ପୁଣିଥରେ ମନ୍ତ୍ରୀ ହେଲେ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ
Advertisement
Article Detail0/zeeodisha/odisha2286512

ପୁଣିଥରେ ମନ୍ତ୍ରୀ ହେଲେ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ

ପୂର୍ବରୁ ଅଶ୍ୱିନୀ, ଧର୍ମେନ୍ଦ୍ର ଏବଂ ଜୁଏଲ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଳାଇ ସାରିଛନ୍ତି ।

ପୁଣିଥରେ ମନ୍ତ୍ରୀ ହେଲେ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ

Modi 3.0: ଆଜି ମୋଦୀ ସରକାରଙ୍କ ନୂଆ କ୍ୟାବିନେଟରେ ମନ୍ତ୍ରୀ ପଦ ମିଳିବା ସହ ଶପଥ ନେଇଛନ୍ତି ୩ ଓଡ଼ିଆ । ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବରୁ ଅଶ୍ୱିନୀ, ଧର୍ମେନ୍ଦ୍ର ଏବଂ ଜୁଏଲ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଳାଇ ସାରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ସମ୍ୱଲପୁର ଲୋକସଭା ଆସନରୁ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ହରାଇ ବାଜିମାତ କରିଥିଲେ । ଆଜି ତୃତୀୟଥର ପାଇଁ ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସୁଯୋଗ ପାଇଛନ୍ତି ଧର୍ମେନ୍ଦ୍ର । ପୂର୍ବରୁ ୨୦୧୪ ଏବଂ ୨୦୧୯ ମସିହାରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ଧର୍ମେନ୍ଦ୍ର । ୨୦୧୪ରେ ପୋଟ୍ରୋଲିୟମ ଏବଂ ୨୦୧୯ରେ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନିଭାଛନ୍ତି ଧର୍ମେନ୍ଦ୍ର । ସେହିପରି ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜୟଲାଭ କରିଥିବା ଜୁଏଲ ଓରାମଙ୍କୁ ପୁଣିଥରେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ଜୁଏଲ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି । କିନ୍ତୁ ୨୦୧୯ ମସିହାରେ ଜୁଏଲ ମନ୍ତ୍ରୀପଦରୁ ବଞ୍ଚିତ ଥିଲେ । ଅଶ୍ୱିନୀ ବୈଷ୍ଣବ ମଧ୍ୟ ପୂର୍ବରୁ ୨୦୧୯ରେ ରେଳ ଏବଂ ଆଇଟି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ରାଜ୍ୟସଭା ସାଂସଦ ଭାବେ ଓଡ଼ିଶାରୁ ମନୋନୀତ ହେବା ପରେ ଅଶ୍ୱୀନଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିଛି । ଆଜି ଶପଥ ଗ୍ରହଣ ସମାବେଶରେ ସେ ଶପଥ ନେଇଛନ୍ତି । ତେବେ କାହାକୁ ଏଥର କେଉଁ ବିଭାଗ ମିଳୁଛି ତାହା ହିଁ ଅପେକ୍ଷା ।

Also Read- PM Modi Oath Ceremony: ପିଏମ ମୋଦୀଙ୍କ ସମେତ କ୍ୟାବିନେଟ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି