Benifits Of Beetroot: ବିଟ୍ ଏମିତି ଏକ ପରିବା ଯେଉଁଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ । ତେଣୁ ଏହା ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଅଟେ ।  ବିଟ୍ କେବଳ ଯେ ତରକାରୀରେ ବ୍ୟବହାର ହୁଏ ତାହା ନୁହେଁ, ଅନେକ ଲୋକ ଏହାକୁ ସାଲାଡ ଓ  ଜୁସ୍ କରି ମଧ୍ୟ ପିଅନ୍ତି ।  କେତେକ ଲୋକଙ୍କୁ  ବିଟ୍ ଖାଇବା ପସନ୍ଦ ନୁହେଁ କିନ୍ତୁ ଯେଉଁମାନେ ଏହାର ନ୍ୟୁଟ୍ରିସନ୍ ଗୁଣ ବିଷୟରେ ଜାଣନ୍ତି   ସେମାନେ ପ୍ରତ୍ୟେକ ଦିନ ଡାଇଟରେ ବିଟକୁ ସାମିଲ କରିଥାନ୍ତି । ବିଟ୍ ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ବୋଲି ଭାରତର ଫେମସ୍ ଏକ୍ସପୋର୍ଟ ନିଖିଲ ବତ୍ସ କୁହନ୍ତି।


COMMERCIAL BREAK
SCROLL TO CONTINUE READING

ବିଟରେ ଏହି ସବୁ ଗୁଣ ଭରି ରହିଛି :


ବିଟରେ କ୍ୟାଲସିୟମ୍, ଆଇରନ୍ ଓ ଆଣ୍ଟିଓକ୍ସିଡେଣ୍ଟ୍ ସମେତ ଅନେକ ନ୍ୟୁଟ୍ରିଏସନ୍ ଭରି ରହିଛି ।  ଯଦି ଆପଣ ୧୦ ଗ୍ରାମର ବିଟ୍ ଖାଉଛନ୍ତି ତେବେ ଏଥିରେ ୪୩ ମିଲିଗ୍ରାମ କ୍ୟାଲୋରି ଓ ୨ ଗ୍ରାମ ଫ୍ୟଟ୍ ରହିଥାଏ । ଅର୍ଥାତ ବିଟ୍ ଖାଇଲେ ଆପଣଙ୍କ ଶରୀରର ଓଜନ ବୃଦ୍ଧି ପାଇବ ନାହିଁ ।  ବିଟରେ ଭରପୁର ପ୍ରୋଟିନ୍ ରହିଛି ଯାହ ଶାରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ ।


Also Read: Health Tips: ଆପଣଙ୍କ ଖାଦ୍ୟ ଓ ଜୀବନଶୈଳୀରୁ ଏହି ୧୦ଟି ଜିନିଷକୁ ବାଦ୍ ଦିଅନ୍ତୁ, ନଚେତ ହୋଇପାରେ ଏହି ବଡ଼ ସମସ୍ୟା


ବିଟ୍ ଖାଇବାର ଫାଇଦା


  • ଏମିତି ତୋ ବିଟରେ ଅନେକ ଉପକାରୀ ଗୁଣ ଭରି ରହିଛି । କିନ୍ତୁ ଆମେ ଆପଣକୁ ଏହାର ଏମିତି କେତେକ ଗୁଣ ବିଷୟରେ କହିବୁ ଯାହା ଆପଣଙ୍କୁ ଜାଣି ରଖିବା ଦରାକାର..

  • ବିଟ୍ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଅନେକ ସଂକ୍ରାମକ ଜନିତ ରୋଗରୁ  ଉପସମ ମିଳିଥାଏ । ଖାସ କରି ବିଟ୍ ସାଲାଡ ଓ ଜୁସ୍ ଅଧିକ ଲାଭଦାୟକ ।

  • ଯେଉଁମାନଙ୍କର ଲଗାତାର କୋଷ୍ଠକାଠିନ୍ୟ ଓ ପେଟ ସମସ୍ୟା ଦେଖାଦେଉଛି, ସେମାନେ ବିଟ୍ ଖାଇବା ଜରୁରୀ ଅଟେ ।  

  • ବିଟ୍ ଜୁସ୍ ଓ ସାଲାଡ ନ୍ୟାଚୁରାଲ ସୁଗାରର ଉତ୍ସ ଅଟେ ଓ ଏହା ଶରୀରକୁ ଏନର୍ଜି ଯୋଗାଇଥାଏ ।

  • ଯଦି ଆପଣଙ୍କର ବ୍ଲଡ୍ ପ୍ରେସର ସମସ୍ୟା ରହିଛି , ତେବେ  କିଛି ଦିନ ପର୍ଯ୍ୟନ୍ତ ରେଗୁଲାର  ବିଟ ସାଲାଡ  ଖାଆନ୍ତୁ ଓ ଜୁସ୍ ପିଅନ୍ତୁ ଦେଖିବେ ଧୀରେ ଧୀରେ ବିପି କଣ୍ଟ୍ରୋଲକୁ ଆସିଯିବ ।

  • ଅଳ୍ପ ଶାରୀରିକ ପରିଶ୍ରମ କଲେ ଯଦି ଆପଣଙ୍କୁ ଥକା ଲାଗୁଛି ବା ଦୁର୍ବଳ ଅନୁଭବ କରୁଛନ୍ତି ତେବେ ବିଟ୍ ଆପଣଙ୍କ ପାଇଁ ରାମବାଣ ସାବ୍ୟସ୍ତ ହେବ ।

  • ବିଟ୍ ଖାଇଲେ ବ୍ଲଡ୍ ପ୍ୟୁରିଫାଏ ହୋଇଥାଏ, ଯାହା ଦ୍ୱାରା ଶରୀରର ଅକ୍ସିଜେନ୍ ଲେବଲ ବୃଦ୍ଧି ଘଟେ  ।

  • ବିଟ୍ ସୁନ୍ଦରତା ପାଇଁ ମଧ୍ୟ ଲାଭଦାୟକ । ବିଟ୍ ଖାଇଲେ କେଶ ଝଡ଼ିବା କମ୍ ହୁଏ ଓ ଫେସ୍ ଗ୍ଲୋ ମଧ୍ୟ କରେ ।