ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ଲକଡାଉନ ପରେ ପରଦାକୁ ଫେରୁଛି ସିନେମା। ସ୍ୱାଭାବିକ ହେଉଛି ସିନେମା ଶିଳ୍ପ। ଆଉ ଲକ ଡାଉନ ପରେ ପୂଜୋତ୍ସବରେ ପ୍ରଥମ ଓଡ଼ିଆ ସିନେମା 'ପ୍ରେମ ନା ପାଗଳପଣ' ପ୍ରିମିୟର ହେବାକୁ ଯାଉଛି। ସିନେମାର ମୁଖ୍ୟ ଭୁମିକାରେ ଅଭିନେତାରୁ ନେତା ପାଲଟିଥିବା ଆକାଶ ଦାସନାୟକଙ୍କୁ ପୁଣି ଥରେ ସିନେମାରେ ଦେଖିବାକୁ ମିଳିଛି। ତେବେ ଆକାଶ ଓ ଚୁଲବୁଲି ନାୟିକା ଲିପ୍ସାଙ୍କ ଅଭିନୟ ସିନେମାରେ ଚାରଚାନ୍ଦ ଲଗାଇ ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ପ୍ରେମ, ରୋମାନ୍ସ, କମେଡି, ଆକ୍ସନ, ସସପେନ୍ସ ଆଉ ପାରିବାରିକ କାହାଣୀକୁ ନେଇ ଗତିଶୀଳ ଏହି ସିନେମା ପ୍ରେମ ନା ପାଗଳପଣ। ଦୀର୍ଘଦିନର ଲକଡାଉନ୍ ପରେ ଆପଣଙ୍କ ମନରୋଞ୍ଜନ ପାଇଁ ଜୀ ସାର୍ଥକ ପ୍ରସ୍ତୁତ କରୁଛି ଏହି ସିନେମା 'ପ୍ରେମ ନା ପାଗଳପଣ'। ଦର୍ଶକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏହି ପାର୍ବଣରେ ଆପଣଙ୍କୁ ଏକ ସ୍ୱତନ୍ତ୍ର ଭେଟି ଦେବାକୁ ଯାଉଛି ଜୀ ସାର୍ଥକ। 


ଏହି ସିନେମାରେ ପ୍ରଥମଥର ପାଇଁ ଅଭିନେତ୍ରୀ ଲିପ୍ସା ମିଶ୍ର ଅଭିନେତା ଆକାଶ ଦାସନାୟକଙ୍କ ସହ ନଜର ଆସିବେ ଏହି ସିନେମାରେ। ଏହାସହ ସିନେମାଟିରେ ନଜର ଆସିବେ ଆପଣଙ୍କ ପ୍ରିୟ ଅଭିନେତା କୁନା ତ୍ରିପାଠୀ, ରାଇମୋହନ ପରିଡ଼ା, ଗୁଡୁ, ଗୀତା ଦାସ , କୁନି ପଣ୍ଡା ଓ ଚନ୍ଦନ। 


ସିନେମାଟିର ଏକ ରୋମାଣ୍ଟିକ୍ ଗୀତ ରିଲିଜ୍ ହେବାର ଗୋଟିଏ ଦିନ ମଧ୍ୟରେ ଲକ୍ଷାଧିକ ଦର୍ଶକଙ୍କର ପସନ୍ଦ ହୋଇଥିବା ସୋସିଆଲ୍ ମିଡିଆରୁ ଜଣାପଡ଼ିଛି । ତେବେ ସିନେମାଟି ମଧ୍ୟ ସମସ୍ତବର୍ଗର ଦର୍ଶକଙ୍କ ମନକୁ ନିଶ୍ଚେ ଛୁଇଁବ ବୋଲି ଆଶା ରହିଛି । ଆସନ୍ତା ଅକ୍ଟୋବର ୧୮ ତାରିଖ ସନ୍ଧ୍ୟା ୬ଟା୩୦ରେ ଆପଣଙ୍କ ପ୍ରିୟ ଚ୍ୟାନେଲ୍ ଜୀ ସାର୍ଥକର ୱାର୍ଲ୍ଡ ଟେଲିଭିଜନ୍ ପ୍ରିମିୟରରେ ଆପଣ ଦେଖିପାରିବେ ନୂଆ ସିନେମା 'ପ୍ରେମ ନା ପାଗଳପଣ'।