Mangal Gochar 2023: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି। ଜୁଲାଇ ୧ ତାରିଖ, ରାତି ୨ଟା ୩୭ ମିନିଟ୍ ସମୟରେ ମଙ୍ଗଳ ସିଂହ (Mangal Gochar 2023) ରାଶିକୁ ଚଳନ କରିଛନ୍ତି।  ତେବେ, ମଙ୍ଗଳଙ୍କ (Mangal Gochar) ସିଂହ ରାଶୁକୁ ଚଳନ କରିବା ଫଳରେ ୧୨ ଟି ରାଶି (Zodiac Sign) ଗୁଡିକ ମଧ୍ୟରୁ ଏହି ୫ଟି ରାଶିରେ ମହାସଂଯୋଗ ସୃଷ୍ଟି ହୋଇଛି ।  ଫଳରେ ଏହି ରାଶିଙ୍କ ଭାଗ୍ୟ ଆଜିଠୁ ଚମକିବା ଆରମ୍ଭ କରିବ।  ଆସନ୍ତା ଅଗଷ୍ଟ ୧୮ ପର୍ଯ୍ୟନ୍ତ ଏହି ରାଶି ଗୁଡିକ ଶୁଭଫଳ ପାଇବେ।  ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଅଧା ରହିଥିବା କାମ ପୂରା ହେବ । ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...


COMMERCIAL BREAK
SCROLL TO CONTINUE READING

ମୀନ: ସିଂହ ରାଶିରେ ମଙ୍ଗଳଙ୍କ ଚଳନ ଏହି ରାଶିକୁ ଶୁଭଫଳ ପ୍ରଦାନ କରିବ। ମଙ୍ଗଳ ଆପଣଙ୍କ ରାଶିର ଦ୍ୱିତୀୟ ଏବଂ ନବମ ଘରକୁ ନିୟନ୍ତ୍ରଣ କରେ । ଯାହା ଆପଣଙ୍କୁ ଅଗଷ୍ଟ ୧୮, ଯାଏ ଶୁଭଫଳ ପ୍ରଦାନ କରିବ। ଏହି ସମୟରେ ଆପଣଙ୍କ ଅଧା ରହିଥିବା କାର୍ଯ୍ୟ ପୂରା ହେବା ସହ ଆପଣଙ୍କୁ କାର୍ଯ୍ୟାଳୟରେ ପଦୋନ୍ନତି ମିଳିବାର ମଧ୍ୟ ସମ୍ଭାବନା ରହିଛି । ନୂତନ ନିଯୁକ୍ତିର ମଧ୍ୟ ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ। ଏହି ସମୟରେ ପରିବାରର ସଦସ୍ୟମାନେ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବେ। ଆପଣ ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ କିମ୍ବା ବ୍ୟବସାୟ ପାଇଁ କୌଣସି ଡିଲ୍ କଲେ ଶୁଭଫଳ ପାଇବେ। 


ଏହାବି ପଢନ୍ତୁ : Horoscope Today 02 July 2023: ଏହି ୫ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ! ଜାଣନ୍ତୁ କେମିତି କଟିବ ଆପଣଙ୍କ ରବିବାର


ତୁଳା: ମଙ୍ଗଳଙ୍କ ସିଂହ ରାଶିରେ ଚଳନ ତୁଳା ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଏ-ହି ସମୟରେ ହଠାତ୍ ଆପଣଙ୍କୁ ଧନଲାଭର  ଯୋଗ ମଧ୍ୟ ରହିଛି। କମ୍ପିଟେଟିଭ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସମୟରେ ଆଶାନୁରୂପକ ସଫଳତା ପାଇବେ।  ରାଜନୈତିକ ବ୍ୟକ୍ତିମାନେ ଏହି  ସମୟରେ ନିଜ ଦଳ ପକ୍ଷରୁ ବଡ ଦାୟିତ୍ବ ମଧ୍ୟ ପାଇପାରନ୍ତି। ଏହି ସମୟ ମଧ୍ୟରେ, ତୁଳା ରାଶିର ଲୋକମାନେ ସେମାନଙ୍କର ପରିଶ୍ରମର ସମ୍ପୂର୍ଣ୍ଣ ଫଳାଫଳ ପାଇବେ। ବ୍ୟବସାୟ ଶ୍ରେଣୀର ଲୋକମାନେ ସଫଳତା ପାଇବେ। ନୂତନ ବ୍ୟବସାୟ ଯୋଜନା ପ୍ରସ୍ତୁତ କରିପାରନ୍ତି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।


