Maha Shivaratri 2023:  ମହାଶିବରାତ୍ରୀ ପ୍ରତ୍ୟେକ ଶିବ ଭକ୍ତଙ୍କ ପାଇଁ ବେଶ ଗୁରୁତ୍ବବହନ କରିଥାଏ । ପ୍ରତ୍ୟେକ ବର୍ଷ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ପାଳନ କରାଯାଏ । ଚଳିତ ବର୍ଷ ଫେବୃୟାରୀ ୧୮ ତାରିଖ ଅର୍ଥାତ୍ ଶନିବାର ଦିନ ପଡ଼ୁଛି ଭୋଳାନାଥଙ୍କ ମହାଶିବରାତ୍ରୀ । ପୁରାଣ ଅନୁଯାୟୀ, ଦେବୀ ସତୀ ମାତା ପାର୍ବତୀଙ୍କ ରୂପରେ ପୁନଃଜନ୍ମ ନେଇଥିଲେ । ମାତା ପାର୍ବତୀ ନିଜ ସୌନ୍ଦର୍ଯ୍ୟରେ ଭଗବାନ ଶିବଙ୍କୁ ବଶୀଭୂତ କରିବାକୁ ଚାହୁଁଥିଲେ କିନ୍ତୁ ସେ ଏଥିରେ ସଫଳ ହୋଇପାରିନଥିଲେ । ଏହାପରେ ମାତା ପାର୍ବତୀ ତ୍ରିୟୁଗୀ ନାରାୟଣରୁ ୫ କିଲୋମିଟର ଦୂରରେ ଥିବା ଗୌରୀକୁଣ୍ତରେ ସେ ତପସ୍ୟା କରିଥିଲେ ଏପରି କରି ମାତା ପାର୍ବତୀ ଶିବଙ୍କୁ ପ୍ରସନ୍ନ କରିଥିଲେ । ଏହି ଦିନ ଭଗବାନ ଶିବ ଓ ଆଦିଶକ୍ତି ମାତା ପାର୍ବତୀଙ୍କ ବିବାହ ହୋଇଥିଲା। କୁହାଯାଏ ଯେ, ଭଗବାନ ଶିବଙ୍କ ତାଣ୍ତବ ଓ ମାତା ପାର୍ବତୀଙ୍କ ନୃତ୍ୟ ସମନ୍ବୟ ହେତୁ ବଶ୍ବ ବ୍ରାହ୍ମଣ୍ତରେ ସନ୍ତୁଳନ ବଜାୟ ରହିଥାଏ । ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ଓ ଉପବାସ ପାଳନ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ଅଛି, ଯାହା ପାଳନ କରିବା ଆବଶ୍ୟକ । ଏହି ନିୟମ ମାନିବା ଦ୍ୱାରା ଜଣେ ମହାଶିବରାତ୍ରୀଙ୍କ ପୂର୍ଣ୍ଣ ଫଳ ପାଇବା ସହ ଭଗବାନ ଶିବଙ୍କ କୃପା ଲାଭ କରିଥାଏ ।


COMMERCIAL BREAK
SCROLL TO CONTINUE READING

କାହିଁକି କରାଯାଏ ଉପବାସ


କୁହାଯାଏ ମହାଶିବରାତ୍ରୀରେ ବତ୍ର ବା ଉପବାସ କରିବା ଦ୍ବାରା ପୁନଃ ମିଳିଥାଏ । ଶିବରାତ୍ରୀରେ ବତ୍ର, ଉପବାସ ଓ ଅଭିଷେକ କରିବା ଦ୍ବାରା ମଣିଷ ଭାଗ୍ୟଶାଳୀ ହୋଇଥାଏ । ଏନେଇ ଭଗବାନ ରାମ କହିଛନ୍ତି ଯେ, ଯିଏ ଭଗବାନ ଶିବଙ୍କୁ ଦ୍ବାହି ଦେଇ ମୋତେ ପାଇବାକୁ ଚେଷ୍ଟା କରେ ସେ ମୋତେ ସ୍ବପ୍ନରେ ମଧ୍ଯ ପାଇପାରିବ ନାହିଁ । ଏହି କାରଣରୁ ଏହି ଦିନ ଶିବଙ୍କୁ ପୂଜା କରିବା ସହିତ ଶ୍ରୀ ରାମଚରିତ ପାଠ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଅନ୍ୟ ଏକ କଥାରେ କୁହାଯାଇଛି ଯେ, ଥରେ ମାତା ପାର୍ବତୀ ଥରେ ଭଗବାନ ଶିବଙ୍କୁ ପଚାରିଥିଲେ ଯେ, କେଉଁ ଉପବାସ ତାଙ୍କୁ ସର୍ବୋତ୍ତମ ଭକ୍ତି ଓ ପୁଣ୍ୟ ପ୍ରଦାନ କରିଥାଏ । ଏହାର ଉତ୍ତରରେ ଭୋଳଶଙ୍କର କହିଥିଲେ ଯେ, ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀରେ ଯିବ ଉପବାସ ରଖିଥାଏ ତା ଭକ୍ତିରେ ମୁଁ ସବୁଠାରୁ ଅଧିକ ପ୍ରସନ୍ନ ହୋଇଥାଏ ।


ପୂଜା ବିଧି 


ମହାଶିବରାତ୍ରୀ ଦିନ ସକାଳୁ ଉଠି ଗାଧେଇବା ପରେ ପୂଜା ସାମଗ୍ରୀ ନେଇ ଶିବ ମନ୍ଦିର ଯାଆନ୍ତୁ । ଫୁଲ, ଫଳ ନୈବେଦ୍ୟ ସହ ଭଗବାନ ଶିବଙ୍କ ଅତି ପ୍ରିୟର ବେଲପତ୍ରରେ ଚନ୍ଦନ ଲଗାଇ ଅପର୍ଣ କରନ୍ତୁ । ଯେତେଥର ସମ୍ଭବ “ଓଃ ନମଃ ଶିବାୟ” ଜପ କରନ୍ତୁ । ଏହି ଦିନ ରାତିର ଚାରି ପ୍ରହରରେ ଭଗବାନ ଶିବଙ୍କ ପୂଜା ଓ ଆରାଧ୍ୟନା କରିବା ଉଚିତ୍ । ଅଭିଷେକ ଜଳରେ ପ୍ରଥମ ପ୍ରହରେ କ୍ଷୀର, ଦ୍ୱିତୀୟ ପ୍ରହରରେ କଦଳୀ, ତୃତୀୟ ପ୍ରହରରେ ଘିଅ ଓ ଚତୁର୍ଥ ପ୍ରହରରେ ମହୁ ମିଶାନ୍ତୁ । ଦିନରେ କେବଳ ଫଳ ଖାଇ ରାତିରେ ଉପବାସ ରଖନ୍ତୁ । ଏହି ଦିନ ଭଗବାନ ଶିବଙ୍କୁ ପୂଜା କଲେ କୋଟି ପୁଣ୍ୟ ମିଳିବା ସହ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ ।


Also Read-Mahashivratri 2023: ଶିବରାତ୍ରୀରେ ପାର୍ବତୀଙ୍କୁ କାହିଁକି ସଧବାନାରୀ ଅର୍ପଣ କରନ୍ତି ସିନ୍ଦୁର, ଜାଣନ୍ତୁ ଏହାର ଗୁଢ଼ ରହସ୍ୟ