Top 10 News Today: ଆଜିର ଦିନରେ ଭାରତ-ଚୀନ ଯୁଦ୍ଧର ଆରମ୍ଭ ହୋଇଥିଲା, ବଢିଲା ଶୀତ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2518984

Top 10 News Today: ଆଜିର ଦିନରେ ଭାରତ-ଚୀନ ଯୁଦ୍ଧର ଆରମ୍ଭ ହୋଇଥିଲା, ବଢିଲା ଶୀତ ଏବଂ ସକାଳର ଅନ୍ୟ ମୁଖ୍ୟ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ଆଜିର ଦିନରେ ଭାରତ-ଚୀନ ଯୁଦ୍ଧର ଆରମ୍ଭ ହୋଇଥିଲା, ବଢିଲା ଶୀତ  ଏବଂ ସକାଳର ଅନ୍ୟ ମୁଖ୍ୟ ଖବର

1.୧୯୭୩ ମସିହା ନଭେମ୍ବର ୧୮ ତାରିଖରେ ବାଘକୁ ଭାରତର ଜାତୀୟ ପ୍ରାଣୀ ଭାବେ ଘୋଷଣା କରାଯାଇଥିଲା। ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁସାରେ ଏହି ନିର୍ଦ୍ଦିଷ୍ଟ ପ୍ରଜାତିର ବାଘର ସଂରକ୍ଷଣ ଏବଂ ସୁରକ୍ଷିତ ବିଚରଣକୁ ଧ୍ୟାନ ଦିଆଯାଇଥିଲା। ବିଶେଷକରି ଭାରତର ସାଂସ୍କୃତିକ ମୂଲ୍ୟବୋଧ ଏବଂ ଏହି ପ୍ରଜାତିର ବିଲୁପ୍ତିକୁ ଲକ୍ଷ୍ୟ କରି ଭାରତ ସରକାର ବାଘର ସୁରକ୍ଷା ଏବଂ ସଂରକ୍ଷଣ ଲାଗି ବିଭିନ୍ନ ପଦକ୍ଷେପ ଘୋଷଣା କରିଥିଲେ। 

2.୧୯୬୨ ମସିହା ଆଜିର ଦିନରେ ଭାରତ ଏବଂ ଚୀନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଏହା ୪ ଦିନ ଧରି ଚାଲିଥିଲା। ଇଣ୍ଡୋ-ଚାଇନା ଓ୍ୱାର ଭାବେ ଇତିହାସରେ ପରିଚିତ ଏହି ଯୁଦ୍ଧ ସେତେବଳେ ଭାରତର ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଇଥିଲା। ଭାରତର ସାମରିକ ଶକ୍ତି ସଜ୍ଜାରେ ଥିବା ଦୁର୍ବଳତା ଏହି ସମୟରେ ସାମ୍ନାକୁ ଆସିଥିଲା। ଯେଉଁ ପରିସ୍ଥିତିରୁ ଭାରତ ଆଜି ଉପରକୁ ଉଠି ଏକ ବିଶ୍ୱଶକ୍ତିରେ ପରିଣତ ହୋଇଛି। 

3. ମଣିପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ବିସ୍ଫୋରକ ସ୍ତିତିରେ ପହଞ୍ଚିଛି। ସଶସ୍ତ୍ର ଉଗ୍ରବାଦୀଙ୍କ ବିରୁଦ୍ଧରେ ତୁରନ୍ତ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମଣିପୁରର ନାଗରିକ। ଏ ବିଷୟରେ ଗୃହମନ୍ତ୍ରୀ ଅମିତ ଶାହ ସ୍ଥିତି ଅନୁଧ୍ୟାନ କରିବା ସହ ଆଜଗି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବେ। ଏଠାରେ ସଶସ୍ତ୍ର ଉଗ୍ରବାଦ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇପାରେ। ସିଆର୍‍ ପିଏଫ୍‍ ଡିଜି ଗତକାଲିଠାରୁ ଇମ୍ଫାଲ ଉପତ୍ୟାକାରେ ଅବସ୍ଥାନ କରିଛନ୍ତି। 

4. ଦିଲ୍ଲୀ ପାଇଁ ଅଧିକ ଯାତ୍ରା ସମୟ ରଖିବାକୁ ଯାତ୍ରୀଙ୍କୁନ ନିବେଦନ କରିଛି ଇଣ୍ଡିଗୋ ବିମାନ ସେବା ପ୍ରଦାନକାରୀ ସଂସ୍ଥା। ଏକ ପରାମର୍ଶ ବୁଲେଟିନରେ ଇଣ୍ଡିଗୋ କହିଛି, ଦିଲ୍ଲୀରେ ପ୍ରବଳ କୁହୁଡ଼ି ଯୋଗୁ ବିମାନ ଚଳାଚଳ ବିଳମ୍ବିତ ହେଉଛି । ଯାତ୍ରୀମାନେ ସେମାନଙ୍କ ଯାତ୍ରା ସମୟକୁ ଅଧିକ ରଖି ଯାତ୍ରା କରନ୍ତୁ। 

