Mangal Gochar 2023: ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ଏହି ରାଶି ଉପରେ ମାଡି଼ ଆସିବ ବଡ଼ ବିପଦ!
Mangal Gochar 2023: ମଙ୍ଗଳ ଜୁନ୍ ୩୦ରେ କର୍କଟ(Mangal Gochar 2023) ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଯାହାର ପ୍ରଭାବ କିଛି ରାଶି ଉପରେ ପଡିବାକୁ ଯାଉଛି। କାହିଁକିନା ଏକା ସାଙ୍ଗରେ ମଙ୍ଗଳ ସହିତ ଶନି ରାଶି ପରିବର୍ତ୍ତନ କରୁ ଥିବାରୁ ଏହି ତିନି ରାଶି (zodiac signs) ଉପରେ ଖରାପ ପ୍ରଭାବ ପଡିବାକୁ ଯାଉଛି । ତେବେ, ଆସନ୍ତୁ ଜାଣିବା ଜୁନ୍ ୩୦ ଠାରୁ କେଉଁ କେଉଁ ରାଶିର ବ୍ୟକ୍ତିଙ୍କୁ ସାବଧାନ୍ ରହିବାକୁ ପଡିବ।
Mangal Gochar 2023: ଯେ କୌଣସି ଏକ ଗ୍ରହ ନିଜର ସ୍ଥିତି ପରିବର୍ତ୍ତନ କରିବା ଲାଗି ଏକ ନିଦ୍ଧିଷ୍ଟ ସମୟ ନେଇଥାଆନ୍ତି । ତେବେ, ଏଠାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ,ମଙ୍ଗଳ ଗ୍ରହ ଜୁନ୍ ୩୦ରେ କର୍କଟ(Mangal Gochar 2023) ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଯାହାର ପ୍ରଭାବ କିଛି ରାଶି ଉପରେ ପଡିବାକୁ ଯାଉଛି। କାହିଁକିନା ଏକା ସାଙ୍ଗରେ ମଙ୍ଗଳ ସହିତ ଶନି ରାଶି ପରିବର୍ତ୍ତନ କରୁ ଥିବାରୁ ଏହି ତିନି ରାଶି (zodiac signs) ଉପରେ ଖରାପ ପ୍ରଭାବ ପଡିବାକୁ ଯାଉଛି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବଡ଼ ବିପଦ ଆସିବାକୁ ଯାଉଛି। ତେଣୁ ଏହି ରାଶିର ଲୋକଙ୍କୁ ସାବଧାନତା ସହି ଚଳିବାକୁ ପଡିବ । ତେବେ, ଆସନ୍ତୁ ଜାଣିବା ଜୁନ୍ ୩୦ ଠାରୁ କେଉଁ କେଉଁ ରାଶିର ବ୍ୟକ୍ତିଙ୍କୁ ସାବଧାନ୍ ରହିବାକୁ ପଡିବ। ଏହି ତିନି ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ଆର୍ଥିକ ସଙ୍କଟ ଦେଖାଦେବା ସହିତ ସେମାନଙ୍କର କ୍ୟାରିୟରେ ମଧ୍ୟ ଖରାପ ସମୟ ଏବେଠୁ ଆରମ୍ଭ ହେବାକୁ ଯାଉଛି। ଆସନ୍ତୁ ଜାଣିବା ଏହି ତିନି ରାଶି ବିଷୟରେ...
