ମୋବାଇଲ ଫୋନରେ ଷ୍ଟୋରେଜ୍ ଫୁଲ୍ ହୋଇଯାଇଛି କି? ଜାଣନ୍ତୁ କେମିତି କରିବେ ଖାଲି...
ମୋବାଇଲରେ ଅନେକ ପ୍ରକାରର ସୋସିଆଲ ମିଡିଆ ଆପ୍ସ (Social Media Apps) ଓ ମେସେଞ୍ଜର ଆପ୍ସ (Messenger Apps) ରହିଥାଏ । ଆମେ ଯେତେବେଳେ ଏହି ସବୁ ଆପ୍ସ ମାଧ୍ୟମରେ ଫଟୋ ଷ୍ଟୋରୀ ଦେଖିଥାଉ କିମ୍ବା ମେସେଞ୍ଜରରେ ଷ୍ଟିକରସ୍ (Stickers) ଆଉ ଜିଆଇଏଫ୍ (GIF) ଫାଇଲ୍ ସେୟାର କରୁ, ସେତେବେଳେ ଏହି ସବୁ ଆମ ଫୋନରେ ଷ୍ଟୋର ହୋଇ ରୁହେ । ଗ୍ୟାଲେରୀରୁ ହଟାଇବା ପରେ ବି ଏହା ଡିଲିଟ୍ ହୋଇନଥାଏ । ସେଥିପାଇଁ ଫୋନର ସେଟିଂକୁ ଯାଇ , ସେଠାରେ ଥିବା ଷ୍ଟୋରେଜ ଅପସନ୍ କ୍ଲିକ୍ କରନ୍ତୁ । ଏବଂ ସେଠାରେ ଥିବା ମିଡିଆ ଗ୍ରୁପ୍ସ ରୁ ଫଟୋ , ଭିଡିଓ , ଡକ୍ୟୁମେଣ୍ଟସ୍ କୁ ଡିଲିଟ୍ କରିଦିଅନ୍ତୁ ।
ପ୍ରାୟ ସମୟରେ ମୋବାଇଲ(Mobile) ଫୋନର ଷ୍ଚୋରେଜ ମେମୋରି ଫୁଲ୍ (Storage Memory Full) ହୋଇଯାଏ , ସେତେବେଳେ ଆମେ ପ୍ରଥମେ ଗ୍ୟାଲେରୀ ( Gallery) ରେ ଥିବା ଫଟୋ (Photo ) କୁ ଡିଲିଟ୍ (Delete) କରୁ । ଏହାପରେ କିଛି ଆପ୍ସ (Apps) କୁ ବି ଡିଲିଟ୍ କରୁ । ହେଲେ ମୋବାଇଲ ଷ୍ଟୋରେଜକୁ ଖାଲି କରିବା ପାଇଁ ଆମେ କେବଳ ସେହି ଫାଇଲ୍ସ ଡିଲିଟ୍ କରୁ ଯାହା ଆମ ନଜରରେ ଆସେ । ଆମ ଫୋନରେ ଏମିତି ଅନେକ ଫାଇଲ୍ସ ଅଛି ଯାହା ଆମ ନଜରକୁ ଆସେ ନାହିଁ କିନ୍ତୁ ଫୋନରେ ରହିଥାଏ । ଯଦି ଆପଣଙ୍କ ଫୋନରେ ଅଧିକ ଫଟୋ ନଥିବା ସତ୍ତ୍ୱେ ଆପଣଙ୍କ ମେମୋରି ଫୁଲ୍ ହୋଇଯାଉଛି କି? ତେବେ ଏହାର କାରଣ ଆପଣଙ୍କ ଫୋନରେ ରହିଥିବା କିଛି ହାଇଡ୍ ଫାଇଲ୍ସ ।
ଷ୍ଟୋରେଜ କେମିତି ଖାଲି କରିବେ?
