ଭାତ ହେଉଛି ଭାରତର ଲୋକଙ୍କ ମୁଖ୍ୟ ଖାଦ୍ୟ।  ଭାତ ତିଆରି କରିବା ମଧ୍ୟ କଷ୍ଟ ସାଧ୍ୟ ନୁହେଁ ଏହାକୁ ସହଜରେ ତିଆରି କରାଯାଇପାରେ ଏବଂ ଅଧିକାଂଶ ଲୋକେ ଭାତକୁ ପସନ୍ଦ ମଧ୍ୟ କରନ୍ତି। ଲୋକେ ବିଭିନ୍ନ ଉପାୟରେ ଭାତ ଖାଇଥାନ୍ତି।  କେହି ଫ୍ରାଇ ରାଇସ୍ ଆଉ କେହି କେହି ଡାଲି ଭାତ ଖାଇବା ପସନ୍ଦ କରନ୍ତି।  ଭାତରେ କାର୍ବୋହାଇଡ୍ରେଟ୍ ମିଳିଥାଏ।  ଏହା ସହ ପ୍ରୋଟିନ,ଫ୍ୟାଟ୍ , କ୍ୟାଲସିୟମ,ମ୍ୟାଗ୍ନେସିୟମ,ପୋଟାସିୟମ ଥାଏ।  ଏହା ବ୍ୟତୀତ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିବ କି ରାତିରେ ଭାତ ଖାଇବା ଉଚିତ୍ କି ନୁହେଁ ?


COMMERCIAL BREAK
SCROLL TO CONTINUE READING

ରାତିରେ ଭାତ ଖାଇବାର ଲାଭ


  • ୧. ଭାତରେ ଅଧିକ କାର୍ବୋହାଇଡ୍ରେଟ ଥାଏ ଯାହା ଶରୀରକୁ ଶକ୍ତି ଯୋଗାଇଥାଏ। ଆମେ ଆମର ଦୈନନ୍ଦିନ କାର୍ଯ୍ୟକୁ ସହଜରେ କରିବା ପାଇଁ ଭାତ ଅଧିକ ଶକ୍ତି ଯୋଗାଇ ଥାଏ।

  • ୨. ଭାତ ଖାଇବା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ।  ଭାତ ସହଜରେ ହଜମ ହୋଇଥାଏ ଏହା ସହ ପେଟ ଯନ୍ତ୍ରଣା ଏବଂ ହଜମ ସମସ୍ୟାରୁ ଉପଶମ ମିଳିଥାଏ। ସେଥିପାଇଁ ଡାକ୍ତର ପେଟ ରୋଗୀଙ୍କୁ ଦହି ଭାତ ଖାଇବାକୁ ପରାମର୍ଶ ମଧ୍ୟ ଦେଇଥାନ୍ତି।

  • ୩. ଭାତ ହଜମ ପ୍ରକ୍ରିୟା ପାଇଁ ଲାଭଦାୟକ ଏହା ସହ ଶରୀରର ସମସ୍ତ ଅଙ୍ଗକୁ ପୋଷକ ତତ୍ତ୍ବ ମିଳିଥାଏ।  ଯଦି ଆପଣ ନିଜର ଦୁର୍ବଳ ହଜମ ପ୍ରକ୍ରିୟାକୁ ଭଲ କରିବାକୁ ଚାହୁଁଛନ୍ତି ଏହା ସହ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ଲାଭ ଚାହୁଁଛନ୍ତି ତେବେ ଭାତ ଖାଇବା ଦ୍ବାରା ଲାଭ ମିଳିଥାଏ।


ଭାତ ଖାଇବାର କ୍ଷତି
ଯେପରି ପ୍ରତ୍ୟେକ ଜିନିଷର ଉପକାରିତା ଥାଏ ସେଥିରେ କ୍ଷତି ମଧ୍ୟ ଥାଏ।  ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ରାତିରେ ଭାତ ଖାଆନ୍ତୁ ନାହିଁ ଯଦି ଆପଣ ରାତିରେ ଭାତ ଖାଉଛନ୍ତି ତେବେ ବ୍ରାଉନ ରାଇସ୍ ଖାଆନ୍ତୁ।  ଏଥିରେ କାର୍ବସ ବଦଳରେ ଫାଇବର ଥାଏ ଯାହା ଦ୍ବାରା ଆପଣ ନିଜ ପୁରା ଖାଦ୍ୟରେ ଅଧିକ ପରିମାଣର ପ୍ରୋଟିନ୍ ପାଇପାରିବେ।