Dog bite, ନୂଆଦିଲ୍ଲୀ: କୁକୁର ପାଳିବା ଅନେକଙ୍କ ପାଇଁ ସୌଖୀନ ହୋଇଥିବାବେଳେ ଏହାକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି । କୁକୁର ପାଳଗତ ମାସରେ କେରଳରେ ଜଣେ ୧୨ ବର୍ଷର ନାବାଳିକାକୁ ବୁଲା କୁକୁର ଆକ୍ରମଣ କରିଥିଲା । ଆଉ ସେପ୍ଟେମ୍ୱର ୧ ଝିଅଟିର ମୃତ୍ୟୁ ହୋଇଥିଲା । ନିକଟରେ ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ଏକ ସୋସାଇଟି ଲିଫ୍ଟରେ ଏକ ଦଶ ବର୍ଷର ଶିଶୁକୁ କୁକୁର କାମୁଡ଼ି ଦେଇଥିଲା । ଏକ ପୋଷା କୁକୁର ମୁମ୍ବାଇରେ ଖାଦ୍ୟ ବିତରଣ କରୁଥିବା ବ୍ୟକ୍ତିଙ୍କୁ ଆହତ କରିଥିଲା । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ପିଟବୁଲ୍ ତାର ୮୨ ବର୍ଷିୟା ମାଲିକାଣୀ ଉପରେ ଆକ୍ରମଣ କରିଥିଲା, ଯାହାଙ୍କୁ ପରେ ବଞ୍ଚାଯାଇପାରିନଥିଲା । ସେହିପରି ଗାଜିଆବାଦରେ ସେପ୍ଟେମ୍ବର ୨ ତାରିଖରେ ଜଣେ ୬ ବର୍ଷର ନାବାଳିକାକୁ ପିଟବୁଲ ଆକ୍ରମଣ କରିଥିଲା । ଏହା ସହିତ ଉତ୍ତର ପ୍ରଦେଶର ଅନ୍ୟଏକ ସହର ନୋଏଡାଠାରେ ଏସଡିଏମ ଗୁଞ୍ଜା ସିଂ ଙ୍କୁ ଜୁଲାଇ ମାସରେ ଏକ ବୁଲା କୁକୁର କାମୁଡ଼ି ଦେଇଥିଲା । ଗତ କିଛି ମାସ ମଧ୍ୟରେ ଶିଶୁ, ବୃଦ୍ଧ ଏବଂ ବୟସ୍କଙ୍କ ଉପରେ ଏମିତି କୁକୁର ଆକ୍ରମଣ କରିଥିବା ଘଟଣା ଘଟିଛି, ଯାହା ଲୋକଙ୍କ ଚିନ୍ତା ବଢ଼େଇ ଦେଇଛି । 


COMMERCIAL BREAK
SCROLL TO CONTINUE READING

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୫୫ ହଜାର ଲୋକଙ୍କୁ କୁକୁର କାମୁଡିବା ଫଳରେ ରାବିଜ୍ ହେତୁ ସେମାନେ ମୃତ୍ୟୁ ବରଣ କରିଥାନ୍ତି । କୁକୁର କାମୁଡ଼ାର ଅଧିକାଂଶ ଘଟଣା ଏସିଆ ଏବଂ ଆଫ୍ରିକାରେ ଘଟିଥାଏ। ଭାରତରେ ରାବିଜ୍ ଏବଂ ଏଥିରେ ମୃତ୍ୟୁ ବରଣ କରୁଥିବା ପ୍ରାୟ ୩୦ ରୁ ୬୦ ପ୍ରତିଶତ ୧୫ ବର୍ଷରୁ କମ୍ ପିଲାମାନଙ୍କ ଭିତରେ ଦେଖାଯାଇଥାଏ । ତେବେ ଏହି କୁକୁର କାମୁଡା ମାମଲାର ଗମ୍ଭୀରତାକୁ ଅନୁଧ୍ୟାନ କରାଯାଇଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଯାଇଛି । ପ୍ରକୃତରେ, କେରଳରେ କୁକୁର କାମୁଡ଼ିବା କାରଣରୁ ଝିଅର ମୃତ୍ୟୁ ମାମଲାରେ ଆଡଭୋକେଟ ଭି.କେ ବିଜୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନିକଟରେ ଆବେଦନ କରିଛନ୍ତି । ଏହି ପିଟିସନରେ କୁକୁର କାମୁଡ଼ିବା ଘଟଣାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ବିଗତ ୫ ବର୍ଷ ମଧ୍ୟରେ କୁକୁର କାମୁଡ଼ିବାର ଏକ ଲକ୍ଷ ମାମଲା ରୁଜୁ ହୋଇଥିବା ଏହି ଆବେଦନରେ ଦାବି କରାଯାଇଛି । ସେପ୍ଟେମ୍ବର ୫ ରେ ଦାଖଲ ହୋଇଥିବା ଏହି ଆବେଦନ ଉପରେ ସେପ୍ଟେମ୍ବର ୯ ରେ ମଧ୍ୟ ଶୁଣାଣି କରାଯାଇଥିଲା । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି କହିଛନ୍ତି ଯେ ଲୋକଙ୍କ ସୁରକ୍ଷା ଏବଂ ପଶୁମାନଙ୍କ ଅଧିକାର ମଧ୍ୟରେ ଏକ ସନ୍ତୁଳନ ବଜାୟ ରଖିବାକୁ ହେବ। ତେବେ ଏହି କୁକୁର କାମୁଡା ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮ରେ କରାଯିବା ନେଇ କୁହାଯାଇଛି ।


