ସମସ୍ତେ ଜାଣନ୍ତି ଯେ ଆପଣଙ୍କ ଶରୀର ପାଇଁ ଖାଦ୍ୟ ଆବଶ୍ୟକ ଏହା ସହ ଅତି କମରେ ୭-୮ ଘଣ୍ଟା ଶୋଇବା ମଧ୍ୟ ଆବଶ୍ୟକ। ହେଲେ କିଛି ଲୋକେ ଆବଶ୍ୟକତା ଠାରୁ ଅଧିକ ନିଦ୍ରା ମଧ୍ୟ ନେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏପରି କରିବା ଦ୍ବାରା ଆପଣ ଅନେକ ପ୍ରକାରର ରୋଗକୁ ନିମନ୍ତ୍ରଣ କରୁଛନ୍ତି। ଅଧିକ ଶୋଇବା ଦ୍ବାରା ଓଜନ ବୃଦ୍ଧି ଠାରୁ ଆରମ୍ଭ କରି ଉଚ୍ଚ ରକ୍ତଚାପ ପର୍ଯ୍ୟନ୍ତ ସମସ୍ୟା ହୋଇପାରେ।


COMMERCIAL BREAK
SCROLL TO CONTINUE READING

ଓଜନ ବୃଦ୍ଧି ସମସ୍ୟା
ଏମିତି କିଛି ଲୋକେ ଅଛନ୍ତି ଯିଏ ୨୪ ଘଣ୍ଟାରୁ ଅତି କମରେ ୧୨-୧୫ ଘଣ୍ଟା ଶୋଇଥାନ୍ତି। ତାହେଲେ ସାବଧାନ ହୋଇଯାନ୍ତୁ କାରଣ ଏପରି କରିବା ଦ୍ବାରା ଆପଣଙ୍କର ଓଜନ ବୃଦ୍ଧି ହୋଇଥାଏ। ବାସ୍ତବରେ ଯେତେ ବେଳେ ଆପଣ ନିଦ୍ରାରେ ଯାଆନ୍ତି ସେତେ ବେଳେ ଆପଣଙ୍କ ଶରୀର କ୍ୟାଲେରୀ ହ୍ରାସ କରିଥାଏ। କାରଣ ଏହି ସମୟରେ ଆପଣଙ୍କ ଶରୀରର ଶାରୀରିକ କାର୍ଯ୍ୟ କରେ ନାହିଁ ଯେଉଁ କାରଣରୁ ଓଜନ ବଢିବାର ଆଶଙ୍କା ଅଧିକ ଥାଏ ଆଉ ଆପଣ ମେଦ ବହୁଳତାର ଶିକାର ହୋଇପାରନ୍ତି।


ଟେନସନ ବୃଦ୍ଧି
ଆପଣ ଯଦି ଅଧିକ ନିଦ୍ରାରେ ଅଛନ୍ତି ତେବେ ଆପଣଙ୍କର ମସ୍ତିଷ୍କ କୌଣସି ପ୍ରକାରର କାମ କରେ ନାହିଁ। ଏଭଳି ସ୍ଥିତିରେ ଟେନସନ ବୃଦ୍ଧି ହେବାର ଆଶଙ୍କା ଥାଏ। ବିଶେଷ କରି ଦିନରେ ଅଧିକ ଶୋଇବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ।


ନାନା ରୋଗର ଶିକାର


  • ଏହା ବ୍ୟତୀତ ଟାଇପ-2 ମଧୁମେହର ସମସ୍ୟା ମଧ୍ୟ ଅଧିକ ଶୋଇବା ଦ୍ବାରା ହୋଇଥାଏ। ଏହା ସହିତ ହୃଦଘାତର ଆଶଙ୍କା ମଧ୍ୟ ଅଧିକ ହୋଇପାରେ।

  • କୋଷ୍ଠ କାଠିନ୍ୟର ସମସ୍ୟା ମଧ୍ୟ ଆପଣଙ୍କୁ ଘେରିପାରେ ଯଦି ଆପଣ ଅଧିକ ନିଦ୍ରା ନେଉଛନ୍ତି ତେବେ ଏପରି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ।

  • ଦୀର୍ଘ ସମୟ ଧରି ଗୋଟିଏ ଅବସ୍ଥାରେ ରହିବା ଦ୍ବାରା ବି ବ୍ୟାକପେନ୍ ଆରମ୍ଭ ହୋଇଥାଏ। ଯଦି ଆପଣ ଏପରି କରୁଛନ୍ତି ତେବେ ଆପଣ ତୁରନ୍ତ ଏପରି ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ।