ନୂଆଦିଲ୍ଲୀ: ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । କିନ୍ତୁ ବୟସ ବଢିବା ସମୟରେ ଏହାକୁ ଖାଇବା ଅଧିକ ଗୁରୁତ୍ବପୂର୍ଣ୍ଣ ଅଟେ । ୪୦ ବର୍ଷ ବୟସରେ ଶରୀରରେ ଦୁର୍ବଳତା ଆରମ୍ଭ ହୋଇଥାଏ ତେଣୁ ନିୟମିତ ଅଣ୍ଡା ଖାଇବା ଜରୁରୀ ହୋଇଥାଏ। ଅଣ୍ଡା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ ଏହା ଭିତରେ ଥିବା ଭିଟାମିନ୍ ଏବଂ ମିନେରାଲ୍ସ ସ୍ବାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଏହା ଅନେକ ସମସ୍ୟା ଠାରୁ ଦୂରେଇ ରଖିବାରେ ସାହାଯ୍ୟ କରେ । ଅଣ୍ଡା ଭିତରେ ପ୍ରୋଟିନ୍ ପ୍ରଚୁର ପରିମାଣର ଥାଏ ଯାହା କେବଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ତାହା ନୁହେଁ ବରଂ ମାଂସପେଶୀକୁ ମଜଭୁତ କରିବାରେ ଉପଯୋଗୀ  । ବୟସ୍କଙ୍କ ପାଇଁ ଅଣ୍ଡା କୌଣସି ବରଦାନ ଠାରୁ କମ୍ ନୁହେଁ । ୪୦ ଟପିବା ମାତ୍ରେ ଅଣ୍ଡା ହାଡ ସହ ମାଂସପେଶୀକୁ ମଜଭୁତ କରିଥାଏ ।


COMMERCIAL BREAK
SCROLL TO CONTINUE READING

୪୦ ବର୍ଷ ବୟସ ପରେ ଅଣ୍ଡା ଖାଇବାର ଲାଭ
୧. ହାଡ଼ ଏବଂ ମାଂସପେଶୀକୁ କରେ ମଜଭୁତ
ବଢୁଥିବା ବୟସର ଗୋଟିଏ ଲକ୍ଷଣ ହେଉଛି ଗଣ୍ଠି ଦରଜ କଷ୍ଟ  । ପ୍ରତିଦିନ ଅଣ୍ଡା ଖାଇବା ଦ୍ବାରା ହାଡ ମଜଭୁତ ହୋଇଥାଏ । ଏଥିରେ ଭିଟାମିନ୍ ଡି ଏବଂ କ୍ୟାଲସିୟମ ବୋନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।


୨. ମେଟାବୋଲିଜିମ୍ ବୃଦ୍ଧି କରିଥାଏ
ଯେମିତି ବୟସ ବଢିଥାଏ ସେହିପରି ମେଟାବୋଲିଜିମ୍ ଦୁର୍ବଳ ହେବାକୁ ଲାଗେ । ତେବେ ଆପଣକୁ କହି ରଖିବୁ ଯେ ପ୍ରତ୍ୟେକ ଦିନ ଅଣ୍ଡା ଖାଇଲେ ନିଜ ଶରୀରର ମେଟାବୋଲିଜିମ୍ ଶକ୍ତିଶାଳୀ ହୋଇଥାଏ ।


୩. ରକ୍ତହୀନତା ଦୂରକରେ
ଶରୀରର ରକ୍ତହୀନତା ସମସ୍ୟା ହେଉଛି ରକ୍ତ ଅଭାବ । ବୟସ ବଢିବା ସହିତ ଏ ପରି ସମସ୍ୟା ଦେଖିବାକୁ ମିଳିଥାଏ। ଏହି ସମସ୍ୟା ପଛରେ ଆଇରନ ଅଭାବ ହେଉଛି ପ୍ରମୁଖ । ଅଣ୍ଡା ରେ ଅଧିକ ଆଇରନ ମାତ୍ରା ଥାଏ ଯାହା କେବଳ ଶରୀରରେ ରକ୍ତର ଅଭାବକୁ ଦୂର କରେ ତାହା ନୁହେଁ ଏହା ସହ ରକ୍ତହୀନତା ଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରେ  |


୪. ହୃଦଘାତ ଆଶଙ୍କାକୁ ବି ଦୂର କରେ
ବୃଦ୍ଧାବସ୍ଥାରେ ହୃଦୟ ସମ୍ବନ୍ଧୀୟ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡି଼ପାରେ । ଆପଣଙ୍କୁ କହିରଖୁଛୁ କି ଯଦି ୪୦ ବର୍ଷ ବୟସ ପରେ ନିୟମିତ ଭାବରେ ଅଣ୍ଡା ଖାଆନ୍ତି ତେବେ ହୃଦୟ ସହ ଜଡିତ ସବୁ ସମସ୍ୟା ଦୂର ହୋଇଯିବ ।