COMMERCIAL BREAK
SCROLL TO CONTINUE READING

ମେଷ:  ଆଜି ଏହି ରାଶିର ଲୋକଙ୍କ ପାଇଁ ଦିନଟି ବହୁତ୍ ଖାସ୍ ରହିବ। ଶୁକ୍ର ଏହି ରାଶିର ପଞ୍ଚମ ଘରେ ରହିଥିବାରୁ ଯେଉଁମାନେ ଦିର୍ଘ ଦିନ ଧରି ଜୀବନ ସାଥୀ ଖୋଜୁଥିଲେ। ସୋମାନଙ୍କୁ ଆଜି ନୂଆ ସାଥୀ ମିଳିବାର ସମ୍ଭାବନା ରହିଛି। ଯେଉଁମାନେ ପ୍ରେମ ସମ୍ପର୍କରେ ରହିଛନ୍ତି ସେମାନେ ନିଜ ସାଥୀଙ୍କ ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି । ପରପ୍ପର ସହ କ୍ବାଲିଟି ଟାଇମ୍ ବିତାଇବା ସହ ମନପସନ୍ଦର ଉପହାର ମଧ୍ୟ ମିଳିପାରେ।


ଶୁଭ ସଂଖ୍ୟା-୧
ଶୁଭ ରଙ୍ଗ-କଳା


ବୃଷ:  ଏକତରଫା ପ୍ରେମ କରୁଥିବା ଲୋକଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ। ପସନ୍ଦ କରୁଥିବା ଜୀବନ ସାଥୀ ଆପଣଙ୍କୁ ନିଜ ଆଡୁ ପ୍ରେମ ନିବେଦନ କରିପାରନ୍ତି। ଏହି ଖୁସି ଖବର ପାଇବା ପରେ ପୂରା ଦିନ ଆନନ୍ଦିତ ରହିବେ। ସଂନ୍ଧ୍ୟା ସମୟରେ ନିଜ ବନ୍ଧୁଙ୍କ ସହିତ ଦୂର ସ୍ଥାନକୁ ଯାଇ ପାରନ୍ତି। ନିଜ ବନ୍ଧୁ ଓ ସହକର୍ମୀଙ୍କ ସହ ଭଲ ସମୟ ବିତେଇବେ। 


ALSO READ: Today Horoscope: ଆଜି ଏହି ରାଶିଙ୍କୁ ରହିଛି ଅର୍ଥପ୍ରାପ୍ତିର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?


ଶୁଭରଙ୍ଗ -ହଳଦିଆ
ଶୁଭସଂଖ୍ୟା-୩


ମିଥୁନ:  ପ୍ରେମ ସମ୍ପର୍କରେ ତିକ୍ତତା ଦେଖାଦେଇପାରେ। ତେଣୁ ନିଜ ସାଥୀଙ୍କ ସହ କୌଣସି ଅଯଥା କଥାକୁ ନେଇ ଆଜି ଯୁକ୍ତିତର୍କ କରନ୍ତୁ ନାହିଁ। ନଚେତ୍ ପ୍ରେମ ସମ୍ପର୍କ ଭାଙ୍ଗିଯିବାର ସମ୍ଭାବନା ରହିଛି। ନିଜ ସାଥୀଙ୍କ ସହ କଥା ହେବା ସମୟରେ ସ୍ଥିର ରୁହନ୍ତୁ। ଯେତେ ସମ୍ଭବ ଚୁପ୍ ରହିବା ଭଲ। ଅବିବାହିତଙ୍କ ପାଇଁ ଆଜି ବିବାହ ପ୍ରସ୍ତାବ ଆସିପାରେ। 


ଶୁଭ ରଙ୍ଗ-ସବୁଜ
ଶୁଭ ସଂଖ୍ୟା-୫


କର୍କଟ:  କକର୍ଟ ରାଶିର ଲୋକଙ୍କ ପାଇଁ ଦିନଟି ମିଶ୍ରିତ ଫଳ  ପ୍ରଦାନ କରିବ। ଦୂରେଇ ଯାଇଥିବା ଜୀବନସାଥୀଙ୍କ ଠାରୁ କୌଣସି ପ୍ରକାର ଫୋନ୍ କଲ୍ ଆଜି ଆସିପାରେ। ନୂଆ କରି ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କରେ ଆପଣଙ୍କ ସାଥୀ ଧୋକା ଦେଇପାରନ୍ତି। ଯାହା ଆପଣଙ୍କ ମନକୁ ଦୁଃଖ ପହଞ୍ଚାଇବ। ସେହିପରି, ନବ ବିବାହିତ ଦମ୍ପତି ମାନେ ଏକ ରୋମାଣ୍ଟିକ ଡେଟରେ ଯାଇପାରନ୍ତି।  


ଶୁଭ ରଙ୍ଗ-ବ୍ରାଉନ୍
ଶୁଭ ସଂଖ୍ୟା-୭


ସିଂହ: ଆଜି ଆପଣଙ୍କୁ  ନିଜ ସୋଲ୍-ମେଟ୍ ମିଳିପାରେ। ପ୍ରେମ ସମ୍ପର୍କରେ ଥିବା ଲୋକେ ନିଜ ଜୀବନ ସାଥୀଙ୍କ ସହ ବିବାହ ଠିକ୍ ହୋଇପାରେ। କିନ୍ତୁ ସାଥୀଙ୍କ ଆଚରଣ ଆପଣଙ୍କୁ ବ୍ୟଥିତ କରିପାରେ। ଯାହାକୁ ନେଇ ଆପଣ ଟେନସନରେ ରହିବେ।


