OJEE reservation: ଏଣିକି ସାଧାରଣ ଗରିବ ପରିବାରର ପିଲାମାନେ ମଧ୍ୟ ଇଞ୍ଜିନିୟରିଂ ପାଠ ପଢ଼ି ପାରିବେ। ଚଳିତ ଶିକ୍ଷା ୨୦୨୨-୨୩ରୁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଯେଉଁ ପିଲାଙ୍କ ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ କମ୍ ହୋଇଥିବ ଓ ୫ ଏକର ବା ତା’ଠାରୁ ଅଧିକ ଜମି ନଥିବ ସେମାନେ ଏହିସବୁ ସୁବିଧା ପାଇପାରିବେ।
Trending Photos
OJEE reservation, ଭୁବନେଶ୍ୱର: ଏଣିକି ସାଧାରଣ ଗରିବ ପରିବାରର ପିଲାମାନେ ମଧ୍ୟ ଇଞ୍ଜିନିୟରିଂ ପାଠ ପଢ଼ି ପାରିବେ। ଚଳିତ ଶିକ୍ଷା ୨୦୨୨-୨୩ରୁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଯେଉଁ ପିଲାଙ୍କ ପରିବାରର ବାର୍ଷିକ ଆୟ ୮ ଲକ୍ଷରୁ କମ୍ ହୋଇଥିବ ଓ ୫ ଏକର ବା ତା’ଠାରୁ ଅଧିକ ଜମି ନଥିବ ସେମାନେ ଏହିସବୁ ସୁବିଧା ପାଇପାରିବେ। ୨୦୨୨-୨୩ ଶିକ୍ଷାବର୍ଷରେ ଓଜେଇଇ ପକ୍ଷରୁ ଚାଲିଥିବା ଆଡମିସନ ପ୍ରକିୟାରେ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ଛାତ୍ରଛାତ୍ରୀଙ୍କ ପାଇଁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ପୂର୍ବରୁ ଓଜେଇଇ ଆଡମିସନ ପ୍ରକିୟାରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗର ପିଲାମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। କିନ୍ତୁ ଏବେ ଏହା ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଲାଗୁ ହବେ। ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ଅନୁମୋଦନ କ୍ରମେ ଓଜେଇଇ ସଂରକ୍ଷଣ ଅନୁଯାୟୀ କାଉନସେଲିଂ କରିବ। ଯେଉଁ ଛାତ୍ରଛାତ୍ରୀ ଏସସି, ଏସଟି କିମ୍ବା ଓବିସି ହୋଇଥିବେ ସେମାନେ ଏହି ସୁବିଧା ପାଇବେ ନାହିଁ।
Also Read: Condom: ଓଡ଼ିଶାରେ ପୁରୁଷଙ୍କୁ କଣ୍ଡୋମ ମନା! ସରକାରୀ ରିପୋର୍ଟ କଲା ବଡ଼ ଖୁଲାସା
ଇଡବ୍ଲ୍ୟୁଏସ ସାର୍ଟିଫିକେଟ ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ତହସିଲ ଅଫିସରେ ଆପ୍ଲାଏ କରିବାକୁ ପଡ଼ିବ। ସମସ୍ତ ତଥ୍ୟକୁ ଯାଞ୍ଚ କରିବା ପରେ ତହସିଲଦାର କିମ୍ବା ଅତିରିକ୍ତ ତହସିଲଦାର ଏହି ପ୍ରମାଣପତ୍ର ପ୍ରଦାନ କରିବେ। କାଉନସେଲିଂ ସମୟରେ ଛାତ୍ରଛାତ୍ରୀଙ୍କୁ ଇଡବ୍ଲ୍ୟୁଏସ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ତେବେ ପ୍ରଥମ ଥର ପାଇଁ ସମସ୍ତ ଟେକ୍ନିକାଲ ଓ ପ୍ରଫେସନାଲ କୋର୍ସରେ ସାଧାରଣ ବର୍ଗର ଇଡବ୍ଲ୍ୟୁଏସ ପିଲାଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିବା ଓଜେଇଇ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।