ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଧୋନିଙ୍କୁ ବର୍ତ୍ତମାନ ଭାରତୀୟ ଦଳ ପାଇଁ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ । ଯଦିଓ ଏମଏସ ଧୋନି ଆଇପିଏଲ ଖେଳିବା ଜାରି ରଖିବେ । ଏଭଳି ପରିସ୍ଥିତିରେ ତାଙ୍କ ପ୍ରଶଂସକମାନେ ଧୋନିଙ୍କୁ ଆଇପିଏଲରେ ଖେଳୁଥିବା ଦେଖିପାରିବେ ।


COMMERCIAL BREAK
SCROLL TO CONTINUE READING

୩୯ ବର୍ଷୀୟ ଏମଏସ ଧୋନି ଟେଷ୍ଟ କ୍ରିକେଟ ପୂର୍ବରୁ ଅବସର ଘୋଷଣା କରିଥିଲେ । ଅନ୍ୟପକ୍ଷେ ସେ ODI ଏବଂ T20ରେ ଭାରତୀୟ କ୍ରିକେଟ୍ ଦଳର ଏକ ସଦସ୍ୟ ଥିଲେ । କିନ୍ତୁ ଏବେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଧୋନି କ୍ରିକେଟର ତିନୋଟି ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକ ମଧ୍ୟ ରହିଥିଲେ । ଆହୁରି ମଧ୍ୟ ଧୋନିଙ୍କ ନାଁର ଅନେକ ବଡ ବଡ଼ ରେକର୍ଡ ରହିଛି । ମହେନ୍ଦ୍ର ସିଂ ଧୋନି ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅବସର ଘୋଷଣା କରିଛନ୍ତି ।


ଅଧିକ ପଢ଼ନ୍ତୁ:-ଧୋନିଙ୍କ ପରେ ଅନ୍ତଜାର୍ତୀୟ କ୍ରିକେଟରୁ ଅବସର ନେଲେ ସୁରେଶ ରୈନା


 

 

 



 

 

 

 

 

 

 

 

 

Thanks a lot for ur love and support throughout.from 1929 hrs consider me as Retired


A post shared by M S Dhoni (@mahi7781) on


ମହେନ୍ଦ୍ର ସିଂ ଧୋନି ଇନଷ୍ଟାଗ୍ରାମରେ ପୋଷ୍ଟ କରି ନିଜେ ସନ୍ୟାସ ନେବାର ଘୋଷଣା କରିଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଏମଏସ ଧୋନି ଲେଖିଛନ୍ତି ଯେ, 'ଆପଣ ସମସ୍ତଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ଅନେକ ଧନ୍ୟବାଦ । ଆଜି ସନ୍ଧ୍ୟା ୭.୨୯ ପରେ ମୋତେ ଅବସରପ୍ରାପ୍ତ ବିବେଚନା କରାଯିବ । ଏହି ପୋଷ୍ଟ ସହିତ ଧୋନି ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।