କର୍କଟ: ଜ୍ୟୋତିଶ ଶାନ୍ତ୍ର ଅନୁଯାୟୀ, ମଙ୍ଗଳ (Mangal Gochar) ନିଜ ରାଶି ଛାଡି ୩୦ ଜୁନରେ କର୍କଟ ରାଶିରେ (zodiac signs) ପ୍ରବେଶ କରିବାକୁ ଯାଉଛନ୍ତି। ଫଳରେ ଏହି ରାଶିରେ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । ଅର୍ଥାତ୍ ଏହି ରାଶିର ଲୋକଙ୍କ ପାଇଁ ଖରାପ ଦିନ ଆସିବାକୁ ଯାଉଛି। ମଙ୍ଗଳ ଏହି ରାଶିରେ ପ୍ରବେଶ କରିବାକୁ ଯାଉଥିବା ବେଳେ ଆପଣଙ୍କର ହେବାକୁ ଥିବା କାମ ଆପଣଙ୍କର ବିଗିଡି ପାରେ। ଆର୍ଥିକ କ୍ଷେତ୍ରରେ ଆପଣ ଦୁର୍ବଳ ହୋଇ ପାରନ୍ତି । ଘରେ ବିନା କାରଣରେ ଅଶାନ୍ତି ଲାଗି ପାରେ। ଏବଂ ଏହି ସମୟରେ ଆପଣଙ୍କ କାର୍ଯ୍ୟାଳୟରେ ଆପଣଙ୍କର ନିଜ ସହକର୍ମୀଙ୍କ ସହ କୌଣସି କାରଣକୁ ନେଇ ମତଭେଦ ଦେଖାଦେଇପାରେ। ଏଥିପାଇଁ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ। ଖାସ୍ କରି ଏହି ସମୟରେ ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ଉଚିତ୍ ନୁହେଁ।
ସିଂହ: ମଙ୍ଗଳ କର୍କଟ ରାଶିରେ ପ୍ରବେଶ କଲେ ଏହି ରାଶିର ବ୍ୟକ୍ତିଙ୍କ ଉପରେ ବଡ଼ ପ୍ରଭାବ ପଡିବ । ୩୦ ଜୁନ୍ ଠାରୁ ଏମାନଙ୍କର ଖରାପ ସମୟ ଆରମ୍ଭ ହେବ। ଗାଡି଼ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ ଆପଣ ବଡ଼ ଦୁର୍ଘଟଣାର ସାମ୍ନା କରିପାରନ୍ତି। ଏହି ସମୟ ମଧ୍ୟରେ ଆପଣ କୌଣସି କୋଟ କଚେରୀ ମାମଲାରେ ଛନ୍ଦି ହୋଇପାରନ୍ତି । ଆର୍ଥିକ କ୍ଷେତ୍ରରେ ଆପଣ ଦୁର୍ବଳ ହୋଇପାରନ୍ତି । ଧାର କରଜରେ ଆପଣ ବୁଡି ରହିବେ। ଏବଂ ଏହି ସମୟରେ ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ନଚେତ ଆପଣଙ୍କ ମିତ୍ର ମାନେ ବି ଶତ୍ରୃ ହୋଇପାରନ୍ତି। ସ୍ବାସ୍ଥ୍ୟ ଆପଣଙ୍କର ଏହି ସମୟରେ ବିଶେଷ ଖରାପ ରହିବ। ବ୍ୟବସାୟରେ ବଡ କ୍ଷତି ସହିପାରନ୍ତି।
ଧନୁ : ଏହି ରାଶିର ଲୋକଙ୍କ ପାଇଁ ଜୁନ୍ ୩୦ରୁ ଖରାପ ସମୟ ଆରମ୍ଭ ହେବ । ଏହି ଅବଧି ମଧ୍ୟରେ ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ନଚେତ ଆପଣଙ୍କୁ ବିରାଟ କ୍ଷତି ସହିବାକୁ ପଡିବ। ଛୋଟ ମୋଟ କଥାକୁ ନେଇ ଆପଣ ଆଇନର ଜାଲରେ ଫସି ପାରନ୍ତି । କୋର୍ଟ କଚେରୀମାମଲାରେ ଆପଣଙ୍କ ପିଛା ଛାଡିବ ନାହିଁ। କାର୍ଯ୍ୟାଳୟରେ ଆପଣଙ୍କର ହେବାକୁ ଥିବା ପଦୋନ୍ନତି ମଧ୍ୟ ଅଟକି ଯିବ। କେବଳ ସେତିକି ନୁହେଁ, ଦାରିଦ୍ରତା ଆପଣଙ୍କ ପିଛା ଛାଡିବ ନାହିଁ । ଘରେ ଅନବରତଃ କଳହ ଲାଗି ରହିବ। ତେଣୁ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)