ଜାଣନ୍ତୁ, କୁକୁରମାନେ କାହିଁକି କାମୁଡ଼ନ୍ତି?


ଜଣାଶୁଣା ପ୍ରାଣୀ ଚିକିତ୍ସକ ଅଜୟ ସୁଦଙ୍କ ଅନୁଯାୟୀ, "କୁକୁର କାମୁଡ଼ିବାର ଅଧିକାଂଶ ଘଟଣା ସେହି ଅଞ୍ଚଳର ପରିସୀମା ତଥା ସୁରକ୍ଷା ସହ ଜଡିତ। ସେ କୁହନ୍ତି," ପ୍ରତ୍ୟେକ କୁକୁର ନିଜ ଅଞ୍ଚଳର ପରିସୀମାକୁ ସ୍ଥିର କରି ରଖନ୍ତି। ବର୍ତ୍ତମାନ ଯଦି ଦେଖିବା,ଗୋଟିଏ ପଟେ  ଜନସଂଖ୍ୟା ବୃଦ୍ଧି ହେଉଥିବାବେଳେ , କୁକୁରମାନଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ସେମାନଙ୍କ ଅଞ୍ଚଳ ର ପରିସୀମା କମିବାରେ ଲାଗିଛି । ବର୍ତ୍ତମାନ ଯେତେବେଳେ ସେହି ଅଞ୍ଚଳର ସୁରକ୍ଷା କରିବା ସେମାନଙ୍କ ପାଇଁ ଧିରେ ଧିରେ କଷ୍ଟସାଧ୍ୟ ହୋଇଯାଉଛି,ସେତେବେଳେ କୁକୁରମାନେ ନିଜକୁ କେମିତି ବା ସୁରକ୍ଷିତ ମନେ କରିପାରିବେ । ଆଉ ସେହି ସମୟରେ ଜଣେ ବ୍ୟକ୍ତି ଯେତେବେଳେ ତାଙ୍କ ଅଞ୍ଚଳରେ ପ୍ରବେଶ କରୁଛି, ତା’ପରେ ଏପରି ପରିସ୍ଥିତି ସୃଷ୍ଟି ହେଉଛି ଏବଂ କୁକୁରମାନେ ଆକ୍ରମଣାତ୍ମକ ହୋଇଯାଉଛନ୍ତି । ଡକ୍ଟର ଅଜୟ ସୁଦ ଏକଥା ମଧ୍ୟ କହିଛନ୍ତି, "ବେଳେବେଳେ କୁକୁରମାନେ ଭୟ ବା ଡରେଇବାକୁ ଖେଳ ଭାବରେ ଦେଖନ୍ତି । ଧରିନିଅନ୍ତୁ, ସେମାନେ ଜଣେ ବ୍ୟକ୍ତିଙ୍କୁ ଗୋଡେ଼ଇଯାଆନ୍ତି, ତାପରେ ସେମାନଙ୍କ ମନରେ ଡରେଇବାର ଭାବନା ଆସିଯାଇଥାଏ । ଯେତେବେଳେ ସେମାନେ ଅନୁଭବ କରନ୍ତି ଯେ ମଣିଷ ସେମାନଙ୍କୁ ଭୟ କରୁଛି,ସେତେବେଳେ ସେମାନେ ଏହାକୁ ଖେଳ ପରି ଦେଖିବା ଆରମ୍ଭ କରିଥାନ୍ତି । ଏହି ସମୟ ମଧ୍ୟରେ ସେମାନେ ବେଳେବେଳେ ମଣିଷକୁ କାମୁଡ଼ି ମଧ୍ୟ ଦେଇଥାନ୍ତି । ତାପମାତ୍ରା ବୃଦ୍ଧି, ଖାଦ୍ୟ ଅଭାବ, ଟ୍ରାଫିକ୍ ଶବ୍ଦ, ଉଜ୍ଜ୍ୱଳ ଆଲୋକ ବୁଲା-କୁକୁର କ୍ଷେତ୍ରରେ ମଧ୍ୟ ପ୍ରଭାବ ପକାଇଥାଏ । ଯାହାଫଳରେ ଏହିପରି ପରିସ୍ଥିତି ସେମାନଙ୍କୁ ଆକ୍ରମଣାତ୍ମକ କରି ଗଢ଼ିତୋଳିଥାଏ ।


