Health Tips: ଶୀତଦିନେ ସାଧାରଣତଃ ସମସ୍ତେ କମ୍ ପାଣି ପିଇଥାନ୍ତି। ଫଳରେ ଦେହରେ ଜଳୀୟ ଅଂଶ କମି ଯାଇଥାଏ। ସେଥିପାଇଁ ତ୍ବଚା ଶୁଖିଲା ଦେଖାଯିବା ସହ ଓଠ ମଧ୍ୟ ଫାଟିଥାଏ । ଏଭଳି ଆଉ କେତେକ ସମସ୍ୟା ମଧ୍ୟ ଦେଖାଦେଇଥାଏ।  ତେବେ, ଆସନ୍ତୁ ଜାଣିବା ଶୀତଦିନେ କେତେ,ପାଣି ପିଇବା ଆବଶ୍ୟକ । ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହ ତ୍ବଚାକୁ ସତେଜ ରଖିବ ।   


COMMERCIAL BREAK
SCROLL TO CONTINUE READING

ପାଣି ପିଇବା କାହିଁକି ଆବଶ୍ୟକ?
କମ୍ ପାଣି ପିଇଲେ ଆମେ ଡିହାଇଡ୍ରେସନର ଶିକାର ହୋଇଥାଉ । ଯାହା ଆମ ଅଙ୍ଗକୁ କ୍ଷତି ପହଞ୍ଚାଏ । କମ୍ ପାଣି ପିଉଥିବା ବୟସ୍କ ବ୍ୟକ୍ତିମାନେ ବାରମ୍ବାର ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ସଠିକ୍ ପରିମାଣର ପାଣି ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । 


ଗୋଟିଏ ଦିନରେ ଆପଣ କେତେ ପାଣି ପିଇବା ଉଚିତ୍ ?


ବୟସ ଅନୁସାରେ, ବ୍ୟକ୍ତିଙ୍କ ଉପରେ ପାଣି ପିଇବା ଆବଶ୍ୟକ ।  ସମୟ, ସ୍ଥାନ,କୌଣସି ଋତୁ ଉପରେ ନିର୍ଭର କରି ଏହା ଅଧିକ କିମ୍ବା କମ୍ ହୋଇପାରେ  । ଡାକ୍ତରମାନେ ପରାମର୍ଶ ଦିଅନ୍ତି ଯେ, ଆପଣ ସର୍ବଦା ନିଜ ହାତରେ ପାଣି ବୋତଲ ରଖନ୍ତୁ ଯାହା ଦ୍ବାରା ଆପଣ ଯେତେବେଳେ ଶୋଷିଲା ଅନୁଭବ କରିବେ । ସେତେବେଳେ ଆପଣ ପାଣି ପିଇ ପାରିବେ । ଆପଣଙ୍କୁ ଏକ ସମୟରେ ୩-୪ ଗ୍ଲାସ୍ ପାଣି ପିଇବା ଆବଶ୍ୟକ ନାହିଁ, ଏହାକୁ ପ୍ରତି ଘଣ୍ଟାରେ ପିଅନ୍ତୁ ।


ଏହାବି ପଢନ୍ତୁ : Diabetes In Young Age: ଯୁବାବସ୍ଥାରେ ମଧୁମେହକୁ କିପରି କରିବେ ଗୁଡବାଏ , ଜାଣି ରଖନ୍ତୁ କିଛି ଟିପ୍ସ


 


ଆପଣ ସକାଳୁ ଉଠିବା ମାତ୍ରେ କେତେ ପାଣି ପିଇବା ଉଚିତ୍?


ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, ରାତିସାରା ଶରୀରରେ ଜଳର ଅଭାବ ରହିଥାଏ। ତେଣୁ ଆପଣ ସକାଳୁ ଉଠିବା ମାତ୍ରେ ଅତି କମରେ ଗୋଟିଏ ଗ୍ଲାସ୍ ପାଣି ଖାଇବା ଉଚିତ୍। ନଚେତ୍ ରକ୍ତ ମୋଟା ହୋଇଯାଏ ଏବଂ ଯାହା ହୃଦଘାତର କାରଣ ହୋଇପାରେ । 


ବ୍ୟାୟାମ ସମୟରେ ମଧ୍ୟ ପାଣି ପିଅନ୍ତୁ  : 
ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ବ୍ୟାୟାମ କରିବା ସମୟରେ ଆମେ  ଦେହରୁ ବହୁତ ଝାଳ ବାହାରେ । ବ୍ୟାୟାମ ସମୟରେ ଏବଂ ପରେ କିଛି ପାଣି ପିଇବା ଆବଶ୍ୟକ।


ଠିଆ ହେବା ସମୟରେ ଆମେ ପାଣି ପିଇବା ଉଚିତ୍ ନୁହେଁ କି?


ଠିଆ ହୋଇ ପାଣି ପିଇବାକୁ କେତେକ ମନା କରନ୍ତି । ତେବେ, ଏଭଳି କଥାକୁ ଖଣ୍ତନ କରିଛନ୍ତି କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ । ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ମାରାଥନରେ ଦୌଡୁଥିବା ଧାବକ ବା ଧାବିକା ମାନେ କିପରି ପାଣି ପିଇଥାନ୍ତି ବୋଲି ଯୁକ୍ତି ବାଢିଛନ୍ତି। 


ଗରମ ପାଣି କିମ୍ବା ଥଣ୍ଡା ପିଅନ୍ତୁ?
ଡାକ୍ତରମାନେ ବର୍ଷସାରା ଉଷୁମ ପାଣି ପିଇବାକୁ ପରାମର୍ଶ ଦିଅନ୍ତି । କିନ୍ତୁ ଫ୍ରିଜ୍ ପାଣି ବା ଥଣ୍ତା ପାଣି ପିଇବା କ୍ଷତିକାରଣ ହୋଇଥାଏ ।  ଶୀତଦିନେ ଆପଣ ଉଷୁମ ପାଣି ପିଇପାରିବେ ।


ଆପଣ କେଉଁ ସମୟରେ ପାଣି ପିଇବା ଉଚିତ୍ ନୁହେଁ ?


ଡାକ୍ତରଙ୍କ କହିବାନୁସାରେ, ଫଳରେ ଅଧିକ ପରିମାଣରେ ଜଳ ଥାଏ । ତେଣୁ ଫଳ ଖାଇବା ପରେ ପାଣି ପିଇବା ଉଚିତ୍ ନୁହେଁ । ସେହିଭଳି ଭାତ ଖାଇବା ପରେ ପାଣି ପିଇବା ଉଚିତ୍ ନୁହେଁ । ଆପଣ ଖାଦ୍ୟ ଖାଇବାର ୩୦ ମିନିଟ୍ ପରେ ପାଣି ପିଇପାରିବେ ।