Password: ଭାରତରେ ସର୍ବାଧିକ ବ୍ୟବହୃତ ପାସୱାର୍ଡର ଏକ ତାଲିକା ପ୍ରକାଶ ପାଇଛି । ଭାରତୀୟମାନେ ବିଭିନ୍ନ ଡିଜିଟାଲ ଆପ୍ଲିକେସନ ଓ ଆକାଉଣ୍ଟରେ କେତେ ସହଜ ପାସୱାର୍ଡ ରଖନ୍ତି, ଏହି ତାଲିକାରୁ ଜଣାପଡ଼ିଛି । ମଜାଦାର କଥା ହେଉଛି ନର୍ଡପାସ୍ (NordPass) ଦ୍ୱାରା ଜାରି ହୋଇଥିବା ଏହି ପାସୱାର୍ଡ ତାଲିକାରେ ସର୍ବାଗ୍ରେ ଅଛି password । ଏହି ତାଲିକାରୁ ଭାରତୀୟ ଉପଭୋକ୍ତାମାନେ ସହଜ ଶବ୍ଦ ଏବଂ ସଂଖ୍ୟାକୁ ପାସୱାର୍ଡ ଭାବରେ ତିଆରି କରୁଥିବା ଏବଂ ଆପ୍ଲିକେସନର ସୁରକ୍ଷା ପ୍ରତି ଯତ୍ନବାନ ନଥିବା ସ୍ପଷ୍ଟ ହୋଇଛି । 


COMMERCIAL BREAK
SCROLL TO CONTINUE READING

ପାସୱାର୍ଡ ଯାହା ଅନେକ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ଆକାଉଣ୍ଟର ସୁରକ୍ଷା କବଚ୍ଚ ଭାବରେ କାର୍ଯ୍ୟ କରେ । କିନ୍ତୁ ଅନେକ ଆପ୍ଲିକେସନର ପାସୱାର୍ଡ ମନେ ରଖିବା ସହଜ ହୋଇନଥାଏ । ଏଥିପାଇଁ ଅନେକ ଉପଭୋକ୍ତା ସରଳ ପାସୱାର୍ଡ ରଖିଥାନ୍ତି । ନର୍ଡପାସ୍ ୨୦୨୨ ବର୍ଷ ପାଇଁ ସବୁଠାରୁ ଲୋକପ୍ରିୟ ପାସୱାର୍ଡର ଏକ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଏପରି କିଛି ପାସୱାର୍ଡ ଅନ୍ତର୍ଭୂକ୍ତ ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 


ଯଦିଓ ସରଳ ପାସୱାର୍ଡ ଗୁଡ଼ିକୁ ମନେ ରଖିବା ସହଜ, କିନ୍ତୁ ଏପରି ପାସୱାର୍ଡ ଦିଆଯାଇଥିବା ଆପ୍ଲିକେସନ ଗୁଡ଼ିକୁ ହ୍ୟାକ୍ କରିବା ମଧ୍ୟ ସହଜ ହୋଇଯାଇଥାଏ । ଏଥିପ୍ରତି ବ୍ୟବହାରକାରୀ ସତର୍କ ନଥାନ୍ତି । ଏହି କାରଣରୁ ଦେଶରେ ପ୍ରତିବର୍ଷ ସାଇବର ଫ୍ରଡ ସଂଖ୍ୟା ଦ୍ରୁତ ହଗତିରେ ବଢ଼ିଚାଲିଛି । ଇଣ୍ଟରନେଟ ବ୍ୟବହାରକାରୀଙ୍କୁ କଠିନ ପାସୱାର୍ଡ ତିଆରି କରିବାକୁ ପରାମର୍ଶ ଦିଆଯାଇଥାଏ । କାରଣ କଠିନ ପାସୱାର୍ଡକୁ ହ୍ୟାକର ମାନେ ଜାଣିବା ସମ୍ଭବ ହୋଇପାରିନଥାଏ । ଏବେ ନର୍ଡପାସ ଦ୍ୱାରା ଜାରି ହୋଇଥବା ଏହି ତାଲିକାରେ ପାସୱାର୍ଡଗୁଡିକ ଭାରତର ସର୍ବାଧିକ ବ୍ୟବହୃତ ହେଉଛି । 


