ଥିତିରେ, ପ୍ରତିଦିନ ଥଣ୍ଡା ପାନୀୟ ପିଇବା ଦ୍ବାରା ଫ୍ରୁକଟୋଜ ଯକୃତରେ ଅଧିକ ପରିମାଣରେ ଜମା ହୋଇଯାଏ ଫଳରେ ଯକୃତ ଜନିତ ସମସ୍ୟା ଦେଖାଦେଇଯାଏ ।


ମଧୁମେହ ସମସ୍ୟା(Diabetes)


କୋଲ୍ଡ ଡି଼ଙ୍ଗସରେ ଚିନିର ପରିମାଣ ଅତ୍ୟଧିକ ଥିବାରୁ ଏହା ପିଇବା ଦ୍ବାରା ମଧୁମେହ ସମସ୍ୟା ଦେଖାଦେଇଥାଏ । ଏହା ଶରୀରରେ ଶର୍କରା ସ୍ତର ବଢାଇବା ସହ ଇନସୁଲିନକୁ ଶୀଘ୍ର ମୁକ୍ତ କରିଥାଏ । କିନ୍ତୁ ଯଦି ଆପଣ ବାରମ୍ବାର ଇନସୁଲିନ୍ ହରମୋନ୍ ବିଚଳିତ କରନ୍ତି, ତେବେ ଏହାର ବିପରୀତ ପ୍ରଭାବ ପଡି଼ପାରେ ।


ଦାନ୍ତ ଉପରେ ପକାଇଥାଏ ପ୍ରଭାବ (Teeth problems)


ଆପଣ ଆଶ୍ଚର୍ଯ୍ୟ ହେବେ, ଥଣ୍ଡା ପାନୀୟର ଅତ୍ୟଧିକ ପିଇବା ଦ୍ବାରା ଆମ ଦାନ୍ତ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଏଥିରେ ଫସଫୋରିକ୍ ​​ଏସିଡ୍ ଓ ଅନ୍ୟାନ୍ୟ ପ୍ରକାରର ଏସିଡ୍ ରହିଥାଏ ଯାହା ଆମ ଦାନ୍ତ ପାଇଁ କ୍ଷତିକାରକ ଅଟେ ।


(ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରୀ ପରାମର୍ଶ ନିଅନ୍ତୁ  । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି । ZEE ODIDHA ଏହାର ପୃଷ୍ଟି କରେ ନାହିଁ ।)