Also Read: Condom: ଓଡ଼ିଶାରେ ପୁରୁଷଙ୍କୁ କଣ୍ଡୋମ ମନା! ସରକାରୀ ରିପୋର୍ଟ କଲା ବଡ଼ ଖୁଲାସା


ପୋଷା କୁକୁରମାନେ କାହିଁକି କାମୁଡ଼ନ୍ତି?


ଡାକ୍ତର ସୁଦ୍ ଏକଥା ମଧ୍ୟ କହିଛନ୍ତି ଯେ, ପୋଷା କୁକୁରମାନଙ୍କୁ ସେମାନଙ୍କ ମାଲିକମାନେ ହିଁ ବିଗାଡିଥାନ୍ତି । ସେ ଏକଥାକୁ ବ୍ୟାଖ୍ୟା କରି କହିଛନ୍ତି କି, "ଦୁଇ ତିନି ମାସର କୁକୁର ଛୁଆ ସବୁ ଦାନ୍ତରେ ଧରିଥାଏ କାରଣ ଦାନ୍ତ ସେତେବେଳେ ଉଠିଥାଏ  ଏବଂ ଏହି ସମୟରେ ତାର ମାଲିକ ତାକୁ ଅଟକାଇ ନଥାଏ । ଲୋକମାନେ ଏହାକୁ ଉପଭୋଗ କରିଥାନ୍ତି ଏବଂ ଏହା ତାଙ୍କ ସହିତ ଖେଳ ଭଳି ଲାଗିଥାଏ । ପରେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୁଏ । ତଥାପି, ଏହା ସେ ସମୟ ହୋଇଥାଏ ଯେତେବେଳେ କୁକୁରକୁ ଶିକ୍ଷା ଦେବାକୁ ପଡିବ। ଡକ୍ଟର ସୁଦ୍ ଅନ୍ୟ ଏକ କାରଣ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି, "ଏପରି ଏକ କାରଣ ମଧ୍ୟ ଅଛି ଯେ ଅନେକ ଲୋକ କୁକୁର ନେଇକି ଆସନ୍ତି ଏବଂ ଏହାକୁ ଘରର ଏକ କୋଣରେ ବାନ୍ଧିଦିଅନ୍ତି । ଯାହାଫଳରେ କୁକୁରଟି ପ୍ରାୟ କ୍ୱଚିତ୍ ଲୋକଙ୍କ ସହ ମିଶିଥାଏ ଏବଂ ଯେହେତୁ କୋଣରେ ବନ୍ଧା ହୋଇ ରହିଥାଏ,ଫଳରେ ଅଧିକ ଆକ୍ରମଣାତ୍ମକ ହୋଇଯାଏ । କୁକୁରଟି ସେତେବେଳେ ଅସୁରକ୍ଷିତ ହୋଇଯାଇଥିବା ମନେକରିଥାଏ ଏବଂ ଯଦି ସେହି ସମୟରେ  ଅଧିକ ଆକ୍ରମଣାତ୍ମକ ହୋଇଯାଏ ତେବେ କାମୁଡ଼ିବାର ସମ୍ଭାବନା ଢେର୍ ଅଧିକ ରହିଥାଏ। ”