5. ତାଳଚେରରେ ରାଜ୍ୟ ସରକାର ଅତ୍ୟ୍ୟାବଶ୍ୟକୀୟ ସେବା ଏବଂ ଦ୍ରବ୍ୟ ଆଇନ ଏସ୍‍ମା ଲାଗୁ କରିଛନ୍ତି। ଏହା ୬ ମାସ ଯାଏ ବଳବତ୍ତର ରହିବ। ଏହି ଅଞ୍ଚଳରେ ସୃଷ୍ଟି ହୋଇଥିବା ରାଜନୀତିକ ଆନ୍ଦୋଳନ ଏମ୍‍ସିଏଲ୍‍ର ଖଣିଜ ଉତ୍ତୋଳନ ଏବଂ ପରିବହନକୁ ବାଧାପ୍ରାପ୍ତ କରୁଥିବା ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। 

6. ଓଡ଼ିଆ ସିନେମା ନିର୍ମାଣ ପାଇଁ ସରକାର ପ୍ରୋତ୍ସାହନ ଦେବା ଆବଶ୍ୟକ ବୋଲି ରାଜ୍ୟପାଳ ରଘୁବର ଦାସ ମତ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଅବସରରେ ଶ୍ରୀ ଦାସ ଏହା କହିଛନ୍ତି। ଭାଷା ସାହିତ୍ୟ ଏବଂ ସଂସ୍କୃତିକୁ ସୁଦୃଢ କରିବା ସହ ଏହି ଶିଳ୍ପ ଅନେକ ରୋଜଗାର ସୃଷ୍ଟ କରୁଛି। ଏଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। 

7. ରାଜ୍ୟରେ ଶୀତ ବଢ଼ିବାରେ ଲାଗିଛି। କନ୍ଧମାଳର ଜି ଉଦୟଗିରିଠାରେ ତାପମାତ୍ରା ସର୍ବନିମ୍ନ ହୋଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ଦିନମାନଙ୍କରେ ଏହି ତାପମାତ୍ରା ଆହୁତି ତଳକୁ ଖସିବା ସମ୍ଭାବନା ରହିଛି। 

8. ଆଜିଠୁ ଦିଲ୍ଲୀରେ ବଡ଼ ଗାଡ଼ି ପ୍ରବେଶ ଉପରେ ରହିବ କଟକଣା। ଜିଆର୍‍ପି-୪ କଟକଣା ଦ୍ୱାରା କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣୁଥିବା ଏଲ୍‍ଏନ୍‍ଜି, ସିଏନ୍‍ଜି ବା ଇଲେକ୍ଟ୍ରିକ୍‍ ଅବା ବିଏସ୍‍୦-୬ ଡିଜେଲ୍‍ ଟ୍ରକକୁ ଦିଲ୍ଲୀରେ ପ୍ରବେଶ କରିପାରିବ। ଏଠାରେ ବାୟୁ ସୂଚକାଙ୍କ ଅତି ଗମ୍ଭୀର ସ୍ଥିତିକୁ ଆସିଥିବାରୁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। 

9. ପୂର୍ବତଟ ରେଳବାଇର ବିଶାଖାପାଟଣାସ୍ଥିତ ଓ୍ୱାଲଟିୟର ଡଡିଜିଜନର ଡିଆର୍‍ଏମ୍‍ ସୌରଭ ପ୍ରସାଦଙ୍କୁ ଗିରଫ କରିଛି ସିବିଆଇ। ୨୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହାସହ ଲାଞ୍ଚ ଦେଉଥିବା ଠିକାଦାର ସଂସ୍ଥାର ମାଲିକଙ୍କୁ ମଧ୍ୟ ଗିରଫ କରାଯାଇଥିବା ପୁଲିସ ସ୍ପଷ୍ଟ କରିଛି। 

10. ଡେନ୍‍ମାର୍କର ଭିକ୍ଟୋରିଆଙ୍କୁ ମିସ୍‍ ୟୁନିଭର୍ସ ଟାଇଟଲ୍‍ ମିଳିଛି। ମେକ୍ସିକୋରେ ଏହି ପ୍ରତିଯୋଗୀତା ଆୟୋଜନ ହୋଇଥିଲା। ଭାରତୀୟ ପ୍ରତିଯୋଗୀଙ୍କୁ ଶ୍ରେଷ୍ଠ ୩୦ ତାଲିକାରା ଅନ୍ତର୍ଭୁକ୍ତ କରାଯାଇଥିଲା।