୨ ବିଜେପି କର୍ମୀ ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପୋଲିସ ତଦନ୍ତ କରି ହାଇଓ୍ୱା ଡ୍ରାଇଭରକୁ ଗିରଫ କରିଥିଲା।
Trending Photos
Raod Accident: ନୂଆଦିଲ୍ଲୀ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଏହି ଘଟଣା ଘଟିଛି ସୀତାପୁର ଜିଲ୍ଲାର କୋଟୱାଲି ମହମୁଦାବାଦ ଅଞ୍ଚଳରେ। ବୁଧବାର ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ ବୋଲେରୋ ଗଛରେ ଶକ୍ତ ଧକ୍କା ଦେଇଥିଲା। ଫଳରେ ଏଥିରେ ଥିବା ଜଣେ ବିଜେପି ନେତାଙ୍କ ମୃତ୍ୟୁ ଘଟିଛି। ସେହି ସମୟରେ, ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଟ୍ରମା ସେଣ୍ଟରକୁ ପଠାଯାଇଥିଲା। ମହମୁଦାବାଦ-ବିସୱାନ ରୋଡର ଅଗ୍ନିଶମ କେନ୍ଦ୍ର ନିକଟରେ ଏକ ଦ୍ରୁତ ଗତିର ବୋଲେରୋ ଏକ ଗଛରେ ଧକ୍କା ଦେଇଥିବାର ଖବର ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ ସୂଚନା ପାଇବା ପରେ ପହଞ୍ଚିଥିବା ପୋଲିସ ବହୁ ଚେଷ୍ଟା ପରେ ତିନି ଜଣଙ୍କୁ ଦୁର୍ଘଟଣାଗ୍ରସ୍ତ କାରରୁ ବାହାର କରିଥିଲା। ଦୁର୍ଘଟଣାରେ ରାମପୁର କଳାର ତୁଳସୀ ପୂର୍ବାର ବାସିନ୍ଦା ତଥା ବିଜେପି ନେତା ମନୀଷ ଦ୍ୱିବେଦୀ (୩୫)ଙ୍କ ମୃତ୍ୟୁ ହୋଇଛି। ସେ ବିଜେପି କିଷାନ ମୋର୍ଚ୍ଚାର ଜିଲ୍ଲା ଉପାଧ୍ୟକ୍ଷ ଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣାରେ ଲକ୍ଷ୍ମୀପୁର ଗ୍ରାମର ଶେଷ କୁମାର ମିଶ୍ର (୩୦) ଏବଂ ଶ୍ୟାମ ଲାଲ (୫୦) ଗୁରୁତର ଆହତ ହୋଇଛନ୍ତି। ଯାହାଙ୍କର ଚିକିତ୍ସା ଲକ୍ଷ୍ନୌର ଟ୍ରମା ସେଣ୍ଟରରେ ଚାଲିଛି।
ଏଠାରେ କହି ରଖୁ କି ନିକଟରେ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଦୁର୍ଘଟଣାରେ ଦୁଇ ବିଜେପି ନେତାଙ୍କ ମୃତ୍ୟୁ ହୋଇଥିଲା। ଶନିବାର ବିଳମ୍ବିତ ରାତିରେ ସମ୍ବଲପୁର-ବରଗଡ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ କାରକୁ ଧକ୍କା ଦେଇଥିଲା ହାଇୱା। ୨ ବିଜେପି କର୍ମୀ ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପୋଲିସ ତଦନ୍ତ କରି ହାଇଓ୍ୱା ଡ୍ରାଇଭରକୁ ଗିରଫ କରିଥିଲା।