ପ୍ରାୟତଃ ଆମେ ସତେଜ ଅନୁଭବ କରିବା ପାଇଁ ସକାଳେ ଉଠିବା ପରେ ଚା ପିଇଥାଉ ଯାହାକୁ ସାଧାରଣତଃ ବେଡ ଟି କୁହାଯାଏ। ଚା ସହିତ ଦିନ ଆରମ୍ଭ କରିବାର ଅଭ୍ୟାସ ଭାରତରେ ବହୁ ପୁରୁଣା। ଏହା ଅନେକ ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି। ହେଲେ ଆପଣ ଜାଣନ୍ତି କି ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ। ଆସନ୍ତୁ ଆପଣଙ୍କୁ ଏ ବାବଦରେ ଅବଗତ କରାଉଛୁ।


COMMERCIAL BREAK
SCROLL TO CONTINUE READING

ଯେଉଁ ବ୍ୟକ୍ତି ଉଚ୍ଚ ରକ୍ତଚାପରେ ପୀଡିତ ସେମାନେ କେବେ ବି ବେଡ୍ ଟି ପିଇବା ଉଚିତ୍ ନୁହେଁ କାରଣ ଏଥିରେ ଥିବା କ୍ୟାଫେନ୍ ଶରୀରରେ ଦ୍ରବୀଭୂତ ହେବା ମାତ୍ରେ ରକ୍ତଚାପକୁ ବୃଦ୍ଧି କରିଥାଏ ଯାହା ଭବିଷ୍ୟତରେ ହୃଦଘାତର ଆଶଙ୍କା ସୃଷ୍ଟି କରିଥାଏ।


ପ୍ରାୟତଃ ଆମେ ଟେନସନ ଏବଂ ଚାପରୁ ମୁକ୍ତି ପାଇଁ ସକାଳେ ଚା ପିଇଥାଉ,କିନ୍ତୁ ଏହା କରିବା ଦ୍ବାରା ଟେନସନ ଅଧିକ ବୃଦ୍ଧି ହୋଇଥାଏ। ବାସ୍ତବରେ ଚା' ରେ କେଫିନର ପରିମାଣ ଅଧିକ ଥାଏ ଯାହା ନିଦ୍ରା ଠାରୁ ଦୂରେଇ ରଖେ। ଅନ୍ୟପଟେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା ଦ୍ବାରା ଆପଣଙ୍କ ଟେନସନ୍ ଅଧିକ ହୋଇଥାଏ।


ସକାଳେ ଖାଲି ପେଟରେ ଚା ପିଇବା ପାଚନପ୍ରକ୍ରିୟା ପାଇଁ ଭଲ ନୁହେଁ କାରଣ ଏହା ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ ଏବଂ ହଜମ ପ୍ରକ୍ରିୟାକୁ ମନ୍ଥର କରିଥାଏ।


ସକାଳୁ ଖାଲି ପେଟରେ ଚିନି ତିଆରି ଚା ପିଇବା ଦ୍ବାରା ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି ପାଇଥାଏ। ଆଉ ଶରୀରର ଅନେକ କୋଷିକାକୁ ପୃଷ୍ଟିକର ଖାଦ୍ୟ ମିଳି ନ ଥାଏ। ଏହା ଦ୍ବାରା ମଧୁମେହ ରୋଗ ହେବାର ଆଶଙ୍କା ଅଧିକ ଥାଏ।


ଯଦି ଆପଣ ସକାଳେ ଖାଲି ପେଟରେ ଚା ପିଅନ୍ତି ତେବେ ଆଜି ହିଁ ଏହି ଅଭ୍ୟାସ ଛାଡି ଦିଅନ୍ତୁ କାରଣ ଏହା କରିବା ଦ୍ବାରା ପେଟ ଦରଜ ହେବା ଆଶଙ୍କା ଅଧିକ ଥାଏ ଯାହା ଫଳରେ ଅଲସର ହୋଇପାରେ।