ମୋବାଇଲରେ ଅନେକ ପ୍ରକାରର ସୋସିଆଲ ମିଡିଆ ଆପ୍ସ (Social Media Apps) ଓ ମେସେଞ୍ଜର ଆପ୍ସ (Messenger Apps) ରହିଥାଏ । ଆମେ ଯେତେବେଳେ ଏହି ସବୁ ଆପ୍ସ ମାଧ୍ୟମରେ ଫଟୋ ଷ୍ଟୋରୀ ଦେଖିଥାଉ କିମ୍ବା ମେସେଞ୍ଜରରେ ଷ୍ଟିକରସ୍ (Stickers) ଆଉ ଜିଆଇଏଫ୍ (GIF) ଫାଇଲ୍ ସେୟାର କରୁ, ସେତେବେଳେ ଏହି ସବୁ ଆମ ଫୋନରେ ଷ୍ଟୋର ହୋଇ ରୁହେ । ଗ୍ୟାଲେରୀରୁ ହଟାଇବା ପରେ ବି ଏହା ଡିଲିଟ୍ ହୋଇନଥାଏ । ସେଥିପାଇଁ ଫୋନର ସେଟିଂକୁ ଯାଇ , ସେଠାରେ ଥିବା ଷ୍ଟୋରେଜ ଅପସନ୍ କ୍ଲିକ୍ କରନ୍ତୁ । ଏବଂ ସେଠାରେ ଥିବା ମିଡିଆ ଗ୍ରୁପ୍ସ ରୁ ଫଟୋ , ଭିଡିଓ , ଡକ୍ୟୁମେଣ୍ଟସ୍ କୁ ଡିଲିଟ୍ କରିଦିଅନ୍ତୁ ।
Cache Data କ୍ଲିଅର କେମିତି କରିବେ
କମ୍ପ୍ୟୁଟର ହେଉ ବା ମୋବାଇଲ ଫୋନ, ଯେତେବେଳେ ଆମେ ଗୋଟିଏ ଶବ୍ଦକୁ ବାରମ୍ବାର ଖୋଜୁଥାଉ, ସେତେବେଳେ ଏହା କେସ୍ (Cache) ମେମୋରୀରେ ଗୋଟିଏ ଅସ୍ଥାୟୀ ଫାଇଲ୍ସ ଭାବେ ସେଭ୍ ହୋଇଯାଏ । ଆଉ ଯେତେବେଳେ ଆମେ ସେହି ଶବ୍ଦକୁ ପୁଣିଥରେ ସର୍ଚ୍ଚ କରିଥାଉ ସ ସେତେବେଳେ କେସ୍ (Cache) ମେମୋରୀରୁ ତୁରନ୍ତ ଏହି ଡାଟା ଆକସେସ୍ ହୋଇଯାଏ । ଏହି ଡାଟା ଫୋନରେ ସେଭ୍ ହୋଇରୁହେ । କେସ୍ ଡାଟା କ୍ଲିୟର କରିବା ପାଇଁ ସେଟିଂର ଅପସନକୁ ଯାଆନ୍ତୁ । ଆପ୍ଲିକେସନ ଅପସନରେ କ୍ଲିକ୍ କରନ୍ତୁ । ଫୋନରେ ଯେତେସବୁ ଆପ୍ସ ଥିବ ତାହାର ଲିଷ୍ଟ ମୋବାଇଲ ସ୍କ୍ରିନରେ ଆସିଯିବ। ପ୍ରତ୍ୟେକ ଆପ୍ କୁ ଗୋଟି ଗୋଟି କରି ଖୋଲନ୍ତୁ, ପ୍ରତ୍ୟେକ ଆପର ଷ୍ଟୋରେଜକୁ ଯାଇ ତଳେ ଥିବା କ୍ଲିନ୍ କେସ୍ ଅପସନରେ କ୍ଲିକ୍ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଫୋନରେ ଥିବା କେସ୍ (Cache) ଡାଟା କ୍ଲିଅର ହୋଇଯିବ ।
ଜରୁରୀ ଥିବା ଆପ୍ସ (Apps) ରଖନ୍ତୁ