କୁକୁରମାନେ ଆକ୍ରମଣାତ୍ମକ ହେବାର ଗୋଟିଏ ବଡ଼ କାରଣ ହେଉଛି ଖାଦ୍ୟ ଏବଂ ପାନୀୟର ଅସନ୍ତୁଳନ :


ବେଳେବେଳେ ଘରେ କୁକୁରମାନଙ୍କୁ ସେମାନଙ୍କ ଦରକାର ଅପେକ୍ଷା ଅଧିକ ଖାଦ୍ୟ ଦିଆଯାଏ, କିମ୍ବା ସେମାନଙ୍କର କାର୍ଯ୍ୟ ସେହି ଅନୁପାତରେ ନଥାଏ । ଏଭଳି ପରିସ୍ଥିତିରେ ଶାରୀରିକ ଶକ୍ତି ସଂପୂର୍ଣ୍ଣ ଭାବେ ବ୍ୟବହୃତ ହୁଏ ନାହିଁ ଏବଂ ଏହା ସେମାନଙ୍କୁ ଆକ୍ରମଣାତ୍ମକ ମଧ୍ୟ କରିଥାଏ । ଭାରତରେ ପଶୁମାନଙ୍କ ପାଇଁ କାମ କରୁଥିବା ଫ୍ରେଣ୍ଡିକୋଜ୍ ସଂଗଠନ(friendicoes organisation)ର ଅଭିଷେକ ସିଂ(Abhishek Singh)କୁହନ୍ତି, “ବୁଲା କୁକୁର ଅଧିକ ବିପଜ୍ଜନକ କିମ୍ବା ପୋଷା କୁକୁର, ଏହାର ପ୍ରତ୍ୟକ୍ଷ ଉତ୍ତର ହେଉଛି ଏହା ତାର ପ୍ରଜାତି ଉପରେ ନିର୍ଭର କରେ । ଯଦି ଏହା ହାଇପର୍ ପ୍ରଜାତିର ହୋଇଥାଏ ତେବେ  ଏହା ନିଶ୍ଚିତ ଭାବରେ ଅଧିକ ଆକ୍ରମଣାତ୍ମକ ହେବ । ସେ କୁହନ୍ତି, ଯଦି ଗୋଟିଏ କୁକୁର  ହାଇପର୍ ପ୍ରଜାତିର ହୁଏ, ତେବେ ଏହାର ମନୋବଳ କେବେ ବଦଳିବ ତାହା ଜଣା ପଡ଼େନାହିଁ । ହୋଇପାରେ ଯଦି  ଆପଣ କୁକୁରର ଭୁଲ ସ୍ଥାନରେ ସ୍ପର୍ଶ କରିଛନ୍ତି କିମ୍ବା ଯଦି ଆପଣଙ୍କ 'ସ୍ପର୍ଶ'କୁ କୁକୁରଟି ବୁଝିପାରେନାହିଁ,ତେବେ ସେ ଅଧିକ ଆକ୍ରମଣାତ୍ମକ ହୋଇପାରେ ।


ପୋଷା କୁକୁର ଏବଂ ବୁଲା-କୁକୁର କାମୁଡ଼ିବା ମଧ୍ୟରେ ପାର୍ଥକ୍ୟ କ’ଣ?