ମିଥୁନ: ସିଂହ ରାଶିରେ ମଙ୍ଗଳ ଚଳନ କରିବା ଯୋଗୁଁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ଆସିଛି। ଏହି ସମୟରେ, ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ କ୍ୟାରିୟର ସହିତ ଜଡିତ ଭଲ ଖବର ପାଇପାରିବେ। ଯଦି ଆପଣ ଏକ ବ୍ୟବସାୟ ଯୋଜନା କରୁଛନ୍ତି, ତେବେ ଆପଣ ଏଥିରେ ଉତ୍ତମ ସଫଳତା ପାଇବେ। ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହାକୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ କରନ୍ତୁ, ତେବେ ଆପଣ ଏଥିରେ ଲାଭ ପାଇପାରିବେ। ଯେଉଁମାନେ ବ୍ୟବସାୟ ଶ୍ରେଣୀର ଅଟନ୍ତି ସେମାନେ ଯେ,କୌଣସି ସ୍ଥାନରେ ଅତି ଯତ୍ନର ସହିତ ବିନିଯୋଗ କରିବା ଉଚିତ୍।


ସିଂହ: ଏହି ରାଶିରେ ମଙ୍ଗଳଙ୍କ ସ୍ଥିତି ଶୁଭଫଳ ପ୍ରଦାନ କରିବ । ଆଜିଠାରୁ ଅଗଷ୍ଟ ପର୍ଯ୍ୟନ୍ତ ଆପଣଙ୍କ ଭାଗ୍ୟ ସୁନା ପରି ଚମକିବ। ବ୍ୟବସାୟରେ କରାଯାଇଥିବା କାର୍ଯ୍ୟରୁ ଆପଣ ବହୁତ ଲାଭ ପାଇବେ, ଯେଉଁଥିପାଇଁ ଆପଣଙ୍କ ମନ ଖୁସି ହୋଇଯିବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। କର୍ମକ୍ଷେତ୍ରରେ ଉପରସ୍ତ ଅଧିକାରୀଙ୍କ ସମର୍ଥନ ପାଇବେ । କିଛି ନୂଆ ଦାୟିତ୍ୱ ମଧ୍ୟ ମିଳିପାରେ । ନିବେଶ କରିବା ପାଇଁ ଉତ୍ତମ ସମୟ । ବ୍ୟବସାୟରେ ମଧ୍ୟ ଲାଭ ମିଳିବ । ଧନ ଲାଭର ଯୋଗ ରହିଛି ।


ଧନୁ: ମଙ୍ଗଳ ଆପଣଙ୍କ ରାଶିର ପଞ୍ଚମ ଏବଂ ଦ୍ୱାଦଶ ଘରର ପ୍ରଭୁ ଅଟନ୍ତି। ଆର୍ଥିକ ସ୍ଥିତି ଭଲ ରହିବ । ଆୟ ବୃଦ୍ଧି ପାଇବାର ଯୋଗ ରହିଛି । ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ଯାହା ଆପଣଙ୍କ ଲକ୍ଷ୍ୟ ହାସଲ ବା ପୂରଣ କରିବାରେ ସହାୟକ ହେବ । ମାନସମ୍ମାନ ବୃଦ୍ଧି ପାଇବ । ପରିବାରର ସମର୍ଥନ ପାଇବେ । ମଙ୍ଗଳଙ୍କ ଆଶୀର୍ବାଦରେ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ଶାନ୍ତି ବଜାୟ ରହିବ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)