ଅନେକ ଆପ୍ସ ଅଛି ଯାହା ମୋବାଇଲରେ ଅଧିକ ସ୍ପେସ୍ ନେଇଥାଏ, ଫଳରେ ମୋବାଇଲ ଷ୍ଟୋରେଜ ଫୁଲ୍ ହୋଇଯାଏ । ସେଥିପାଇଁ କେବଳ ଜରୁରୀ ଥିବା ଆପ୍ସକୁ ମୋବାଇଲରେ ରଖନ୍ତୁ । ସପିଂ ସାଇଟ୍ ଆପ୍ ଡାଉନଲୋଡ୍ ନକରି ବ୍ରାଉଜରରେ ସପିଂ ସାଇଟ୍ ୱେବସାଇଟକୁ ବ୍ୟବହାର କରନ୍ତୁ । ଏହାଦ୍ୱାରା ଫୋନର ମେମୋରି ଫୁଲ୍ ହେବନାହିଁ । ସେହିପରି ଫଟୋ ଏଡିଟିଂ ଏବଂ କୋଲାଜ୍ ପାଇଁ କେବଳ ଗୋଟିଏ ଆପ୍ ରଖନ୍ତୁ ।
ଟ୍ରେସ୍ (Trash) ଖାଲି କରନ୍ତୁ
ମୋବାଇଲରେ ଡାଟା କ୍ଲିଅର କରିବା ପରେ ଏହି ଡାଟା ରିସାଇକଲବିନ୍ ବା ଟ୍ରାସ (Trash) ରେ ଷ୍ଟୋର ହୋଇରୁହେ । ଏହାକୁ ଡିଲିଟ୍ କରିବା ପାଇଁ ସେଟିଂ ଅପସନକୁ ଯାଆନ୍ତୁ । ସେଠାରେ ଥିବା ବ୍ୟାଟେରୀ ଆଣ୍ଡ ଡିଭାଇସ୍ କେୟାରର ଅପସନରେ କ୍ଲିକ୍ କରନ୍ତୁ । ଗ୍ୟାଲେରି ଅପସନକୁ ଯାଇ ସେଠାରେ ଥିବା ଫାଇଲ୍ସକୁ ଏକାସଙ୍ଗେ ସିଲେକ୍ଟ (Select) କରିବା ସହ ସେଠାରେ ଥିବା ଏମ୍ପଟି ଅପସନ୍ (Empty Option) ଉପରେ କ୍ଲିକ୍ (Click) କରି ଡିଲିଟ୍ କରନ୍ତୁ ।
ଏହା ବି ପଢ଼ନ୍ତୁ:-ଓଡ଼ିଶା ଆସୁଛନ୍ତି ୧୦ କେନ୍ଦ୍ର ମନ୍ତ୍ରୀ, ଆକାଂକ୍ଷୀ ଜିଲ୍ଳାର ପରଖିବେ ସ୍ଥିତି
ଏହା ବି ପଢ଼ନ୍ତୁ:-ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ଘଟଣାକୁ ନେଇ ଏପରି କିଛି କହିଲେ ଧର୍ମେନ୍ଦ୍ର ପ୍ରଧାନ
ଏହା ବି ପଢ଼ନ୍ତୁ:-ବଦଳିବେ ପିସିସି ସଭାପତି! ନିରଞ୍ଜନଙ୍କ ସ୍ଥାନ ନେବେ ଏହି ନେତା
ଡୁପ୍ଲିକେଟ (Duplicate) ଫାଇଲ ହଟାନ୍ତୁ
ଅନେକ ଥର ମୋବାଇଲ ଫୋନରେ ଗୋଟିଏ ଫାଇଲ ଦୁଇଥର ସେବ୍ ହୋଇଯାଏ । ଡାଟା ଡିଲିଟ୍ ସମୟରେ ଏହି ଫାଇଲ୍ସକୁ ବି ଡିଲିଟ୍ କରନ୍ତୁ । ସେଥି ପାଇଁ ମୋବାଇଲର ସେଟିଂ ଅପସନକୁ ଯାଆନ୍ତୁ, ସେଠାରେ ଥିବା ବ୍ୟାଟେରୀ ଆଣ୍ଡ ଡିଭାଇସ୍ କେୟାର ଅପସନରେ କ୍ଲିକ୍ କରନ୍ତୁ । ଏହା ପରେ ଷ୍ଟୋରେଜ ଅପସନରେ କ୍ଲିକ କଲେ ମୋବାଇଲ ସ୍କିନରେ ଡୁପ୍ଲିକେଟ୍ ଫାଇଲ୍ସ ଦେଖିବାକୁ ମିଳିବ, ଏହା ଉପରେ କ୍ଲିକ୍ କରି ମୋବାଇଲକୁ ଡୁପ୍ଲିକେଟ ଫାଇଲ ହଟାଇ ପାରିବେ ।