ଡ଼.ସୁଦଙ୍କ ଅନୁଯାୟୀ, ପୋଷା କୁକୁର କାମୁଡ଼ିବା ଏବଂ ବୁଲା କୁକୁର କାମୁଡ଼ିବା ମଧ୍ୟରେ ପାର୍ଥକ୍ୟ ଅଛି । ଯେତେବେଳେ ଏକ ଗୃହପାଳିତ କୁକୁର କାମୁଡ଼େ, ଏହା ସାଧାରଣତଃ କାମୁଡିବା ପରେ ପଛକୁ ଫେରିଯାଏ । ସେ କୁହନ୍ତି, "ସାଧାରଣତଃ ପୋଷା କୁକୁରମାନେ ଜାଣିପାରନ୍ତି ଯେ ସେମାନେ ଭୁଲ୍ କରିଛନ୍ତି। ତେଣୁ ସେମାନେ କାହାକୁ କାମୁଡ଼ିବା ପରେ ପଛକୁ ଫେରିଯାଆନ୍ତି । ସେହି ସମୟରେ ବୁଲା-କୁକୁରମାନେ ଅଧିକ ଆକ୍ରାମକ ହୋଇ ଶିକାର କରିବାର ପ୍ରବୃତ୍ତି ସୃଷ୍ଟି କରନ୍ତି । ପୋଷା କୁକୁର ମାନଙ୍କୁ ଯେତେବେଳେ ଟିକାକରଣ କରାଯାଇଥାଏ,ସେତେବେଳେ ବୁଲା-କୁକୁରମାନଙ୍କୁ ଟୀକାକରଣ କରାଯାଇନଥାଏ । ତେଣୁ ବୁଲା-କୁକୁର କାମୁଡ଼ାରେ ରାବିଜ୍ ହେବାର ଆଶଙ୍କା ବହୁତ ଅଧିକ ରହିଥାଏ ।


ପାଗଳ କୁକୁର କାମୁଡ଼ିବାର ଅର୍ଥ କ’ଣ?


ପ୍ରାୟତଃ କୁହାଯାଏ ଯେ, ଯଦି ପାଗଳ କୁକୁର କାମୁଡ଼େ, ତେବେ ଏହାକୁ ଚାରି ଦିନ ନଜରରେ ରଖିବା ଉଚିତ୍ । ଯଦି ସେ ଜୀବିତ ତେବେ ଏହା ଠିକ ଅଛି, କିନ୍ତୁ ଯଦି ସେ ମରିଯାଏ ତେବେ ଏହା ବିପଦର ବିଷୟ ଅଟେ। ଏହା ଉପରେ ଡାକ୍ତର ସୁଦ୍ କହିଛନ୍ତି, "ଗୋଟିଏ କୁକୁର ରାବିଜ୍ ସଂକ୍ରମଣ ହେବାର ଚାରିରୁ ଦଶ ଦିନ ମଧ୍ୟରେ ମରିଯାଏ । ଏପରି ପରିସ୍ଥିତିରେ ଯଦି କୌଣସି ବୁଲା-କୁକୁର କାହାକୁ କାମୁଡ଼ିଦିଏ,ତେବେ ବିଶ୍ୱାସ କରାଯାଏ,ଯେ କୁକୁରଟି  ସଂକ୍ରମିତ ହୋଇଥିବ ଏବଂ ତା’ପରେ ତା ଉପରେ ନଜର ରଖିବାକୁ ହୋଇଥାଏ । ଏହା ଏକ ପ୍ରକାର ସୂଚାଇଥାଏ ଯେ କୁକୁରଟି ରାବିଜ୍ ରେ ସଂକ୍ରମିତ ହୋଇଛି, ତେଣୁ ଇଞ୍ଜେକ୍ସନ୍ ନେବା ବାଧ୍ୟତାମୂଳକ ଅଟେ।  


Also Read: OJEE: ଏଣିକି ଗରିବ ପିଲା ବି ପଢିବେ ଇଞ୍ଜିନିୟରିଂ ପାଠ, ଏହି ବଡ ଘୋଷଣା କଲେ ସରକାର


 


ଯଦି କୁକୁର କାମୁଡ଼େ ତେବେ କଣ କରିବେ?