ସାଇବର ସୁରକ୍ଷା ସଚେତନତା ଜରୁରୀ 


ନର୍ଡପାସ୍ ରିସର୍ଚ୍ଚ ଦ୍ୱାରା ଜାରି ହୋଇଥିବା ତାଲିକା ଏବଂ ରିପୋର୍ଟ ଗୁଡିକ ଭାରତୀୟ ସ୍ମାର୍ଟ ଡିଜାଟାଲ ପ୍ରଡକ୍ଟ ବ୍ୟବହାରକାରୀଙ୍କ ସରଳତାକୁ ଦର୍ଶାଇଛି । ଅଧିକାଂଶ ଭାରତୀୟ ଏବେବି ସରଳ ପାସୱାର୍ଡ ବ୍ୟବହାର କରନ୍ତି ଏବଂ ସେଥିପାଇଁ ହ୍ୟାକିଂ ଏବଂ ସାଇବର ଅପରାଧ ଭଳି ମାମଲା ବନ୍ଦ ହେଉନାହିଁ । ଲୋକମାନେ ପାସୱାର୍ଡ ତିଆରି କରିବା ନେଇ ଗମ୍ଭୀର ନୁହଁନ୍ତି । ଭାରତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କୁ ସାଇବର ସୁରକ୍ଷା ବିଷୟରେ ଅବଗତ କରାଯିବା ଆବଶ୍ୟକ ରହିଛି ବୋଲି ନର୍ଡପାସ୍ ପରାମର୍ଶ ଦେଇଛି ।


ଅଧିକାଂଶ ବ୍ୟବହୃତ ପାସୱାର୍ଡ 


ଭାରତରେ ୨୦୨୨ ମସିହାରେ ସର୍ବାଧିକ ବ୍ୟବହୃତ ପାସୱାର୍ଡ ହେଉଛି 'password'। ରିପୋର୍ଟରେ କୁହାଯାଇଛି ଯେ ଏହି ପାସୱାର୍ଡକୁ ୧ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ହ୍ୟାକ୍ କରାଯାଇପାରିବ । ସେହିପରି, ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ପାସୱାର୍ଡ ହେଉଛି '123456' ଏବଂ ଏହା ମଧ୍ୟ ସହଜରେ ହ୍ୟାକ୍ ହୋଇପାରିବ । ଯଦିଓ ଫ୍ରାନ୍ସ ଏବଂ ବ୍ରିଟେନରେ ଅଧିକାଂଶ ଡାଟା ଲିକ୍ ହୋଇଥିବା ରିପୋର୍ଟ ହୋଇଛି।


ଭାରତର ସବୁଠାରୁ ଲୋକପ୍ରିୟ ଟପ୍ -10 ପାସୱାର୍ଡର ତାଲିକା 


- password
- 123456
- 12345678
- bigbasket
- 123456789
- pass@123
- 1234567890
- anmol123
- abcd1234
- googledummy


Also read: Google Play ଭାରତରେ ଲଞ୍ଚ କଲା UPI Autopay, ପେମେଣ୍ଟ କରିବା ହେବ ଆହୁରି ସହଜ, ଜାଣନ୍ତୁ ଲାଭ


ପାସୱାର୍ଡ ତିଆରି କରିବାବେଳେ ଏହି ଦିଗ ପ୍ରତି ଧ୍ୟାନ ରଖନ୍ତୁ


ଆପଣଙ୍କ ଡିଜିଟାଲ ଆପ୍ଲିକେସନ, ସୋସିଆଲ ମିଡିଆ ପାଇଁ ପାସୱାର୍ଡ ତିଆରି କରିବାବେଳେ କିଛି ଦିଗ ପ୍ରତି ଧ୍ୟାନ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କର ପାସୱାର୍ଡ ଅତିକମରେ ଗୋଟିଏ ସ୍ପେଶାଲ କ୍ୟାରେକ୍ଟର ଧାରଣ କରିବା ଜରୁରୀ । ଏହା ବ୍ୟତୀତ, ସ୍ଥିର କରନ୍ତୁ ଯେ ପାସୱାର୍ଡରେ କେବଳ ଅକ୍ଷର କିମ୍ବା କେବଳ ସଂଖ୍ୟା ନରଖି ଉଭୟକୁ ପାସୱାର୍ଡ ଗଠନ ପାଇଁ ଏକତ୍ର କରାଯିବା ଉଚିତ । ଯଦି ଆପଣଙ୍କର ପାସୱାର୍ଡ ଭୁଲିଯିବାର ଅଭ୍ୟାସ ଅଛି, ଭବିଷ୍ୟତ ବ୍ୟବହାର ପାଇଁ ସେଭ୍ କରିବାକୁ ଆପଣ ପାସୱାର୍ଡ ମ୍ୟାନେଜର୍ ଆପ୍ସର ସାହାଯ୍ୟ ନେଇପାରିବେ ।