Advertisement
Photo Details/zeeodisha/odisha1762237
photoDetails0hindi

Horoscope Today 02 July 2023: ଏହି ୫ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ! ଜାଣନ୍ତୁ କେମିତି କଟିବ ଆପଣଙ୍କ ରବିବାର

Horoscope Today 02 July 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ ।ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

1/12

ମେଷ ରାଶି: ଆଜି କୋର୍ଟ-କଚେରୀ ମାମଲାଠାରୁ ଦୂରେଇ ରୁହନ୍ତୁ। ପରିବାରରେ ସୁଖ-ଶାନ୍ତି ଲାଗି ରହିବ । ନୂଆ କାର୍ଯ୍ୟ ଆରମ୍ଭ କରିବା ଲାଗି ଦିନଟି ଅନୁକୂଳ ଅଟେ। ବ୍ୟାବସାୟରେ ବେଶି ଲାଭ ନ ହେଲେ ମଧ୍ଯ କ୍ଷତି ହେବନାହିଁ । ଜଗି ରଖି ଅର୍ଥ ବ୍ୟୟ କରନ୍ତୁ ।

2/12

ବୃଷ ରାଶି: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ମିଳିପାରେ । ପୁରୁଣା ତଥା ପିଲାଦିନର ମିତ୍ରଙ୍କ ସହ ଭେଟ ହୋଇ ମନ ପ୍ରସନ୍ନ ରହିବ। ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ। ମଧ୍ୟାହ୍ନ ପରେ ଭାବିଚିନ୍ତି କାର୍ଯ୍ୟ କଲେ ସୁଫଳ ପାଇବେ ।

3/12

ମିଥୁନ ରାଶି: ଆଜିର ଦିନଟି ଲାଭଦାୟୀ ରହିବ। ବ୍ୟବସାୟ କ୍ଷେତ୍ରରେ ଭାବିଚିନ୍ତି ପଦକ୍ଷେପ ନେବା ଉଚିତ୍ ହେବ। ବ୍ୟାପାରରେ ଆୟ ବଢ଼ିବା ନେଇ ସମ୍ଭାବନା ରହିଛି। ପିତା ଓ ଗୁରୁଜନଙ୍କ ଆଶୀର୍ବାଦ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ସାହାଯ୍ୟ ମିଳିବ। କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁ ପଡ଼ିପାରେ।

4/12

କର୍କଟ ରାଶି: ଉଚ୍ଚପଦସ୍ଥ ବ୍ୟକ୍ତି ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ୍ ଦୃଷ୍ଟିରୁ ଲାଭ ମିଳିବ। ବାଣୀ ଓ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଉଚିତ୍ ହେବ । ବ୍ୟାପାରରେ ବିଘ୍ନ ଆସିବା ନେଇ ଆଶଙ୍କା ରହିଛି। ବ୍ୟବସାୟିକ କ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ।

5/12

ସିଂହ ରାଶି: ଆଜି କ୍ରୋଧ ଓ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ। ସ୍ଵାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ସରକାର ବିରୋଧୀ ପ୍ରବୃତ୍ତି ଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ। ଈଷ୍ଟ ଦେବତାଙ୍କ ଧ୍ୟାନରେ ସମସ୍ୟାର ସମାଧାନ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।

6/12

କନ୍ୟା ରାଶି: ଆକସ୍ମିକ ଅର୍ଥ ଖର୍ଚ୍ଚ ହୋଇପାରେ। ମିତ୍ରମାନଙ୍କ ସହ ମନୋରଞ୍ଜନରେ ଦିନଟି ବିତିବ। ସ୍ଵାସ୍ଥ୍ୟର ଧ୍ୟାନ ଦିଅନ୍ତୁ। ପରିଜନଙ୍କ ଠାରୁ ଉପହାର ମିଳିପାରେ। କୌଣସି ଶୁଭ ସମାଚାର ପାଇ ମନ ଉଲ୍ଲସିତ ହେବ । କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା କାର୍ଯ୍ୟଟି ସଫଳତାର ସହ ଶେଷ ହେବ। ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିବ । ଉତ୍ତମ ଭୋଜନ ଲାଗି ମନ ପ୍ରଫୁଲ୍ଲିତ ରହିବ ।

7/12

ତୁଳା ରାଶି: ଆତ୍ମବିଶ୍ଵାସର ସହିତ ପ୍ରତ୍ୟେକ କାର୍ଯ୍ୟ କଲେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ସୁଖ ଓ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ବାଣୀ ଉପରେ ନିୟନ୍ତ୍ରଣ ରଖିନ୍ତୁ। ମିତ୍ରମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନ ନେଇ ଯୋଗ ରହିଛି।

8/12

ବିଛା ରାଶି: ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଅତ୍ୟନ୍ତ ଶୁଭ ଅଟେ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବନ୍ଧୁଙ୍କ ସହ ଯାତ୍ରା କରି ଖୁସି ହେବେ। ବକେୟା ଅର୍ଥ ପ୍ରାପ୍ତ ହେବ । ଶାରୀରିକ ସୁସ୍ଥତା ଅନୁଭବ କରିବେ।

9/12

ଧନୁ ରାଶି: ଆଜି ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଓ ପ୍ରତିଷ୍ଠାରେ ଯେପରି ହାନୀ ନ ହେଉ ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ। କୌଣସି ଅଜଥା କଥାକୁ ନେଇ ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ ।

10/12

ମକର ରାଶି: ଆର୍ଥକ୍ ସମସ୍ୟା ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ବ୍ୟସ୍ତ ବହୁଳତା ଲାଗି ରହିବ। ପରିବାର ସହ ହସ ଖୁସିରେ ସମୟ ବିତିବ । ପ୍ରେମୀଙ୍କ ଲାଗି ଦିନଟି ଅନୁକୂଳ ରହିବ ।

11/12

କୁମ୍ଭ ରାଶି: ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବା ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ୍ ସ୍ବାସ୍ଥ୍ୟ ବିଗିଡ଼ପାରେ। ହାତକୁ ଆସିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ । ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।

12/12

ମୀନ ରାଶି: ଆଜିର ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ବାସ୍ଥ୍ୟ ଉତ୍ତମ ରହିବା ସହ ମନ ଉତ୍ସାହିତ ରହିବ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହ ଆନନ୍ଦପୂର୍ବକ ସମୟ ବିତିବ।