ଯଦି ଗୋଟିଏ କୁକୁର କାମୁଡ଼େ, ଅଧିକାଂଶ ଲୋକ ଭୟଭୀତ ହୋଇ ଯାଆନ୍ତି ଯେ ହୁଏତ ସେମାନେ ରାବିଜ୍ ରେ ଆକ୍ରାନ୍ତ ହୋଇଯିବେ । ତେବେ ଏନେଇ ଡାକ୍ତର ସୁଦ୍ କହିଛନ୍ତି ଯେ ମେଡିକାଲରେ ପ୍ରଥମେ ସେହି କାମୁଡା ଥିବା ସ୍ଥାନକୁ ପାଣି ଏବଂ ସାବୁନରେ ଅତି କମରେ ଦଶ ମିନିଟ୍ ଧୋଇବା ଉଚିତ୍ । ଏହାପରେ ବେଟାଡିନ୍ ଲଗାଇବାକୁ ହେବ । ସାଧାରଣତଃ ପୋଷା କୁକୁରମାନଙ୍କୁ ଟୀକାକରଣ କରାଯାଇଥାଏ, ତେଣୁ ପୋଷା କୁକୁର କାମୁଡିଲେ ରାବିଜ୍ ହେବାର ଆଶଙ୍କା ନଥାଏ । ତେଣୁ ଏହାକୁ ସାଧାରଣ କ୍ଷତ ପରି ଉପଚାର କରନ୍ତୁ । କିନ୍ତୁ ଯଦି ଏକ ବୁଲା-କୁକୁର କାମୁଡିଛି, ତେବେ ନିଶ୍ଚିତ ଭାବରେ ଏହା ଉପରେ ନଜର ରଖନ୍ତୁ ଏବଂ ଯଦି କୁକୁର ମରିଯାଏ, ଆଣ୍ଟି ରାବିଜ୍ ଇଞ୍ଜେକ୍ସନ ନେବାକୁ ଭୁଲମ୍ତୁ ନାହିଁ । ତେବେ ଡାକ୍ତର ସୁଦ୍ କୁହନ୍ତି, "ପ୍ରଥମ ଦଶ ଦିନ ପାଇଁ ରାବିଜ୍ -ବିରୋଧୀ ଟୀକାକରଣ ଉପରେ ନଜର ରଖାଯିବ। ଯେଉଁ ଦିନ କୁକୁର କାମୁଡିଥାଏ, ତୃତୀୟ ଦିନରେ, ସପ୍ତମ ଦିନରେ, ଚତୁର୍ଦ୍ଦଶ ଦିନରେ ଏବଂ ପରେ ଅଠେଇଶ ଦିନରେ।  ଅର୍ଥାତ୍ ପାଞ୍ଚଟି ଇଞ୍ଜେକ୍ସନ୍ ଦିଆଯାଏ । ରାବିଜ୍ ର ଗୋଟିଏ ଇଞ୍ଜେକ୍ସନର ମୂଲ୍ୟ ପ୍ରାୟ ୩୦୦-୪୦୦ ଟଙ୍କା ପର୍ଯ୍ୟନ୍ତ ସ୍ଥଳବିଶେଷରେ ହୋଇପାରେ ଏବଂ କିଛି ସ୍ଥାନରେ ଏଥିରେ ପରିବର୍ତ୍ତନ ମଧ୍ୟ ହୋଇପାରେ । ଏହା ପୂର୍ବରୁ ଇମ୍ୟୁନୋଗ୍ଲୋବୁଲିନର ଏକ ଇଞ୍ଜେକ୍ସନ୍ ମଧ୍ୟ ଦିଆଯାଏ । ଯାହା ଭାରତର ସରକାରୀ ଡାକ୍ତରଖାନାଗୁଡ଼ିକରେ ବିନା ମୂଲ୍ୟରେ ଉପଲବ୍ଧ ରହିଛି ।


ଯଦି କେହି ଗୃହପାଳିତ କୁକୁର ରଖନ୍ତି ତେବେ ଜାଣନ୍ତୁ କ’ଣ ରହିଛି ନିୟମ ?


