Summer Health Tips: ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ଋତୁ। ଏଭଳି ପରିସ୍ଥିତିରେ ତାତି ଏତେ ଦ୍ରୁତ ଗତିରେ ବଢୁଛି ଯେ ଆଗାମୀ ଦିନରେ ଉତ୍ତାପ ଆହୁରି ବଢିପାରେ। ବଢୁଥିବା ଉତ୍ତାପ ଏବଂ ତାତିରୁ ରକ୍ଷା ପାଇବା ପାଇଁ ଏବଂ ଶରୀରକୁ ଥଣ୍ଡା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଉତ୍ତାପ ବଢିଯାଏ, ସେତେବେଳେ ଶରୀରରେ ଅନେକ ପରିବର୍ତ୍ତନ ଆସିବା ଆରମ୍ଭ କରିଥାଏ। ଏହି କାରଣରୁ, ପ୍ରଥମେ ଶରୀରରେ ଜଳର ଅଭାବ ଦେଖା ଦେଇଥାଏ। ଯାହା ରକ୍ତଚାପ ବୃଦ୍ଧି ସହିତ ସହିତ ଅନେକ ପେଟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। 


COMMERCIAL BREAK
SCROLL TO CONTINUE READING

ଏପରି ପରିସ୍ଥିତିରେ ମିଶ୍ରିର ବ୍ୟବହାର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଆମେ ଆପଣଙ୍କୁ ଏହି ଖବର ମାଧ୍ୟମରେ କହିବାକୁ ଯାଉଛୁ କିପରି ମିଶ୍ରି ପାଣି କିପରି ଆପଣଙ୍କୁ ଖରା ତାତି କବଳରୁ ରକ୍ଷା କରିପାରିବ। ମିଶ୍ରି ପାଣି ପିଇବା ଦ୍ୱାରା ମିଳିଥାଏ ଅନେକ ଲାଭ। 
 
ପ୍ରାକୃତିକ ଥଣ୍ଡା ପ୍ରଦାନ କରିଥାଏ ମିଶ୍ରି (Natural Coolant Mishri) 
ମିଶ୍ରି ହେଉଛି ଏପରି ଏକ ଖାଦ୍ୟ ପଦାର୍ଥ, ଯାହା ଶରୀରକୁ ପ୍ରାକୃତିକ ଉପାୟରେ ଥଣ୍ଡା ରଖିବାର କାମ କରିଥାଏ। ପ୍ରଥମେ ଏହା ପେଟର ଉତ୍ତାପକୁ ହ୍ରାସ କରିଥାଏ ଏବଂ ଏହା ପରେ ହଜମକାରୀ ଏନଜାଇମ ସଂଖ୍ୟା ଶରୀରରେ ବଢାଇଥାଏ। ଯାହା ଫଳରେ ପେଟ ସଠିକ୍ ଭାବରେ କାମ କରେ। ଶରୀରକୁ ଏସିଡି଼ଟି, ବଦହଜମୀ ଏବଂ ଗ୍ୟାସ ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିନଥାଏ। 


ପେଟକୁ ସୁସ୍ଥ ରଖିଥାଏ ମିଶ୍ରି (Mishri) 
ମିଶ୍ରି ପେଟରେ pH ମାତ୍ରାକୁ ସନ୍ତୁଳିତ କରିଥାଏ। ଅର୍ଥାତ୍ ଏହା ଏସିଡ଼ିକ ଏବଂ ବେସିକ ନେଚର ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ। ଯେତେବେଳେ ଆପଣ ମିଶ୍ରି ପାଣି ପିଇଥାନ୍ତି, ସେତେବେଳେ ଏହା ପେଟର pH ମାତ୍ରାକୁ ସନ୍ତୁଳିତ କରି ଏକ ପ୍ରକାର ପ୍ରତିରକ୍ଷା ସୃଷ୍ଟି କରିଥାଏ। ରୋଗ କବଳରୁ ରକ୍ଷା ପାଇବା ପାଇଁ ଆପଣଙ୍କ ଶରୀର ଶକ୍ତି ପାଇଥାଏ।


କମିଯାଏ ପାଟିର ଘାଆ 
ମିଶ୍ରି ପାଟିରେ ହେଉଥିବା ଘାଆକୁ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ। ପାଟିରେ ସଂକ୍ରମଣ ହ୍ରାସ କରିବାରେ ସହାୟକ ହୋଇଥାଏ। କେବଳ ଏତିକି ନୁହେଁ, ଏହା ଦୀର୍ଘ ସମୟ ଧରି ଏହି ସମସ୍ୟାକୁ ଦୂର କରିପାରେ ଏବଂ ଆପଣଙ୍କୁ ପାଟି ଘାଆ କବଳରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।


କିପରି ପିଇବେ ମିଶ୍ର ପାଣି? (How To Drink Mishri Water)
ମିଶ୍ରି ପାଣି ପିଇବା ପାଇଁ ସର୍ବପ୍ରଥମେ ମିଶ୍ରି ଦାନକୁ ପ୍ରତିଦିନ ରାତିରେ ପାଣିରେ ଭିଜାନ୍ତୁ ଏବଂ ସକାଳେ ଉଠିବା ପରେ ଏଥିରେ କିଛି ଥଣ୍ଡା ପାଣି ମିଶାନ୍ତୁ। ଏଥିରେ କଳା ଲୁଣ ମିଶାଇ ଏହାକୁ ପିଅନ୍ତୁ। ଖରା ଦିନେ ସକାଳ ସମୟରେ  ମିଶ୍ରି ପାଣି ପିଇବା ଦ୍ୱାରା ଆପଣ ଅମ୍ଳତା, ପେଟରେ ଜଳିବା ଏବଂ ଡିହାଇଡ୍ରେସନ୍ ଭଳି ସମସ୍ୟାରୁ ରକ୍ଷା ପାଇବେ।