Milk Side Effects: କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ଡାକ୍ତରମାନେ କହିଛନ୍ତି। କିନ୍ତୁ ଯଦି ସାଚୁରେଟେଡ୍ ଫ୍ୟାଟ୍ ର ମାତ୍ରା ଅତ୍ୟଧିକ ଥାଏ, ତେବେ ସାବଧାନ ରହିବା ଆବଶ୍ୟକ। ଏଭଳି କ୍ଷୀର ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇପାରେ । ସୁସ୍ଥ ଖାଦ୍ୟ ବ୍ୟକ୍ତିକୁ ସୁସ୍ଥ ରଖିଥାଏ। ଫିଟ୍ ରହିବା ପାଇଁ ଭଲ ଖାଦ୍ୟ ଆବଶ୍ୟକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। କ୍ଷୀରକୁ ଏକ ସୁସ୍ଥ ଖାଦ୍ୟ ପାଇଁ ସର୍ବୋତ୍ତମ ଉତ୍ସ ବୋଲି ମଧ୍ୟ ବିବେଚନା କରାଯାଏ । ଏଥିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ୍ ରହିଥାଏ। ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧ୍ୟ ରହିଛି। କିନ୍ତୁ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ, ତେଣୁ ଏଠାରେ ଅବଶ୍ୟ କିଛିଟା ଚିନ୍ତା କରିବାର ଅଛି । ବୈଜ୍ଞାନିକମାନେ ମଧ୍ୟ ଏ ନେଇ ଚେତାବନୀ ଦେଇଛନ୍ତି। ଆସନ୍ତୁ ଜାଣିବା କେଉଁ ପ୍ରକାର କ୍ଷୀର ମଧ୍ୟ ହୃଦୟକୁ ଅସୁସ୍ଥ କରିପାରେ। ଏଥିରୁ କିପରି ସତର୍କ ରହିବେ।


COMMERCIAL BREAK
SCROLL TO CONTINUE READING

ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ କ୍ଷୀର ସମେତ ଦୁଗ୍ଧଜାତ ଦ୍ରବ୍ୟ(Milk Based Food) ସେବନ କଲେ ହୃଦରୋଗ ହୋଇପାରେ । କେବଳ ଏତିକି ନୁହେଁ ହାଡ଼ ସମ୍ବନ୍ଧୀୟ ରୋଗରେ ମଧ୍ୟ କ୍ଷୀର ପିଇବାଠାରୁ ଦୂରେଇ ରହିବାକୁ ପଡ଼ିବ। କାରଣ ଏହା ହାଡର ଦୁର୍ବଳତାକୁ ବଢାଇଥାଏ । ଏଥିସହିତ କିଛି ଖାଦ୍ୟ ସାଇଟିକା ଯନ୍ତ୍ରଣା ସୃଷ୍ଟି କରିପାରେ। ଏହି ଖାଦ୍ୟରେ ଦୁଗ୍ଧ ଜାତ ଦ୍ରବ୍ୟ ମଧ୍ୟ ଅନ୍ତର୍ଭୁକ୍ତ।


ଏହିସବୁ ରୋଗରେ ମଧ୍ୟ କ୍ଷୀର ସେବନ ରୁ ଦୂରେଇ ରୁହନ୍ତୁ
ଯଦି କାହାର ଶରୀରରେ ପ୍ରଦାହ ଜନିତ ରୋଗ ଅଛି, ତେବେ ସେ କ୍ଷୀର ପିଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ବ୍ୟତୀତ ଲିଭର ସମସ୍ୟାରେ କ୍ଷୀର ଠାରୁ ଦୂରେଅ ରୁହନ୍ତୁ। ଫ୍ୟାଟି ଲିଭର କିମ୍ବା ଲିଭର ପ୍ରଦାହ, କିଡନୀ ସମସ୍ୟାରେ ମଧ୍ୟ କ୍ଷୀରଠାରୁ ଦୂରେଇ ରୁହନ୍ତୁ, ପିସିଓଏସ୍ ଏବଂ ପାଚନ ତନ୍ତ୍ରରେ ମଧ୍ୟ କ୍ଷୀର ଏବଂ ସେଥିରୁ ପ୍ରସ୍ତୁତ ଜିନିଷ ଖାଆନ୍ତୁ ନାହିଁ।


କାହିଁକି ଏହା ଏକ ସମସ୍ୟା ପାଲଟିଛି?
ଡାକ୍ତରଙ୍କ କହିବା ଅନୁଯାୟୀ କ୍ଷୀର ଓ ମିଲ୍କଶେକ୍ ରେ ଅଧିକ ମାତ୍ରାରେ ସାଚୁରେଟେଡ୍ ଫ୍ୟାଟ୍ ରହିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ସେ କହିଛନ୍ତି ଯେ ହୃତପିଣ୍ଡର ରକ୍ତନଳୀ ଉପରେ ଏକ ଅଧ୍ୟୟନ କରାଯାଇଥିଲା। ଏଥିରୁ ଜଣାପଡିଛି ଯେ ଅଧିକ ସାଚୁରେଟେଡ୍ ଫ୍ୟାଟ୍ ଥିବା ଦୁଗ୍ଧ ଜାତ ଦ୍ରବ୍ୟ ସେବନ କରିବା ଦ୍ୱାରା ହୃଦ୍ ରୋଗ ହେବାର ଆଶଙ୍କା ବଢ଼ିଯାଇଥାଏ। 


କମ ଚର୍ବି ଯୁକ୍ତ କ୍ଷୀର ପିଅନ୍ତୁ
ଯେଉଁମାନେ କମ୍ ସାଚୁରେଟେଡ୍ ଫ୍ୟାଟ୍ ଯୁକ୍ତ ଖାଦ୍ୟ ଖାଆନ୍ତି, ଯେଉଁମାନେ ଅଧିକ ସାଚୁରେଟେଡ୍ ଫ୍ୟାଟ୍ ଖାଆନ୍ତି ସେମାନଙ୍କ ତୁଳନାରେ ହୃଦଘାତର ଆଶଙ୍କା ଯଥେଷ୍ଟ କମ୍ ରହିଥାଏ। ସେମାନଙ୍କର ରକ୍ତଚାପ ଓ ମଧୁମେହ ହେବାର ସମ୍ଭାବନା ମଧ୍ୟ କମ୍ ଥାଏ। ସୁସ୍ଥ ଖାଦ୍ୟ ଭାବରେ ହାଇ ସୁଗାର କ୍ଷୀର ଏବଂ ସାଚୁରେଟେଡ୍ କ୍ଷୀର ସେବନ ରୁ ଦୂରେଇ ରୁହନ୍ତୁ।


(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । 


Also Read: Shani Shukra Yuti: ୧୦ ବର୍ଷ ପରେ ବିରଳ ଯୋଗ, ସମସପ୍ତକ ଯୋଗରୁ ୫ରାଶିକୁ ପ୍ରଚୁର ଲାଭ!


Also Read: Sawan 2024: ତୃତୀୟ ସୋମବାରରେ ୫ଟି ଶୁଭଯୋଗ, ଫିଟିବାକୁ ଯାଉଛି ଏହି ୩ରାଶିଙ୍କ ଭାଗ୍ୟ !