ବିଶ୍ୱର ଅନେକ ସ୍ଥାନରେ  କୁକୁର ଏବଂ ବିଲେଇ ପାଳନ କରିବା ଏକ ସୌକ୍ ରେ ପରିଣତ ହୋଇଗଲାଣି । ତେବେ ବର୍ତ୍ତମାନ ଇରାନରେ କୁକୁର ଏବଂ ବିଲେଇ ପାଳିବା ପାଇଁ ଆପଣଙ୍କୁ ଜେଲ ଯିବାକୁ ପଡିପାରେ । ଅନ୍ୟପକ୍ଷରେ ଭାରତରେ  ଧାରା ୫୧ ଏ (ଜି)ଅନୁଯାୟୀ, ପଶୁ ଏବଂ କୌଣସି ଜୀବଜନ୍ତୁଙ୍କ ପ୍ରତି ଦୟା ରହିବା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ । କୌଣସି ଭେଦଭାବ ଅନୁମୋଦିତ ନୁହେଁ । କୌଣସି ସୋସାଇଟି ଗୃହପାଳିତ ପଶୁ / କୁକୁର ମାନଙ୍କୁ ସେମାନଙ୍କ ପ୍ରଜାତି କିମ୍ବା ଆକାର ଆଧାରରେ ବାରଣ କରିପାରିବେ ନାହିଁ । କୁକୁରର ଭୁକିବା ଅଭ୍ୟାସ ସମ୍ବନ୍ଧୀୟ ଅଭିଯୋଗ ମଧ୍ୟ ଗୃହପାଳିତ ପଶୁଙ୍କୁ ନିଷେଧ କରିବା ପାଇଁ ବ୍ୟବହାର କରାଯାଇପାରିବ ନାହିଁ । ପ୍ରତ୍ୟେକ କୁକୁରର ନିଜସ୍ୱ ପରିବେଶ ଅଛି । ଉଦାହରଣ ସ୍ୱରୂପ, ଜର୍ମାନ ଶେଫର୍ଡ  ଯଦି ପ୍ରତିଦିନ ଚାଲ୍ ବୁଲ୍ କରୁନାହିଁ ତେବେ ତାହା ପାଇଁ ଠିକ୍ ନୁହେଁ ସେଥିପାଇଁ ପର୍ଯ୍ୟପ୍ତ ସ୍ଥାନର ଆବଶ୍ୟକତା ରହିଛି । ଅନ୍ୟପଟେ ପିଟବୁଲ ପରି ବିରାଟ କୁକୁରମାନେ ପ୍ରକୃତରେ ଜୀବନ ରକ୍ଷାକାରୀ କୁକୁର ଅଟନ୍ତି । ଯଦି ଆପଣଙ୍କର ପ୍ରଚୁର ସ୍ଥାନ ଅଛି ତେବେ ସେମାନଙ୍କୁ ବଂଚାଇବାରେ କୌଣସି କ୍ଷତି ନାହିଁ । କିନ୍ତୁ ଯଦି ଆପଣଙ୍କର ସୀମିତ ସ୍ଥାନ ଅଛି ତେବେ ସେଗୁଡ଼ିକୁ ରଖନ୍ତୁ ନାହିଁ । ଏହା କରିବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ସୀମିତ ସ୍ଥାନ ଅଛି, ତେବେ ଆପଣ ଛୋଟ ଆକାରର କୁକୁରମାନଙ୍କୁ ରଖିବା ଉଚିତ୍ । ଏହା ସହିତ ନିମ୍ନଲିଖିତ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି :-


* ଗୃହପାଳିତ ପଶୁର ସମ୍ପୂର୍ଣ୍ଣ ଟିକାକରଣ କରାଯିବା ଜରୁରୀ ।
* ଟିକାକରଣ କାର୍ଡକୁ ସମ୍ପୂର୍ଣ୍ଣ ଅପଡେଟ୍ କରାଯିବା ଉଚିତ୍ ।
* ସ୍ୱାସ୍ଥ୍ୟ-ଯାଞ୍ଚ ନିୟମିତ କରାଯିବା ଉଚିତ୍ ।
* ପଶୁ ସ୍ଥାନାନ୍ତର କରାଯାଇପାରିବ ନାହିଁ । ଏହାର ଅର୍ଥ ଆପଣ ଏକ ଗୃହପାଳିତ ପଶୁକୁ ନେଇଯାଇ କୌଣସି ସ୍ଥାନରେ ଛାଡି ପାରିବେ ନାହିଁ ।
* ପଶୁ ବିରୁଦ୍ଧରେ କୌଣସି ହିଂସା ହେବା ଉଚିତ୍ ନୁହେଁ।
* ଏହା ବ୍ୟତୀତ ପ୍ରତ୍ୟେକ ସମାଜର ନିଜସ୍ୱ ନିୟମ ରହିଛି, ଯାହାକୁ ପାଳନ କରିବାକୁ ପଡ଼ିବ ।