ନୂଆଦିଲ୍ଲୀ: ଖରାଦିନେ ଭୋକ କମିଯିବା ବା ଭୋକ ନ ଲାଗିବା ଏକ ସାଧାରଣ କଥା। ଭୋକ ନ ଲାଗିବା କାରଣରୁ ଲୋକମାନେ ସେମାନଙ୍କର ଖାଦ୍ୟ ଏବଂ ପାନୀୟର ବିଶେଷ ଭାବେ ଯତ୍ନ ମଧ୍ୟ ନିଅନ୍ତି ନାହିଁ। ଯେଉଁଥିପାଇଁ ସେମାନଙ୍କ ଶରୀରରେ ଅତ୍ୟାବଶ୍ୟକ ଭିଟାମିନର ଅଭାବ ଦେଖାଦିଏ। ବାସ୍ତବରେ ଭୋକ ନ ଲାଗିବା ହେଉଛି ଏକ ରୋଗ। ଅନେକ ସମୟରେ ଡିପ୍ରେସନ ବା ଉଦାସୀନତା କାରଣ ହେତୁ ଭୋକ ଲାଗି ନଥାଏ। ତଥାପି ଗ୍ରୀଷ୍ମ ଋତୁରେ ଭୋକ ନ ହେବାର ଅନ୍ୟାନ୍ୟ କାରଣ ରହିଛି। ତେବେ ଏଥିପ୍ରତି ଧ୍ୟାନ ଦିଆନଗଲେ ପରବର୍ତ୍ତୀ ସମୟରେ ଏହା ଏକ ଗୁରୁତର ସମସ୍ୟା ଭାବରେ ଦେଖା ଦେଇପାରେ। ଅନେକ ସମୟ ପର୍ଯ୍ୟନ୍ତ ଭୋକରେ ବା ଉପାସରେ ରହିବା ଦ୍ୱାରା ଓଜନ ହ୍ରାସ ହୋଇଯାଇଥାଏ, ଯାହା ଫଳରେ ହାଡ ମଧ୍ୟ ଦୁର୍ବଳ ହୋଇଯାଇପାରେ।


COMMERCIAL BREAK
SCROLL TO CONTINUE READING

ଯଦି ଗ୍ରୀଷ୍ମ ଋତୁରେ ଭୋକ ନହେବାର ସମସ୍ୟା ଅନୁଭବ କରୁଛନ୍ତି ତେବେ ଦିନଚର୍ଯ୍ୟାରେ ଏପରି ପରିବର୍ତ୍ତନ କରନ୍ତୁ।


୧. ପ୍ରଚୁର ପାଣି ପିଅନ୍ତୁ
ଆମ ଖାଉଥିବା ଖାଦ୍ୟକୁ ହଜମ କରିବା ପାଇଁ ପାଣି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ। ଦିନକୁ ଅତିକମରେ ୬ରୁ ୮ ଗ୍ଲାସ୍ ପାଣି ପିଇବା ଚର୍ମ ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ପାଣି ପିଇବା ଦ୍ୱାରା ଶରୀରର ମଇଳା ବାହାରି ଆସେ ଏବଂ ପେଟ ସଫା ରହିଥାଏ। ଯେଉଁଥିପାଇଁ ଜଣେ ବ୍ୟକ୍ତିକୁ ଠିକ୍ ସମୟରେ ଭୋକ ଲାଗିଥାଏ।


୨. ଅଳ୍ପ ଅଳ୍ପ କରି ଖାଆନ୍ତୁ
ଗୋଟିଏ ଥରରେ ବା ଏକାଥରକ ଅଧିକ ଖାଆନ୍ତୁ ନାହିଁ । ଅନେକ ସମୟରେ ଦେଖାଯାଏ ଲୋକମାନେ ଏକ ସମୟରେ ଅଧିକ ଖାଦ୍ୟ ଖାଇ ଥାଆନ୍ତି। ଯେଉଁଥିପାଇଁ ସେମାନଙ୍କୁ ଭୋକ ଲାଗି ନଥାଏ। ତେଣୁ ଅଳ୍ପ ଅଳ୍ପ କରି ଖାଆନ୍ତୁ। ଅଳ୍ପ ଅଳ୍ପ କରି ଖାଇବା ଦ୍ୱାରା ଭୋକ ଲାଗିଥାଏ। ଅଳ୍ପ ଅଳ୍ପ କରି ଖାଇବା ଦ୍ୱାରା ପାଚନ କ୍ରିୟା ବା ଖାଦ୍ୟ ଭଲଭାବରେ ମଧ୍ୟ ହଜମ ହୋଇଥାଏ।


୩. କ୍ଷୀର ପିଅନ୍ତୁ
କ୍ଷୀର ପେଟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କ୍ଷୀରରେ କଳା ଲୁଣ ମିଶାଇ ଏହାକୁ ପିଇବା ଦ୍ୱାରା ପେଟର ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହାକୁ ପିଇବା ଦ୍ୱାରା ଭୋକ ଲାଗିବାର କ୍ଷମତା ମଧ୍ୟ ବଢ଼ିଥାଏ।
 
୪. ନିୟମିତ ବ୍ୟାୟାମ କରନ୍ତୁ
ଫିଟନେସ୍ କୁ ବଜାୟ ରଖିବା ପାଇଁ ବ୍ୟାୟାମ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହା ଦ୍ୱାରା ଆପଣଙ୍କ ଶରୀରର କ୍ୟାଲୋରୀ କମ ହେବା ସହ ଆପଣଙ୍କ ଭୋକ ପରିମାଣ ବଢ଼ାଇଥାଏ। ଯଦି ଆପଣ ବହୁତ ମୋଟା ଅଛନ୍ତି ତେବେ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ଖରୀରର ଓଜନ ମଧ୍ୟ ହ୍ରାସ ଘଟିବ।


୫.ଡାଳିମ୍ବ, ଅଁଳା ଆଦି ଖାଆନ୍ତୁ  
ଖରାଦିନେ ଅଧିକ ପରିମାଣରେ ଡାଳିମ୍ବ, ଅଁଳା, ଲେମ୍ବୁ, ଖଜୁରି, ସେଓ, ଅଙ୍ଗୁର ଆଦି ଖାଇବା ଉଚିତ୍। ଏହି ସବୁ ଜିନିଷ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏସବୁ ଖାଇବା ଦ୍ୱାରା ଶରୀରକୁ ଅନେକ ପୋଷକ ତତ୍ତ୍ୱ ମିଳିଥାଏ।


Also Read: ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଆପଣାନ୍ତୁ ଏହି ୫ଟି ଅଭ୍ୟାସ...


Also Read: ସେନାରେ ବର୍ତ୍ତମାନ ୩ ରୁ ୫ ବର୍ଷ ପର୍ଯ୍ୟନ୍ତ ପାଇଁ କରିପାରିବେ ଚାକିରୀ, ଜାଣନ୍ତୁ ଡିଟେଲ୍ସ