Cow meet seized: ସଦସ୍ୟ ମାନେ ଖବର ପାଇ ଜଟଣୀ ହନୁମାନ ବାଟିକା ନିକଟରେ ଆଇଚର୍ ଗାଡ଼ି(ୟୁପି ୧୪କେଟି ୬୪୧୨)କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଥିଲେ। ଗାଡ଼ିରେ କଣ ଅଛି ବୋଲି ଡ୍ରାଇଭରକୁ ପଚାରି ଥିଲେ ମଧ୍ୟ କିଛି ଉତ୍ତର ମିଳିନଥିଲା। ପରେ ସଦସ୍ୟ ମାନେ ଗାଡ଼ି ଭିତରେ ଯାଞ୍ଚ କରିବାରୁ ଗୋ ମାଂସ ଚାଲାଣ ହେଉଥିବା ଦେଖିଥିଲେ। ଏହାପରେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ।
Trending Photos
ଖୋର୍ଦ୍ଧା: ଜଟଣୀ ଥାନା ଅଞ୍ଚଳରୁ ଆଜି ଏକ ଗୋ ମାଂସ ବୋଝେଇ ଆଇଚର୍ ଗାଡ଼ି ଜବତ କରିଛି ପୁଲିସ। ମାଂସ ଚୋରା ଚାଲାଣ ଘଟଣାରେ ପୁଲିସ ଗାଡ଼ି ଡ୍ରାଇଭରକୁ ମଧ୍ୟ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଉତ୍ତରପ୍ରଦେଶ ଗାଜିଆବାଦ ଜିଲ୍ଲା ଦୌଲାନ ଥାନା ଶେଖରପୁରର ଇମ୍ରାନ୍ ସୈଫି(୩୫)। ତେବେ ଗାଡ଼ିରେ ୨୦କ୍ୟୁଣ୍ଟାଲରୁ ଅଧିକ ମାଂସ ଚାଲାଣ ହେଉଥିବା ଅନୁମାନ କରାଯାଉଛି। ଅନ୍ୟପଟେ ଜବତ ମାଂସ ଜଟଣୀ ବେଣାପଞ୍ଜରୀରୁ ଉତ୍ତରପ୍ରଦେଶ ରାଜ୍ୟକୁ ଚାଲାଣ ହେଉଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଜଟଣୀ ଅଞ୍ଚଳରେ ଦିନକୁ ଦିନ ବେଆଇନ୍ ଭାବେ ଗୋ ହତ୍ୟା ସହ ମାଂସ ଚୋରା ଚାଲାଣ ବୃଦ୍ଧି ପାଉଛି। ଯାହାକୁ ନେଇ ଗୋ ରକ୍ଷକ ସମେତ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ସମୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ତେବେ ଏହାରି ମଧ୍ୟରେ ଆଜି ଏକ ଆଇଚର୍ ଗାଡ଼ିରେ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଗୋ ମାଂସ ଚାଲାଣ ହେଉଥିବା ଖବର ପାଇ ଗୋ ରକ୍ଷକ ସେବା ସଂଘର ସଦସ୍ୟମାନେ ଚଢ଼ଉ କରିଥିଲେ। ସଦସ୍ୟ ମାନେ ଖବର ପାଇ ଜଟଣୀ ହନୁମାନ ବାଟିକା ନିକଟରେ ଆଇଚର୍ ଗାଡ଼ି(ୟୁପି ୧୪କେଟି ୬୪୧୨)କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଥିଲେ। ଗାଡ଼ିରେ କଣ ଅଛି ବୋଲି ଡ୍ରାଇଭରକୁ ପଚାରି ଥିଲେ ମଧ୍ୟ କିଛି ଉତ୍ତର ମିଳିନଥିଲା। ପରେ ସଦସ୍ୟ ମାନେ ଗାଡ଼ି ଭିତରେ ଯାଞ୍ଚ କରିବାରୁ ଗୋ ମାଂସ ଚାଲାଣ ହେଉଥିବା ଦେଖିଥିଲେ। ଏହାପରେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଜଟଣୀ ଥାନା ଆଇଆଇସି ଓ ଟିମ୍ ପହଞ୍ଚି ଗାଡ଼ିଟିକୁ ଜବତ କରିଥିଲେ। ଗୋ ରକ୍ଷକ ସଦସ୍ୟଙ୍କ ଦ୍ୱାରା ଅଟକ ଥିବା ଡ୍ରାଇଭରକୁ ଥାନାକୁ ଆଣି ପଚରାଉଚରା କରିଥିଲା ପୁଲିସ। ତେବେ ଗୋ ମାଂସକୁ ଜଟଣୀ ବେଣାପଞ୍ଜରୀରୁ ଏକ ଦଲାଲ୍ ମାଧ୍ୟମରେ ଉତ୍ତରପ୍ରଦେଶ ରାଜ୍ୟକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି। ଏ ନେଇ ଥାନାରେ ଏକ କେସ୍ ନଂ ୪୭୯/୨୪ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ।