କର୍କଟ ରୋଗରୁ କିପରି ମୁକ୍ତି ପାଇଲେ ପତ୍ନୀ, ନବଜୋତ ସିଂ ସିଦ୍ଧୁ ଖୋଲିଲେ ରହସ୍ୟ
Advertisement
Article Detail0/zeeodisha/odisha2530843

କର୍କଟ ରୋଗରୁ କିପରି ମୁକ୍ତି ପାଇଲେ ପତ୍ନୀ, ନବଜୋତ ସିଂ ସିଦ୍ଧୁ ଖୋଲିଲେ ରହସ୍ୟ

ନଭଜୋତ ପତ୍ନୀଙ୍କର ଏକ ପୋଜିଟ୍ରନ୍ ଏମିସନ୍ ଟମୋଗ୍ରାଫି (PET) ସ୍କାନ୍ କରିଥିଲେ, ଯେଉଁଥିରୁ ଜଣାପଡିଛି ଯେ, ସେ ବର୍ତ୍ତମାନ ବିପଦମୁକ୍ତ ହେବା ସହ ମାରାତ୍ମକ ରୋଗକୁ ପରାସ୍ତ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ନବଜୋତ କହିଛନ୍ତି ଯେ, ତାଙ୍କ ପତ୍ନୀ କର୍କଟରେ ଆକ୍ରାନ୍ତ ହୋଇଥିଲେ ତାଙ୍କର ସାହସ ଏବଂ ନିଷ୍ଠା କାରଣରୁ ବର୍ତ୍ତମାନ ସେ ଏହି ମାରାତ୍ମକ ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି।

କର୍କଟ ରୋଗରୁ କିପରି ମୁକ୍ତି ପାଇଲେ ପତ୍ନୀ, ନବଜୋତ ସିଂ ସିଦ୍ଧୁ ଖୋଲିଲେ ରହସ୍ୟ

Navjot Singh Sidhu wife's cancer recovery diet: ପଞ୍ଜାବର ପୂର୍ବତନ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ କିଛି ଦିନ ଧରି କର୍କଟ ରୋଗ ସହ ସଂଗ୍ରାମ କରିବା ପରେ ବର୍ତ୍ତମାନ ସେ ସୁସ୍ଥ ହୋଇଛନ୍ତି । ନବଜୋତ ସିଂ ସିଦ୍ଧୁ ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ପତ୍ନୀ ବର୍ତ୍ତମାନ କର୍କଟମୁକ୍ତ।

ନଭଜୋତ ପତ୍ନୀଙ୍କର ଏକ ପୋଜିଟ୍ରନ୍ ଏମିସନ୍ ଟମୋଗ୍ରାଫି (PET) ସ୍କାନ୍ କରିଥିଲେ, ଯେଉଁଥିରୁ ଜଣାପଡିଛି ଯେ, ସେ ବର୍ତ୍ତମାନ ବିପଦମୁକ୍ତ ହେବା ସହ ମାରାତ୍ମକ ରୋଗକୁ ପରାସ୍ତ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ନବଜୋତ କହିଛନ୍ତି ଯେ, ତାଙ୍କ ପତ୍ନୀ କର୍କଟରେ ଆକ୍ରାନ୍ତ ହୋଇଥିଲେ ତାଙ୍କର ସାହସ ଏବଂ ନିଷ୍ଠା କାରଣରୁ ବର୍ତ୍ତମାନ ସେ ଏହି ମାରାତ୍ମକ ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି।

ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ, ଏଥିପାଇଁ ସେ ତାଙ୍କ ଜୀବନଶୈଳୀ ଏବଂ ଖାଦ୍ୟ ପ୍ରେୟ ଅଭ୍ୟାସରେ ଅନେକ ପରିବର୍ତ୍ତନ କରିଥିଲେ । ମାତ୍ର 40 ଦିନ ମଧ୍ୟରେ ସେ କର୍କଟ ରୋଗକୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲେ ।

ନବଜୋତଙ୍କ ପତ୍ନୀ ଷ୍ଟେଜ୍ ୪ ରେ ଆକ୍ରାନ୍ତ ହୋଇଥିଲେ ତେଣୁ ତାଙ୍କୁ ଏକ “ବିରଳ ମେଟାଷ୍ଟାସିସ୍” ପାଇଁ ସ୍ତନ ଅସ୍ତ୍ରୋପଚାର କରିବାକୁ ପଡିଥିଲା । ଏକ ବର୍ଷରୁ ଅଧିକ ସମୟ ଧରି କର୍କଟ ରୋଗ ସହ ଲଢେଇ କରୁଥିଲେ ମଧ୍ୟ ସାହସ ହରାଇନଥିଲେ । ସାହସର ସହିତ ଏହି ରୋଗର ମୁକାବିଲା କରିଥିଲେ ଏବଂ ଆଜି ସେ ଏହି ଯୁଦ୍ଧରେ ଜିତିଛନ୍ତି।