ଶୁଭ ରଙ୍ଗ-ଧୂଷର
ଶୁଭ ସଂଖ୍ୟା-୯


କନ୍ୟା- କନ୍ୟାର ବ୍ୟକ୍ତିମାନେ ଆଜି ନିଜ ପ୍ରେମିକଙ୍କଠାରୁ ଉପହାର ପାଇପାରନ୍ତି। ଯେଉଁମାନେ ବର୍ତ୍ତମାନ ଏକ ରିଲେସନରେ ଅଛନ୍ତି ସେମାନେ ସେମାନଙ୍କର ଶବ୍ଦ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ ପ୍ରମ ସମ୍ପର୍କରେ ଫାଟ ବା  ବ୍ରେକଅପ୍ ର ସମ୍ମୁଖୀନ ହୋଇପାରନ୍ତି।


ଶଭରଙ୍ଗ-କମଳା
ଶୁଭ ସଂଖ୍ୟା-୧୧


ତୁଳା- ଆଜିର ଦିନଟି ଆପଣଙ୍କର ହସ ଖୁସିରେ କଟିବ। କଠିନ ପରିଶ୍ରମର ଫଳ ମିଳିବ। ନିଜ ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି। ଏବଂ ସାଥୀଙ୍କ ଆପଣଙ୍କୁ ବିବାହ ପାଇଁ ମଧ୍ୟ ପ୍ରସ୍ତାବ ଦେଇପାରନ୍ତି। 


ଶଭରଙ୍ଗ-ଧଳ
ଶୁଭ ସଂଖ୍ୟା-୧


ବିଛା -ଆଜି ଏହି ରାଶିର ଲୋକଙ୍କ ପ୍ରେମ ଜୀବନ ଆଜି ଭଲ ହୋଇପାରେ। କିନ୍ତୁ ସନ୍ଧ୍ୟାରେ ଆପଣଙ୍କର ନିଜ ସାଥୀ ସହିତ କିଛି ପ୍ରସଙ୍ଗରେ ଝଗଡା ମଧ୍ୟ ହୋଇପାରେ। ତେଣୁ ନିଜର କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ।


 
ଶୁଭ ରଙ୍ଗ: ଲାଲ୍
ଶୁଭ ସଂଖ୍ୟା-୪


ଧନୁ- ଧନୁ ରାଶି ଲୋକଙ୍କ ପ୍ରେମ ଜୀବନ ଆଜି ବହୁତ ଭଲ ରହିଛି । ଆପଣଙ୍କ ସାଥୀ ଆପଣଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବା ସହିତ ଆର୍ଥିକ ସାହାର୍ଯ୍ୟ କରିପାରନ୍ତି। ନିଜ ସାଥୀଙ୍କ ଠାରୁ କୌଣସି ପ୍ରକାର  ସରପ୍ରାଇଜ୍ ଗିଫ୍ଟ ପାଇପାରନ୍ତି।
 
ଶୁଭ ରଙ୍ଗ-ଗୋଲାପୀ
ଶୁଭ ସଂଖ୍ୟା-୨
 
ମକର-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ମକର ରାଶି ବ୍ୟକ୍ତିମାନେ ଦୀର୍ଘ ଦିନ ଧରି କାହାକୁ ନିଜର ଭାବନା ପ୍ରକାଶ କରିବାକୁ ଚିନ୍ତା କରନ୍ତି। ତେବେ, ଆଜି ସମୟ ଅନୁକୂଳ ଅଛି। ସେମାନେ ଭାବନାକୁ ପ୍ରକାଶ କରନ୍ତୁ। ଏଥି ସହ, ଯଦି ଆପଣ ନିଜ ପାର୍ଟନରଙ୍କୁ ଉପହାର ଦିଅନ୍ତି, ଏହା ସମ୍ପର୍କକୁ ମଜବୁତ୍ କରିବ।


ଶୁଭରଙ୍ଗ-ବାଇଗଣୀ
ଶୁଭ ସଂଖ୍ୟା-୧୦


କୁମ୍ଭ-  ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ଆଜି ହୋଇପାରେ।  ଏହାସହ ନିଜ ସାଥୀଙ୍କ ସହ ଏଥିପାଇଁ ଯଥାସମ୍ଭବ ଅଧିକ ସମୟ ବିତାନ୍ତୁ। ଯେଉଁ ଲୋକମାନେ ଲଙ୍ଗ୍ ଡିଷ୍ଟାନ୍ସ ( ଦୀର୍ଘ ସମୟ ଧରି ଦୀର୍ଘ ଦୂରତା ସଂପର୍କ) ରେ ଅଛନ୍ତି, ସେମାନଙ୍କ ପ୍ରେମ ଜୀବନରେ ମଧୁରତା ଭରିବ। 


ଶୁଭରଙ୍ଗ-ନାରଙ୍ଗୀ
ଶୁଭ ସଂଖ୍ୟା-୫



ମୀନ - ଏହି ରାଶିର ବ୍ୟକ୍ତିଙ୍କୁ ଆଜି କେହି ପ୍ରେମ ନିବେଦନ କରିପାରନ୍ତି। ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି।  ସେମାନେ ନିଜ ଦାୟିତ୍ୱକୁ ଭଲ ଭାବରେ ନିଭାନ୍ତୁ।  ଆପଣ ପ୍ରେମ ଜୀବନକୁ ଅଣଦେଖା କରନ୍ତୁ ନାହିଁ।  ସାଥୀଙ୍କ ସହିତ ସମୟ ବିତାନ୍ତୁ। ଏହା ଆପଣଙ୍କ ପ୍ରେମ ସମ୍ପର୍କକୁ ଆହୁରି ମଜବୁତ କରିବ।


ଶୁଭ ରଙ୍ଗ- କଳା
ଶୁଭ ସଂଖ୍ୟା-୩


(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )