July 30,2023 Odia Panji: ହିନ୍ଦୁ ପାଞ୍ଜିକୁ (Odia Panji) ପଞ୍ଜାଙ୍ଗ (Today panchang) ବୋଲି କୁହାଯାଏ।  ସମୟ ଏବଂ ସମୟର ସଠିକ୍ ଗଣନା ପଞ୍ଚଙ୍ଗ ମାଧ୍ୟମରେ କରାଯାଇଥାଏ।ଆଜିର ପାଞ୍ଜି ବା ପଞ୍ଜାଙ୍ଗ(Today panchang) ଅନୁସାରେ,ଆଜି ହେଉଛି (ଜୁଲାଇ ୩୦) ରବିବାର। ଆଜି ହେଉଛି ଶ୍ରାବଣ  (Sawan 2023) ଶୁକ୍ଲପକ୍ଷ ଦ୍ବାଦଶ ତିଥି । ଆଜିର ଦିନଟି ପ୍ରଭୁ ସୂର୍ଯ୍ୟଦେବଙ୍କ ପାଇଁ ସମର୍ପିତ । ଏହି ଦିନରେ ମଳ ନକ୍ଷେତ୍ର ଓ  ପ୍ରଭୁ ଇନ୍ଦ୍ରଙ୍କ ସମକକ୍ଷ ହେବେ। ଆଜି ଚନ୍ଦ୍ର ମିଥୁନ ରାଶିରେ ରହିବେ। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ। ତେବେ,ଆସନ୍ତୁ ଜାଣିବା ଆଜିର ଶୁଭ(shubh muhurat ) ଓ ଅଶୁଭ ସମୟ ବିଷୟରେ... 


COMMERCIAL BREAK
SCROLL TO CONTINUE READING

Also Read: Horoscope Today 30 July 2023: ଏହି ରାଶିର ବ୍ୟକ୍ତିଙ୍କୁ ବ୍ୟବସାୟରେ ଆୟ ଉତ୍ତମ ହେବା ସହ ମିଳିବ ସୁସମ୍ବାଦ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?


Also Read: Ravivar Upay: ସୁଖ ସମୃଦ୍ଧି ବୃଦ୍ଧି ପାଇଁ ରବିବାର ଦିନ କରନ୍ତୁ ଏହି ୬ଟି ଉପାୟ


ଆଜିର ପଞ୍ଚାଙ୍ଗ (panchang) ଅନୁଯାୟୀ, ୩୦ ଜୁଲାଇ ହେଉଛି ଶ୍ରାବଣ ଶୁକ୍ଲପକ୍ଷ ଦ୍ବାଦଶ ତିଥି। ଏ-ହି ଦିନ ଧାର୍ମିକ କାର୍ଯ୍ୟର ବିଶେଷ ମହତ୍ତ୍ବ ରହିଛି । ଏ-ହି ଦିନ ଆପଣ ସୂର୍ଯ୍ୟଦେବଙ୍କୁ ପୂଜା କଲେ ବିଶେଷ ଶୁଭ ଫଳ ପାଇବା ସହ ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟା  ଦୂର ହୋଇଯିବା।  ଖାସ୍ କରି ପ୍ରାତଃ ସମୟରେ, ଆପଣ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ପୂଜା କଲେ ସମସ୍ତ ରିଷ୍ଟ ଖଣ୍ତନ ହୋଇଥାଏ। ଏହା-ସହିତ ଏହି ଦିନ ସୂର୍ଯ୍ୟଙ୍କ ପାଇଁ ଉପବାସ ରହିଲେ ସୂର୍ଯ୍ୟଦେବ ସନ୍ତୁଷ୍ଟ ହୋଇ ଥାଆନ୍ତି । ଏବଂ ଆପଣଙ୍କ ଦୁଃଖ କଷ୍ଟକୁ ଲାଘବ କରିଥାଆନ୍ତି। 


Also Read: HBD Sanjay Dutt: ଜଣେ କି ଦୁଇ ଜଣ ନୁହେଁ, ଏତିକି ଶହ ଯୁବତୀଙ୍କ ସହ ଥିଲା ସଞ୍ଜୁବାବାଙ୍କ ପ୍ରେମ ସମ୍ପର୍କ


Also Read: Online Tomato Order: ଏହି ସରକାରୀ ଆପ୍ ଅଧା ମୂଲ୍ୟରେ ମିଳୁଛି ଟମାଟୋ! ଜାଣନ୍ତୁ କିପରି କରିବେ ଅର୍ଡର


ଶୁଭ ଓ ଅଶୁଭ ସମୟ :


ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତି ପୃଥିବୀରେ ଜନ୍ମ ହେବା କ୍ଷଣି ନବଗ୍ରହଙ୍କର ଶୁଭ ଓ ଅଶୁଭ ପ୍ରଭାବ ତାହା ସହିତ ଯୋଡି ହୋଇଥାଏ । ବେଳେ ବେଳେ ନବଗ୍ରହଙ୍କର ପ୍ରଭାବରେ ମଣିଷକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ।  ତେବେ,ଆଜିର ସୂର୍ଯ୍ୟୋଦୟ ସମୟ ୫ଟା ୪୫ ମିନିଟ୍ ହୋଇଥିବା ବେଳେ ସୂର୍ଯ୍ୟାସ୍ତ ସମୟ ୫ଟା ୯ ମିନିଟ୍ ସମୟରେ ରହିଛି।   ଆଜିର ରାହୁକାଳ ସମୟ(rahu kaal) ସକାଳ ୫ଟା ୨୯ ରୁ ଆରମ୍ଭ ହୋଇ ସକାଳ ୯ ଟା ୪୫ ପର୍ଯ୍ୟନ୍ତ ରହିବ। ଏ-ହି ସମୟରେ ଶୁଭ କାମ କରିବା ନିଷେଧ । ଶୁଭ ସମୟ (ଶୁଭ ମୁହୁରତ) ଅପରାହ୍ନ  ୧୨ଟାରୁ ଆରମ୍ଭ ହୋଇ ୧୨ଟା ୫୪ ପର୍ଯ୍ୟନ୍ତ ରହିଛି ।  ଏହି ସମୟରେ ଆପଣ ଯେ କୌଣସି ଶୁଭକାର୍ଯ୍ୟ କରିପାରିବେ।  


(ପ୍ରତ୍ୟାଖ୍ୟାନ: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ସୂଚନା ପାଇଁ ଦିଆଯାଉଛି । ଜି ଓଡ଼ିଶା ଏହାକୁ ନିଶ୍ଚିତ କରେ ନାହିଁ । କୌଣସି ପ୍ରତିକାର ନେବା ପୂର୍ବରୁ, ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଅନ୍ତୁ ।)