ସିଦ୍ଧୁଙ୍କ ପତ୍ନୀ ରାଜେନ୍ଦ୍ର ମେଡିକାଲ କଲେଜ ସମେତ ପଟିଆଲାର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କର୍କଟ ରୋଗକୁ ଦୂର କରିବା ପାଇଁ ଦୈନନ୍ଦିନ କାର୍ଯ୍ୟ ଏବଂ ଜୀବନଶୈଳୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ​। ସିଦ୍ଧୁ ଏବଂ ତାଙ୍କ ପତ୍ନୀ ସେମାନଙ୍କର ଦୈନନ୍ଦିନ ଖାଦ୍ୟପେୟ ତାଲିକାରେ ଲେମ୍ବୁ ପାଣି, କଞ୍ଚା କଦଳୀ, ଆପଲ୍ ସାଇଡର୍ ଭିନେଗାର, ନିମ୍ୱ ପତ୍ର ଏବଂ ବେସନ ଭଳି ଜିନିଷ ବ୍ୟବହାର କରିଥିଲେ ।

ସେ ବିଟ୍ରୁଟ, କଖାରୁ, ଅଁଳା, ଆଲୁଅ, ଡାଳିମ୍ବ ଏବଂ ଭିଟାମିନ୍ ସିରେ ଭରପୂର ଥିବା ଫଳ ଖାଇଥିଲେ। ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ କର୍କଟ ବିରୋଧୀ ଜିନିଷଗୁଡିକ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇଥିଲା । ରୋଷେଇ ପାଇଁ ନଡିଆ ତେଲ, ବାଦାମ ତେଲ ଇତ୍ୟାଦି ଅନ୍ତର୍ଭୁକ୍ତ କରିଥିଲେ । ଚିନାବାଦାମ, ଲବଙ୍ଗ ଏବଂ କାଢାରୁ ଦିନ ଆରମ୍ଭ କରିଥିଲେ ।

ସିଦ୍ଧୁ କହିଛନ୍ତି ଯେ, 'କର୍କଟ ରୋଗ ସମୟରେ ଖାଦ୍ୟରେ ଏକ ବ୍ୟବଧାନ ରଖନ୍ତୁ, ମିଠା ଖାଆନ୍ତୁ ନାହିଁ, କାର୍ବୋହାଇଡ୍ରେଟ୍ ଖାଆନ୍ତୁ ନାହିଁ, ତା’ପରେ କର୍କଟ କୋଷଗୁଡ଼ିକ ନଷ୍ଟ ହେବା ଆରମ୍ଭ ହୋଇଯିବ । ସନ୍ଧ୍ୟା ୬ ଟା ସୁଦ୍ଧା ରାତ୍ରି ଭୋଜନ କରନ୍ତୁ ଏବଂ ପରଦିନ ସକାଳ ୧୦ ଟାରେ ଲେମ୍ବୁ ପାଣି ପିଇ ଦିନ ଆରମ୍ଭ କରନ୍ତୁ । ଏହା ପରେ, ୧୦ରୁ ୧୨ଟି ନିମ୍ୱ ପତ୍ର ଚୋବାଇ ଖାଆନ୍ତୁ ।

ଏହି ଡାଏଟ୍ ଏବଂ ଜୀବନଶୈଳୀକୁ ପତ୍ନୀଙ୍କ ସହ ନବଜୋତ୍ ସିଂ ସିଦ୍ଧୁ ମଧ୍ୟ ଗ୍ରହଣ କରିଥିଲେ। ଫଳରେ ତାଙ୍କ ଫ୍ୟାଟି ଲିଭର ସମସ୍ୟା ଦୂର ହୋଇଥିଲା ଏବଂ ଓଜନ ପ୍ରାୟ ୨୫ କିଲୋଗ୍ରାମ ହ୍ରାସ ପାଇଲା ।

Also Read- Sun Transit In Makar 2025: ମକର ରାଶିରେ ସୂର୍ଯ୍ୟଙ୍କ ଚଳନ, ୩ ରାଶି ପାଇବେ ଆର୍ଥିକ ଲାଭ

Also Read- ଏମିତି ଏକ ଟ୍ରେନ୍, ଯେଉଁଥିରେ ବିନା ଟିକେଟରେ କରିପାରିବେ ଯାତ୍ରା !