ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ଯୁବପିଢିଙ୍କୁ ପ୍ରେମର ଫର୍ମୁଲା ବାଣ୍ଟୁଥିବା ଅଶ୍ୱିନ୍ ପଡ଼ିଛନ୍ତି ପ୍ରେମରେ । ନୂଆ ପ୍ରେମିକାଙ୍କ ପ୍ରେମରେ ଲଭଗୁରୁ ଅଶ୍ୱିନ। ତାଙ୍କ ପ୍ରେମିକାଙ୍କୁ ଖୁସି କରିବାକୁ କହୁଛନ୍ତି 'ଜହ୍ନ ମାମୁଁର ଭାଣିଜି ତୁ'। 


COMMERCIAL BREAK
SCROLL TO CONTINUE READING

ପ୍ରକୃତରେ ରିୟଲ୍ ନୁହେଁ ରିଲ୍ ଲାଇଫରେ ହିତେଶାଙ୍କୁ ଭଲପାଇଛନ୍ତି ଲଭଗୁରୁ ଅଶ୍ୱିନ୍ । ଆଉ ଏହାକୁ ନେଇ ତିଆରି ହୋଇଛି ଏକ ସୁମଧୁର ଗୀତ, ନବେ ଦଶକରେ ତିଆରି ହେଉଥିବା ଗୀତକୁ ଦୃଷ୍ଟିରେ ରଖି ଠିକ୍ ସେହିପରି ଢଙ୍ଗରେ ଏହି ଗୀତଟିକୁ ଏବେର ଯୁବପିଢିଙ୍କ ପାଇଁ ଚିତ୍ରଣ କରିଛନ୍ତି ନିର୍ଦ୍ଦେଶକ ରାଜେନ୍ଦ୍ର ମହନ୍ତ, ଗୀତିକାର ବାପୁ ଗୋସ୍ୱାମୀଙ୍କ ଏହି ଗୀତଟିକୁ ଦମଦାର ଭାବେ ଗାଇଛନ୍ତି ଆପଣଙ୍କ ପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଓ ଜୌତିର୍ମୟୀ।


ସେହିପରି କ୍ରିଏଟିଭ ହେଡ଼ ମାନସ କୁମାର ସାହୁ ଗୀତଟିକୁ ବେଶ୍ ସୁନ୍ଦର ଭାବରେ ଚିତ୍ରଣ କରିଥିବା ବେଳେ କୋରିଓଗ୍ରାଫି କରିଛନ୍ତି ସଜନ୍ନ ମିଶ୍ର ଓ କାର୍ଯ୍ୟକାରୀ ନିର୍ଦ୍ଦେଶକ ଦେବଦତ୍ତ ବିଶ୍ୱାଳ ଓ ଜାପାନୀ ଭାଇଙ୍କ ନିର୍ଦ୍ଦେଶନା ଭୁମିକା ଗୀତଟିକୁ ଅଧିକ ସୁନ୍ଦର କରିପାରିଛି । ସବୁଠୁ ବଡ଼କଥା ହେଉଛି କୌଣସି ବାହାର ସ୍ଥାନ ନୂହେଁ ବରଂ ଖୋର୍ଦ୍ଧାର କିଛି ଅଞ୍ଚଳରେ ଗୀତଟିର ସୁଟିଂ କରାଯାଇଥିବା ଜଣାପଡିଛି । ଏହାସହ ଉଭୟ ହିତେସା ଏବଂ ଅଶ୍ୱିନଙ୍କ ଯୋଡ଼ି ଗୀତଟିକୁ ଆହୁରି ରୋମାଞ୍ଚକର କରିଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ହିତେଶା ସିରିୟଲରେ ଅଭିନୟ କରୁଥିବା ବେଳେ ମଲ୍ଟିଟ୍ୟାଲେଣ୍ଟେଡ୍ ଅଶ୍ୱିନ୍ ଏହି ଗୀତରେ ପ୍ରଥମଥର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି ।


ତେବେ ଦଶହରା ବଜାରକୁ ଦୃଷ୍ଟିରେ ରଖି ଗୀତଟିକୁ ତିଆରି କରାଯାଇଥିଲେ ମଧ୍ୟ ଏବେଠୁ ଏହାର ଅଡିଓ ପାଖାପାଖି ୩୦ଲକ୍ଷ ଲୋକଙ୍କ ମନ ଜିତିସାରିଲାଣି । ୪ମିନିଟ୍ ୩୦ସେକେଣ୍ଡ ଅବଧିର ଏହି ଗୀତଟି ୧୮ ସେପ୍ଟେମ୍ୱରରେ ମୁକ୍ତିଲାଭ କରିବ ଏବଂ ଏହାର ଭିଡିଓ ଦର୍ଶକଙ୍କ ହୃଦୟକୁ ନିଶ୍ଚେ ଜିତିବ ବୋଲି ଟିମ୍ ଆଶା ରଖିଛି ।