Diabetes In Young Age: ଯୁବାବସ୍ଥାରେ ମଧୁମେହକୁ କିପରି କରିବେ ଗୁଡବାଏ , ଜାଣି ରଖନ୍ତୁ କିଛି ଟିପ୍ସ
Advertisement
Article Detail0/zeeodisha/odisha1433292

Diabetes In Young Age: ଯୁବାବସ୍ଥାରେ ମଧୁମେହକୁ କିପରି କରିବେ ଗୁଡବାଏ , ଜାଣି ରଖନ୍ତୁ କିଛି ଟିପ୍ସ

Diabetes In Young Age: ମଧୁମେହ ବା ଡାଏବିଟିସ (Diabetes) । ସମଗ୍ର ବିଶ୍ୱରେ ମଧୁମେହ ରୋଗ ଦ୍ରୁତ ଗତିରେ ବଢିବାରେ ଲାଗିଛି । ପୂର୍ବରୁ କେବଳ ବୃଦ୍ଧବୃଦ୍ଧାଙ୍କୁ ମଧୁମେହ ହେଉଥିଲା। କିନ୍ତୁ ବର୍ତ୍ତମାନ ଚିନ୍ତାର ବିଷୟ ଯେ, ଯୁବପୀଢି ମଧ୍ୟ ଏଥିରେ ପୀଡିତ ହେଉଛନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Diabetes In Young Age: ମଧୁମେହ ବା ଡାଏବିଟିସ (Diabetes) । ସମଗ୍ର ବିଶ୍ୱରେ ମଧୁମେହ ରୋଗ ଦ୍ରୁତ ଗତିରେ ବଢିବାରେ ଲାଗିଛି । ପୂର୍ବରୁ କେବଳ ବୃଦ୍ଧବୃଦ୍ଧାଙ୍କୁ ମଧୁମେହ ହେଉଥିଲା। କିନ୍ତୁ ବର୍ତ୍ତମାନ ଚିନ୍ତାର ବିଷୟ ଯେ, ଯୁବପୀଢି ମଧ୍ୟ ଏଥିରେ ପୀଡିତ ହେଉଛନ୍ତି। ୟୁକେରେ ହୋଇଥିବା ଏକ ଗବେଷଣା ଅନୁଯାୟୀ, ୨୦୧୬-୧୭ ରେ , ୧୨୦,୦୦୦ ଯୁବକଙ୍କ ଠାରେ ମଧୁମେହ ଦେଖାଦେଇଥିଲା । କିନ୍ତୁ ବର୍ତ୍ତମାନ ୨୦୨୦-୨୧ ଏହା ୧୪୮୦୦୦କୁ ବୃଦ୍ଧି ପାଉଛି ।  ଅର୍ଥାତ୍ ୨୩ ପ୍ରତିଶତ ବୃଦ୍ଧି ପାଇଛି । ଏହି ରିପୋର୍ଟରୁ ସ୍ପଷ୍ଟ ବାରି ହୋଇ ପଡୁଛି ଯେ, ଯୁବକମାନେ ମଧ୍ୟ ମଧୁମେହ ରୋଗରେ ପୀଡିତ ହେଉଛନ୍ତି । 

ଅଳ୍ପ ବୟସରେ ମଧୁମେହ ରୋଗ କାହିଁକି ହେଉଛି ?

ଅଳ୍ପ ବୟସରେ ମଧୁମେହର ଶିକାର ହେଉଥିବା ଲୋକଙ୍କ ପଛରେ ମୋଟାପଣ ହେଉଛି ମୁଖ୍ୟ କାରଣ । ଏବଂ ମେଦବହୁଳତା । ଜଙ୍କପୁଡ୍ , ମିଠା ଏବଂ ଚର୍ବିଯୁକ୍ତ ଖାଦ୍ୟରୁ ଆସିଥାଏ । ଏହା ବ୍ୟତୀତ ବ୍ୟାୟାମର ଅଭାବ କାରଣରୁ ମଧ୍ୟ ଓଜନ ବୃଦ୍ଧି ପାଇଥାଏ। ଚାପ ମଧ୍ୟରେ ରହୁଥିବା ଯୁବକ ମାନଙ୍କଠାରେ ମଧୁମେହ ସୃଷ୍ଟି  ହୋଇଥାଏ । ସାଧାରଣତ ଯେଉଁମାନେ ଅଳ୍ପ ବୟସରେ ଟାଇପ୍-୨ ମଧୁମେହରେ ପୀଡିତ ହୁଅନ୍ତି । ଏହା ସେମାନଙ୍କର ବଂଶଗତ ହୋଇଥାଏ ।

ଯୁବକମାନଙ୍କ ଠାରେ ମଧୁମେହର ଲକ୍ଷଣ ଗୁଡ଼ିକ କ’ଣ?

ଟାଇପ୍-୨ ମଧୁମେହର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଅତ୍ୟଧିକ ଶୋଷ ଲାଗିବା, ଅତ୍ୟଧିକ ପରିସ୍ରା, ଥକ୍କା ଅନୁଭବ କରିବା, କ୍ଷତ ଭଲ ନ ହେବା ଏବଂ ପାଦରେ କିଛି କ୍ଷଣ ପାଇଁ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏହା ବ୍ୟତୀତ ଲୋକଙ୍କ ଆଖିକୁ ମଧ୍ୟ ଭଲ ଦେଖା ନ ଯିବା । 

ଅଳ୍ପ ବୟସରେ ମଧୁମେହକୁ ରୋକାଯାଇପାରିବ କି?
 
