Mahashivratri 2023: ଶିବରାତ୍ରୀରେ ପାର୍ବତୀଙ୍କୁ କାହିଁକି ସଧବାନାରୀ ଅର୍ପଣ କରନ୍ତି ସିନ୍ଦୁର, ଜାଣନ୍ତୁ ଏହାର ଗୁଢ଼ ରହସ୍ୟ
Advertisement
Article Detail0/zeeodisha/odisha1572708

Mahashivratri 2023: ଶିବରାତ୍ରୀରେ ପାର୍ବତୀଙ୍କୁ କାହିଁକି ସଧବାନାରୀ ଅର୍ପଣ କରନ୍ତି ସିନ୍ଦୁର, ଜାଣନ୍ତୁ ଏହାର ଗୁଢ଼ ରହସ୍ୟ

Mahashivratri 2023 Fast Rules: ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ପୂଜା କରାଯାଇଥାଏ । ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ (Mahashivratri 2023) ପାଳନ କରାଯାଏ। ଏହି ଦିନ ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଇଥାଏ । ସେହିପରି ଏହି ପୂଜା ସନ୍ଧ୍ୟା କାଳରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଏହି ଦିନ ପ୍ରତ୍ୟକ ଶିବ ମନ୍ଦିର ଓ ଘରେ ମାନଙ୍କରେ ଦୀପ ଜାଳି ଜାଗର ବ୍ରତ କରାଯାଏ । ଏନେଇ ବ୍ରତଧାରୀମାନେ ଏହିଦିନ ମହାଦେବଙ୍କ ପାଇଁ ବ୍ରତ ରଖିଥାନ୍ତି ।

ସୌଜନ୍ୟ- ସୋସିଆଲ ମିଡିଆ

Mahashivratri 2023 Fast Rules: ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ପୂଜା କରାଯାଇଥାଏ ।  ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ (Mahashivratri 2023) ପାଳନ କରାଯାଏ। ଏହି ଦିନ ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଇଥାଏ । ସେହିପରି ଏହି ପୂଜା ସନ୍ଧ୍ୟା କାଳରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଏହି ଦିନ ପ୍ରତ୍ୟକ ଶିବ ମନ୍ଦିର ଓ ଘରେ ମାନଙ୍କରେ ଦୀପ ଜାଳି ଜାଗର ବ୍ରତ କରାଯାଏ । ଏନେଇ ବ୍ରତଧାରୀମାନେ ଏହିଦିନ ମହାଦେବଙ୍କ ପାଇଁ ବ୍ରତ ରଖିଥାନ୍ତି । ବ୍ରତ ରଖି ଜାଗର ଜାଳିଲେ ମନସ୍କାମନା ପୂର୍ଣ୍ଣ ହେବା ସହ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ଏହି ଦିନ ଶିବ ପାର୍ବତୀଙ୍କ ବିବାହ ହୋଇଥିଲା ବୋଲି ବିଶ୍ବାସ କରାଯାଏ । ଏନେଇ ଅଧିକାଂଶ ଲୋକେ ଉପବାସ ପାଳନ କରନ୍ତି ଏବଂ ଭଗବାନ ଶିବଙ୍କୁ ପୂଜା କରନ୍ତି। ତେବେ ମହାଶିବରାତ୍ରୀରେ କିପରି ବ୍ରତ ରଖିବେ ଏବଂ ପୂଜା କରିବେ ସେନେଇ ଆସନ୍ତୁ ଜାଣିବା।...

ଏହିପରି ଉପବାସ ଆରମ୍ଭ କରନ୍ତୁ : ବିଶ୍ୱାସ କରାଯାଏ ଯେ, ମହାଶିବରାତ୍ରୀରେ ଉପବାସ ତ୍ରୟୋଦଶୀରୁ ଆରମ୍ଭ ହୋଇଥାଏ। ଏବଂ ସେହି ଦିନଠାରୁ ଲୋକେ ସୁଦ୍ଧ ଶାକାହାରୀ ଖାଦ୍ୟ ଗ୍ରହଣ କରିବା ଉଚିତ୍ । କିଛି ଲୋକ ଏହି ଦିନଠାରୁ ଉପବାସ ଆରମ୍ଭ କରନ୍ତି । ଏହା ପରେ,ଚତୁର୍ଦ୍ଦଶୀ ତିଥିରେ ଉପାସନା କରନ୍ତୁ ଏବଂ ଉପବାସ ପାଇଁ ସଂକଳ୍ପ ମଧ୍ୟ କରନ୍ତୁ । ଏହି ଦିନ ଭଗବାନ ଶିବଙ୍କୁ ଭାଙ୍ଗ, ଆଖୁ, ଅରଖ ଫୁଲ ସହ ବିଭିନ୍ନ ପ୍ରକାର ଫଳ ଅର୍ପଣ କରି ପୂଜା କରନ୍ତୁ। । ଅନ୍ୟପକ୍ଷରେ ବିବାହିତା ମହିଳାମାନେ ମାତା ପାର୍ବତୀଙ୍କୁ ସେହି ଦିନ ଚୁଡି, ଟିକିଲି ଏବଂ ସିନ୍ଦୁର ଅର୍ପଣ କରନ୍ତି।  ଏହା ବିଶ୍ବାସ ରହିଛି ଯେ, ଏହି ଦିନ ମାତା ପାର୍ବତୀଙ୍କୁ ଏସବୁ ପ୍ରଦାନ କରିବା ଦ୍ବାରା ସ୍ବାମୀଙ୍କ ଦିର୍ଘା ହୁଅନ୍ତି । ଏବଂ ଏହା ସହ ଅହିସୁଲକ୍ଷଣୀର ଐଶ୍ବର୍ଯ୍ୟ ମଧ୍ୟ ଭୋଗ କରିଥାନ୍ତି ସଧବାନାରୀ । ଯଦି ଆପଣ ଉପବାସ କରନ୍ତି, ତେବେ ଦିନସାରା ଫଳ ଖାଆନ୍ତୁ ଏବଂ ଲୁଣ ଖାଆନ୍ତୁ ନାହିଁ । ଯଦି ଆପଣ କୌଣସି କାରଣରୁ ଲୁଣ ଖାଆନ୍ତି, ତେବେ ବଡ ଖଣ୍ତ ଲୁଣ ଖାଆନ୍ତୁ ।

Also Read : Mahashivratri 2023: ଜାଣନ୍ତୁ ଶିବରାତ୍ରୀର ମାହାତ୍ମ୍ୟ, ଏହି ଦିନ ପ୍ରଭୁଙ୍କୁ ଏପରି ଅର୍ପଣ କରନ୍ତୁ ବେଲପତ୍ର, ମିଳବ କୋଟିପୁଣ୍ୟ

Also Read : Maha Shivratri 2023: ମାତା ପାର୍ବତୀଙ୍କ ଏହି କଥା କାରଣରୁ ବୈରାଗି ଜୀବନ ତ୍ୟାଗ କରି ବିବାହ କରିଥିଲେ ମହାଦେବ !

ମହାଶିବରାତ୍ରୀ (Mahashivratri) ଉପବାସରେ ଚାରି ଘଣ୍ଟା ମଧ୍ୟରେ ପୂଜା କରାଯାଏ । ପ୍ରତି ଘଣ୍ଟାରେ ପୂଜାପାଠରେ ଓମ୍ ନାମ ଶିବ ଜପ କରାଯିବା ଉଚିତ୍ । ଯଦି ଶିବ ମନ୍ଦିରରେ ଏହି ମନ୍ତ୍ର ଜପ କରିବା ସମ୍ଭବ ନୁହେଁ, ତେବେ ଘରର ପୂର୍ବ ଦିଗରେ ଏକ ଶାନ୍ତ ସ୍ଥାନକୁ ଯାଇ ଏହି ମନ୍ତ୍ର ଜପ କରାଯାଇପାରିବ। ଚାରି ଘଣ୍ଟା ମଧ୍ୟରେ କରାଯାଇଥିବା ଏହି ମନ୍ତ୍ରଗୁଡ଼ିକର ଜପ କରିବା ବିଶେଷ ଗୁଣ ପ୍ରଦାନ କରେ । ଏହା ବ୍ୟତୀତ ଏହି ଦିନ ରୁଦ୍ରବିଷେକ କଲେ, ମହାଦେବ ଖୁସି ହୋଇଥାନ୍ତି ବୋଲି ବିଶ୍ବାସ କରାଯାଏ।  

ମହାଶିବତ୍ରୀ ବ୍ରତ ରଖିଲେ ଏହିସବୁ ଲାଭ ମିଳିଥାଏ : ମହାଶିବରାତ୍ରୀ(Mahashivratri 2023) ର ବ୍ରତ ରଖିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହି ଦିନରେ ଖାସ୍ କରି , ବିବାହର ଯୋଗ ଫିଟୁ ନଥିବା ଯୁବତୀମାନେ ଏହି ଦିନ ବ୍ରତ ରଖିଲେ ସେମାନଙ୍କର ବିବାହ ଖୁବଶିଘ୍ର ହୋଇଯାଏ ବୋଲି ଲୋକକଥା ରହିଛି। ଅନ୍ୟପକ୍ଷରେ,ଯଦି ବିବାହିତ ମହିଳାମାନେ ଏହି ଦିନ ଉପବାସ କରନ୍ତି,ତେବେ ସେମାନଙ୍କ ସ୍ବାମୀ ଦିର୍ଘାୟୁ ହେବା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।