Morning Breakfast: ସକାଳେ ଉଠିବା ପରେ ପ୍ରଥମେ କ’ଣ ଖାଇବା ଉଚିତ୍? ଶରୀରକୁ ସୁସ୍ଥ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ (food) ଖାଇବା ଉଚିତ୍ । ଯେଉଁଥିପାଇଁ ସକାଳୁ ଜଳଖିଆ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସକାଳେ କେବେବି ଜଳଖିଆ ଖାଇବା ବନ୍ଦ୍ କରନ୍ତୁ ନାହିଁ । କାରଣ ଯଦି ଆପଣ ସକାଳୁ ପୁଷ୍ଟିକର ଖାଦ୍ୟ ଖାଆନ୍ତି ତେବେ ଆପଣ ସର୍ବଦା ସୁସ୍ଥ ରହିବେ । ଅନେକ ଲୋକ ବ୍ୟସ୍ତବହୁଳ କାର୍ଯ୍ୟ ହେତୁ ବିଳମ୍ବରେ ଖାଇଥାନ୍ତି କିମ୍ବା କେବେ କେବେ ଜଳଖିଆ ସ୍କିପ୍ (skip) ମଧ୍ୟ କରିଦିଅନ୍ତି।


COMMERCIAL BREAK
SCROLL TO CONTINUE READING

ସକାଳେ ପ୍ରଥମ ଜିନିଷ କ’ଣ ଖାଇବା ଉଚିତ୍?


ଆପଣ ସକାଳେ ଖାଲି ପେଟରେ ନିମ୍ନଲିଖିତ ଖାଦ୍ୟ ଖାଇପାରିବେ 


୧. ଚିନାବାଦାମ 


ଚିନାବାଦାମର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ (benefits) । ଯଦି ଆପଣ ଏହାକୁ ସକାଳର ଜଳଖିଆରେ ଯୋଡିବାକୁ ଚାହୁଁଛନ୍ତି, ତେବେ ଏଥିରେ ମହୁ (Honey) ମିଶାଇ ଖାଆନ୍ତୁ । ସୁସ୍ଥ ରହିବା ପାଇଁ ସକାଳେ ପ୍ରଥମେ ମହୁ ଓ ଚିନାବାଦାମ ପାଣି ପିଅନ୍ତୁ । ଓଜନ ହ୍ରାସ କରିବାରେ ଏହା ଆପଣଙ୍କୁ ସାହାଯ୍ୟ କରିଥାଏ । 


୨. ବାଦାମ 
ପ୍ରୋଟିନ୍ ଯୁକ୍ତ ବାଦାମ ମାଂସପେଶୀର ବିକାଶରେ ସାହାଯ୍ୟ କରେ ବୋଲି ବିଶ୍ୱାସ କରାଯାଏ । ବାଦାମକୁ ସକାଳେ ଅନେକ ଉପାୟରେ ଖାଇ ପାରିବେ, ଏହାକୁ ରାତିରେ ଭିଜାଇ ରଖନ୍ତୁ । ଆପଣ ଯାହା ବି ଜଳଖିଆ ଖାଇବେ, ତାପୂର୍ବରୁ ବାଦାମ ଖାଇବେ।
ଭିଜାଯାଇଥିବା ବାଦାମ ଖରାପ କୋଲେଷ୍ଟ୍ରଲ (Cholesterol)କୁ କମାଇ ଭଲ କୋଲେଷ୍ଟ୍ରଲକୁ ବଢାଇଥାଏ।  ଏଥିରେ ଫୋଲିକ୍ ଏସିଡ୍ (Folic acid) ଅଧିକ ରହିଥାଏ, ଯାହା ଗର୍ଭାବସ୍ଥାରେ ଶିଶୁର ମସ୍ତିଷ୍କ ବିକାଶରେ ସାହାଯ୍ୟ କରେ ।


୩. କିସମିସ୍
କିସମିସ୍ ଏକ ପ୍ରସିଦ୍ଧ ଡ୍ରାଏ ଫୁଡ୍ । ଏହାର ବହୁତ ସ୍ୱାଦିଷ୍ଟ ମଧ୍ୟ । ପ୍ରାୟ ସମସ୍ତେ ଏହାକୁ ପସନ୍ଦ କରନ୍ତି  । କିସମିସ୍ ଅଙ୍ଗୁରକୁ ଶୁଖାଇ ପ୍ରସ୍ତୁତ କରାଯାଏ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ (benefits) । କିସମିସ୍ ପାଣି ପିଇବା ମଧ୍ୟ ଆପଣଙ୍କ ପାଇଁ ସ୍ବାସ୍ଥ୍ୟ । କିସମିସ୍ (Raisin) ପାଣି ନିୟମିତ ପିଇବା ସେହି ଲୋକମାନଙ୍କ ପାଇଁ ବହୁତ ଭଲ, ଯେଉଁମାନେ ଅତ୍ୟଧିକ କୋଲେଷ୍ଟ୍ରଲ୍ ପୀଡିତ । ଏହା ଶରୀରରେ ଟ୍ରାଇଗ୍ଲିସରାଇଡ୍ (Triglycerides) ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ ।


୪. ଅମୃତଭଣ୍ଡା 
ଅମୃତଭଣ୍ଡା ଉଭୟ ପେଟ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଲାଭ ଦାୟକ । ସ୍ଵାଦିଷ୍ଟ ଅମୃତଭଣ୍ଡା ଆପଣଙ୍କ ହଜମ ପ୍ରକ୍ରିୟା ପାଇଁ ବହୁତ ଭଲ । ଅମୃତଭଣ୍ଡା ଭିଟାମିନ୍ (Vitamin), ଫାଇବର ଓ ଫୋଲେଟ୍ ର ଏକ ଉତ୍ତମ ଉତ୍ସ । ଏହା ଆପଣଙ୍କ ଯକୃତକୁ ଦିଟାକ୍ସିଫାଇ କରିଥାଏ ଓ କର୍କଟ (Cancer) ଏବଂ ହୃଦରୋଗ ହେବାର ଆଶଙ୍କା ହ୍ରାସ କରିଥାଏ । ଏହା ସହିତ, ଏହା ମଧୁମେହ (Diabetics) ରୋଗୀଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ ।


୫. ଲେମ୍ବୁ
ଲେମ୍ବୁ (Lemon) ପାଣି କେବଳ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ନାହିଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ। ସକାଳେ ଖାଲି ପେଟରେ ଅଳ୍ପ ମହୁ, ଫାଳେ ଲେମ୍ବୁ ରସ ଓ ଅଳ୍ପ ଚିନାବାଦାମ ଗରମ ପାଣିରେ ମିଶାନ୍ତୁ । ଏହି ପାନୀୟ ସକାଳେ ଆପଣଙ୍କ ହଜମ ପ୍ରକ୍ରିୟାକୁ ସଠିକ କରିଥାଏ ଓ ଖାଦ୍ୟ ହଜମ (Digestion) କରିବାରେ ସାହାଯ୍ୟ କରେ । ଲେମ୍ବୁ ଶରୀରରୁ ବିଷାକ୍ତ ପଦାର୍ଥ (Toxic substances) ବାହାର କରିଥାଏ । ଏହା ଆପଣଙ୍କ ଶରୀରରେ ସଠିକ୍ ହଜମ ବଜାୟ ରଖେ ।


ଏକ ସୁସ୍ଥ ଜୀବନଶ ଶୈଳୀ ପାଇଁ ପୁଷ୍ଟିକର ଖାଦ୍ୟ ସେତିକି ଜରୁରୀ, ଯେମିତି ବ୍ୟାୟାମ (Exercise) ଓ ନିୟମିତ କାର୍ଯ୍ୟସୂଚୀ ଗୁରୁତ୍ୱପୂର୍ଣ୍ଣ
। ଆମ ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ଉପଲବ୍ଧ ଅଛି, କିନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ ଭଲ ଓ ଖରାପ ଖାଦ୍ୟ ମଧ୍ୟରେ ପାର୍ଥକ୍ୟ ଜାଣିବା, ଆମ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ । ଏହା ବ୍ୟତୀତ ଆପଣ କେଉଁ ସମୟରେ କେଉଁ ଖାଦ୍ୟ ଖାଉଛନ୍ତି ତାହା ଜାଣିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।


Also read- ବର୍ଷକର ଶିଶୁ ଜଗନ୍ନାଥ ମନ୍ଦିରର ପୁରୋହିତ: ଦରମା ଲକ୍ଷେ ଟଙ୍କାରୁ ଅଧିକ