Acne Problem And Solution: ଯୁବପିଢିଙ୍କ ଠାରେ ବ୍ରଣ ଏକ ସାମାନ୍ୟ କଥା। କିନ୍ତୁ ବାରମ୍ବାର ମୁହଁରେ ବ୍ରଣ ଉଠିବା ଏକ ଚିନ୍ତାଜନକ ବିଷୟ। କିଛି ଲୋକ ଏହାକୁ ଭୁଲ ଖାଦ୍ୟପେୟ, ଫେସୱାସ କିମ୍ବା କ୍ରିମ୍ ପାଇଁ ହେଉଥିବା କୁହନ୍ତି। କିନ୍ତୁ ଏହା ପଛର ମୁଖ୍ୟ କାରଣ ଉପରେ କେହି ନଜର ପକାନ୍ତି ନାହିଁ। ବ୍ରଣ ପଛରେ ଆମର ଦୈନନ୍ଦିନ ଜୀବନଶୈଳୀ କିଛି ମାତ୍ରାରେ ଦାୟୀ। ଯଦି ସମୟ ପୂର୍ବରୁ ଏହି ଅଭ୍ୟାସକୁ ବଦଳାନଯାଏ ତେବେ ସ୍କୀନ ଖରାପ ହେବାର ସମ୍ଭାବନା ଅଛି। ତେବେ ଆସନ୍ତୁ ଜାଣିବା ଆମର କେଉଁ କେଉଁ ଅଭ୍ୟାସ ଯୋଗୁଁ ବାରମ୍ବାର ମୁହଁରେ ବ୍ରଣ ହୋଇଥାଏ।


COMMERCIAL BREAK
SCROLL TO CONTINUE READING

ମୋବାଇଲର ବ୍ୟବହାର-


ଆମେ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁ। ବିଶେଷ କରି ଯୁବପିଢି ଏଥିରେ ଅଧିକ ଆଡିକ୍ଟେଡ୍। କିନ୍ତୁ ଆପଣ ଜାଣନ୍ତି କି ସ୍ମାଟଫୋନ ଯୋଗୁଁ ମଧ୍ୟ ବ୍ରଣ ହୋଇଥାଏ। ହଁ ଆଜ୍ଞା, ଅଧିକ ସମୟ ସ୍ମାର୍ଟଫୋନ ବ୍ୟବହାର କରିବା ଦ୍ୱାରା ମୁହଁରେ ବ୍ରଣ ଉଠିଥାଏ। ସ୍ମାର୍ଟଫୋନରେ ଅଧିକ ପରିମାଣର ବ୍ୟାକ୍ଟେରିଆ ରୁହନ୍ତି। ଆମେ ଅଧିକ ସମୟ ଏହାକୁ ଗାଲରେ ରଖିବା ଦ୍ୱାରା ଝାଳ ବାହାରେ। ସେହି ଝାଳ ଓ ମଇଳା ଆମ ଗାଲରେ ଜମା ହୁଏ, ଫଳରେ ବ୍ରଣ ଉଠିଥାଏ।


Also Read: Women after marriage: ବିବାହ ପରେ କାହିଁକି ବଦଳିଯାଏ ମହିଳାଙ୍କ ସ୍ୱଭାବ? ଆସିଥାଏ ଏହି ସବୁ ପରିବର୍ତ୍ତନ


ଚେହେରାକୁ ବାରମ୍ବାର ଛୁଇଁବା-


ଚେହେରାରେ ବ୍ରଣ ହୋଇଥିଲେ ଲୋକ ତାକୁ ବାରମ୍ବାର ଛୁଅନ୍ତି। ଏହି ଛୁଇଁବା ଦ୍ୱାରା ମଧ୍ୟ ବ୍ରଣ ଅଧିକ ହୋଇଥାଏ। ଆମ ମଇଳା ହାତ ବ୍ରଣରେ ବାଜିବା ଫଳରେ ବ୍ୟାକେଟିଆ ଗୁଡିକ ଶୀଘ୍ର ବ୍ୟାପନ୍ତି। ତେଣୁ ଆପଣଙ୍କର ମଧ୍ୟ ବ୍ରଣ ଛୁଇଁବାର ଅଭ୍ୟାସ ଅଛି, ତେବେ ସେଥିରୁ ନିବୃତ ରୁହନ୍ତି। ନଚେତ୍ ଆଗକୁ ସ୍କିନ୍ ଖରାପ ହେବାର ସମ୍ଭାବନା ଅଛି। ମନେରଖନ୍ତୁ, ନିୟମିତ ଭାବେ ହାତକୁ ଧୁଅନ୍ତି, ଏଥିପାଇଁ ଆପଣ ସାନିଟାଇଜର କିମ୍ବା ହ୍ୟାଣ୍ଡୱାସ ବ୍ୟବହାର କରିପାରିବେ।


ତକିଆ କଭର-


ମୁଣ୍ଡରେ ତକିଆ ଦେଇ ଶୋଇବା, ପ୍ରାୟ ଲୋକଙ୍କର ଅଭ୍ୟାସ। ଆମେ ୭-୮ ଘଣ୍ଟା ତକିଆ ଉପରେ ମୁଣ୍ଡରଖି ଶୋଉ। କିଛି ଲୋକ ମାସ ମାସ ପର୍ଯ୍ୟନ୍ତ ତକିଆ ଖୋଳ ବଦଳାନ୍ତି ନାହିଁ। ଫଳରେ ତକିଆରେ ମାଇକ୍ରୋ ଡଷ୍ଟ ଜମା ହୋଇରୁହେ। ଆଉ ଶୋଇବା ବେଳେ ସେହି ଡଷ୍ଟ ଆମ ଚେହେରାକୁ ଯାଏ ଏବଂ ତାହା ବ୍ରଣ ସମସ୍ୟା ସୃଷ୍ଟି କରେ। ଏହି ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ତକିଆ କଭରକୁ ନିୟମିତ ଭାବେ ବଦଳାନ୍ତୁ ଓ ମୁହଁ ଧୁଅନ୍ତୁ।


Also Read: Tea Side Effects: ଅଧିକ ଚା' ପିଉଛନ୍ତି କି? ହୋଇପାରେ ଏସବୁ ଘାତକ ରୋଗ


ଖୋଲା କେଶ-


ମହିଳାମାନେ ଷ୍ଟାଇଲିସ ଦେଖାଯିବାକୁ ଚୁଟି ଖୋଲା ରଖନ୍ତି। ଏହା ସେମାନଙ୍କୁ ଆକର୍ଷଣ କରେ। କିନ୍ତୁ ଏହି ଖୋଲା ଚୁ଼ଟି ବି ବ୍ରଣର କାରଣ ହୋଇପାରେ। ବାରମ୍ବାର ମୁହଁ, ଚୁଟି ସସ୍ପର୍ଷରେ ଆସିବା ଦ୍ୱାରା ବ୍ରଣ ହେବାର ସମ୍ଭାବନା ଅଛି। ଅନେକ ସମୟରେ ଚୁଟିର ତେଲ ମୁହଁରେ ଲାଗେ ଓ ତେଲ ପାଇଁ ଚେହେରାରେ ମଇଲା ଜମେ। ତେଣୁ ଯଥା ସମ୍ଭାବ ଲମ୍ବା ଚୁଟିକୁ ବାନ୍ଧି ରଖନ୍ତୁ।