ଅସାଧାରଣ ଜୀବନ ଶୈଳୀ ଯୋଗୁଁ ମଧୁମେହ ହୋଇଥାଏ । ଯାହାକୁ ଦୂରାଇବା ସଂପୂର୍ଣ୍ଣ ସମ୍ଭବ । ଆପଣଙ୍କ ଖାଦ୍ୟରେ ଅଧିକରୁ ଅଧିକ ସୁସ୍ଥ ଖାଦ୍ୟ ଅନ୍ତର୍ଭୂକ୍ତ କରନ୍ତୁ ଏବଂ କାର୍ବସ୍ ଏବଂ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଗ୍ରହଣକୁ କମ୍ କରନ୍ତୁ । ଠିକ୍ ଓଜନ ବଜାୟ ରଖିବା ପାଇଁ ପ୍ରତିଦିନ ବ୍ୟାୟାମ କରନ୍ତୁ  । ଏଥିପାଇଁ ଯୋଗ କରିବା, ଠିକ୍ ସମୟରେ ଶୋଇବା ଏବଂ ଭଲ ନିଦ କରିବା ଜରୁରୀ ଅଟେ ।

୪୦ ବର୍ଷ ବୟସ ପୂର୍ବରୁ କିପରି ମଧୁମେହକୁ ରୋକାଯାଇପାରିବ ?

ଶାରୀରିକ କାର୍ଯ୍ୟକଳାପକୁ ଗୁରୁତ୍ୱ ଦିଅ :

ଶାରୀରିକ କାର୍ଯ୍ୟକଳାପ ଆମ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଞ୍ଜୀବନୀ | ଆମର ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ ଆମ ମଧ୍ୟରୁ ଅଧିକାଂଶ ବ୍ୟାୟାମ ପାଇଁ ସମୟ ଦେଇ ପାରନ୍ତି ନାହିଁ ।  ପ୍ରତିଦିନ ହାଲୁକା ବ୍ୟାୟାମ କରନ୍ତୁ କିନ୍ତୁ କିଛି ସମୟ ପାଇଁ, ଯେପରିକି ଚାଲିବା, ଘର କାମ, ବଗିଚା, ଭାରୀ ଜିନିଷ ଉଠାଇବା, ନାଚିବା ଇତ୍ୟାଦି । ଆପଣ ମଧ୍ୟ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ ।

ଉଚ୍ଚତା ଅନୁସାରେ ସଠିକ୍ ଓଜନ ରଖନ୍ତୁ :

ଯଦି ତୁମର ଉଚ୍ଚତା ଅନୁଯାୟୀ ଶରୀରର ଓଜନ ଅଧିକ । ଏହାକୁ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ । ଯାହା ଆପଣଙ୍କ ମେଟାବୋଲିଜିମ୍ରେ ଉନ୍ନତି ଆଣିବ ଏବଂ ଆପଣଙ୍କୁ ଏକ ସୁସ୍ଥ ଜୀବନ ଦେବ । ଖାଦ୍ୟରେ ପ୍ରୋଟିନ୍ ଗ୍ରହଣକୁ  ବଢାନ୍ତୁ । କ୍ରାସ୍ ଡାଏଟ୍ ଠାରୁ ଦୂରେଇ ରୁହନ୍ତୁ ଏବଂ ଆବଶ୍ୟକ କ୍ୟାଲୋରୀ ଏବଂ ପୁଷ୍ଟିକର ଖାଦ୍ୟ ନିଜ ଡାଏଟରେ ସାମିଲ କରନ୍ତୁ। 

ଧୂମପାନ ଛାଡନ୍ତୁ :
ମଧୁମେହରୁ ରକ୍ଷା ପାଇବା ପାଇଁ ତମାଖୁ ବ୍ୟବହାର ବନ୍ଦ କରିବା ଜରୁରୀ ଅଟେ। ବିଶେଷ କରି ଧୂମପାନ।

ଚାପରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ :
ସମସ୍ତଙ୍କ ଜୀବନରେ ଚାପ ଅଛି, ଆମେ ସମସ୍ତେ କିଛି ସମସ୍ୟା ଦେଇଗତି କରିଥାଉ ।  ଜୀବନରେ ଥିବା ଅସୁବିଧାକୁ ଦୂର କରାଯାଇପାରିବ ନାହିଁ, କିନ୍ତୁ ଏସବୁକୁ ଏଡ଼ାଇବା ପାଇଁ ଅନ୍ୟ ଉପାୟ ନିଶ୍ଚିତ ଭାବରେ ମିଳିପାରିବ । ଆପଣ ଗୀତ ଶୁଣିପାରିବେ, ନୃତ୍ୟ କରିପାରିବେ, ଧ୍ୟାନ କରିପାରିବେ, ଯୋଗ କରିପାରିବେ ଏବଂ ପରାମର୍ଶର ସାହାଯ୍ୟ ମଧ୍ୟ ନେଇପାରିବେ ।

ପର୍ଯ୍ୟାପ୍ତ ନିଦ   :

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ ବହୁତ ଜରୁରୀ ଅଟେ। ମଧୁମେହକୁ ଏଡାଇବା ପାଇଁ ପ୍ରତିଦିନ ଅତି କମରେ ୭ ଘଣ୍ଟା ଶୋଇବା ଉଚିତ୍ ।