Indian Railways Fine, ନୂଆଦିଲ୍ଲୀ: ଭାରତୀୟ ରେଳବାଇକୁ ଅବହେଳା କରିବା ମହଙ୍ଗା ପଡିଛି। ମୁମ୍ବାଇର ଏକ ଖାଉଟି ଅଦାଲତ ରେଳବାଇକୁ ୫୦୦୦୦ ଟଙ୍କାର ଫାଇନ ଲଗାଇଛନ୍ତି। ଜଣେ ଯାତ୍ରୀଙ୍କୁ କ୍ଷତିପୂରଣ ଭାବେ ରେଳବାଇ ଏହି ଅର୍ଥ ଦେବ। ଦୁରନ୍ତ ଏକ୍ସପ୍ରେସରେ ଏସି କାର୍ଯ୍ୟକ୍ଷମ ନହେବା ଅଭିଯୋଗରେ କୋର୍ଟ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କୁ ମାନସିକ ଯନ୍ତ୍ରଣା ପାଇଁ ୩୫୦୦୦ ଟଙ୍କା ଏବଂ ମକଦ୍ଦମା ଖର୍ଚ୍ଚ ପାଇଁ ୧୫୦୦୦ ଟଙ୍କା ଦେବାକୁ ଜିଲ୍ଲା ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ ମୁମ୍ବାଇ, ଫୋର୍ଟ ଅଞ୍ଚଳର ଶିବଶଙ୍କର ରାମଶ୍ରୀଙ୍ଗର ଶୁକ୍ଲା ନାମକ ଜଣେ ବ୍ୟକ୍ତି ଜୁନ୍ ୨୦୧୭ରେ ଆହ୍ଲାବାଦରୁ ଫେରିବା ପାଇଁ ଦୁରନ୍ତ ଏକ୍ସପ୍ରେସରେ ପ୍ରଥମ ଶ୍ରେଣୀ ଏସି ଟିକେଟ ବୁକ୍ କରିଥିଲେ। ସେହି ସମୟରେ ଦିନର ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ସେଲସିୟସ୍ ଥିଲା, କିନ୍ତୁ ଏହି ସୟରେ ଟ୍ରେନର ଏସି କାମ କରୁନଥିଲା। ସେଥିପାଇଁ ଶିବଶଙ୍କର ଏବଂ ଅନ୍ୟ ସହ-ଯାତ୍ରୀମାନେ ଏସିର ସମସ୍ୟା ବିଷୟରେ TTEଙ୍କୁ ଅଭିଯୋଗ କରିଥିଲେ। ଟ୍ରେନ୍ ଚାଲିବା ପରେ ତାପମାତ୍ରା ହ୍ରାସ ପାଇବ ବୋଲି TTE ସେମାନଙ୍କୁ ନିଶ୍ଚିତ କରାଯାଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ଏସି ସିଷ୍ଟମରେ ଗ୍ୟାସ୍ ଲିକ୍ ହୋଇଛି ବୋଲି ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଥିଲା।


Also Read: Cement Price Hike: ସ୍ୱପ୍ନ ହୋଇ ରହିଯିବ ଗରିବ ଓ ମଧ୍ୟବିତ୍ତଙ୍କ ସ୍ୱପ୍ନର ଘର!


ଶିବଶଙ୍କର ରାମଶ୍ରୀଙ୍ଗର ଶୁକ୍ଲା ତାଙ୍କ ଅଭିଯୋଗରେ ଆହୁରି ଦର୍ଶାଯାଇଛି ଯେ, ଏସି ମରାମତି ପାଇଁ ଦୁରନ୍ତ ଟ୍ରେନ ଦୁଇଟି ଷ୍ଟେସନରେ ଅଟକି ରହିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନଥିଲା। ବିନା ଏସିରେ ଯାତ୍ରୀମାନେ ୨୦ ଘଣ୍ଟା ଯାତ୍ରା କରିଥିଲେ। ଏସି କମ୍ପାର୍ଟମେଣ୍ଟଗୁଡିକ ବନ୍ଦ ଥିବାରୁ କୋଚରେ କୌଣସି ଭେଣ୍ଟିଲେସନ୍ ନଥିଲା, ଯାହା ଯାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲା। ମୁମ୍ବାଇରେ ପହଞ୍ଚିବା ପରେ ଶୁକ୍ଲା, ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ। ପିଟିସନରେ କେନ୍ଦ୍ରୀୟ ରେଳବାଇର ଜେନେରାଲ ମ୍ୟାନେଜର, ଆଇଆରସିଟିସି ଏବଂ ରେଳ ମନ୍ତ୍ରଣାଳୟକୁ ପକ୍ଷଭୁକ୍ତ କରିଥିଲେ।


ରେଳ କର୍ତ୍ତୃପକ୍ଷ ଯୁକ୍ତି କରିଛନ୍ତି ଯେ, ପ୍ରଥମ ଏସି ଏବଂ ତୃତୀୟ ଏସିର ଭଡା ମଧ୍ୟରେ ପାର୍ଥକ୍ୟ କରାଯାଇଛି ଏବଂ ଫେରସ୍ତ ଦାବି ଉପରେ ଖାଉଟି ଅଦାଲତର କୌଣସି ଅଧିକାର ନାହିଁ। କାରଣ ଏହି ସମସ୍ୟାର ସମାଧାନ ରେଳବାଇର ଟ୍ରିବ୍ୟୁନାଲ ଦ୍ୱାରା କରାଯିବ। ସେମାନେ ଏହା ମଧ୍ୟ କହିଛନ୍ତି ଯେ, ଫେରସ୍ତ ପାଇଁ ଟିକେଟ୍ ଜମା ରସିଦ ଧାର୍ଯ୍ୟ ୨୦ ଘଣ୍ଟା ମଧ୍ୟରେ ଦାଖଲ କରାଯାଇ ନାହିଁ। ଅନ୍ୟପଟେ ଦକ୍ଷିଣ ମୁମ୍ବାଇ ଜିଲ୍ଲା ଖାଉଟି ଅଦାଲତ ଆଦେଶରେ କହିଛନ୍ତି ଯେ, ରଳରେ ସୁବିଧାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ନିଶ୍ଚିତ କରିବା ରେଳବାଇର ଦାୟିତ୍। ଅଟେ। ଯାତ୍ରା ସମୟରେ ସେମାନେ ମାନସିକ ଏବଂ ଶାରୀରିକ ଆଘାତ ପାଇଥିବା ଅଭିଯୋଗକାରୀଙ୍କ ସହ କୋର୍ଟ ସହମତ ହୋଇଥିଲେ ଏବଂ ସେମାନଙ୍କୁ କ୍ଷତିପୂରଣ ଦେବାକୁ ରେଳ ନିର୍ଦ୍ଦେଶ ଦେଇଥିଲେ।