iPhoneର ନୂଆ ଅପଡେଟ୍ ବ୍ୟବହାରକାରୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଅନେକ ଉପଭୋକ୍ତା ନିଜ ଆଇଫୋନକୁ ଅପଡେଟ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ଏହାର କାରଣ ହେଉଛି  ଆଇଫୋନ୍ ଅପଟେଡ ଇନଷ୍ଟଲ କରିବା ପରେ ଠିକ୍ ଭାବେ କାମ କରୁନଥିବା ଅଭିଯୋଗ ବଢ଼ିବାରେ ଲାଗିଛି । ଏପରିକି ଅପଡେଟ କରିବା ପରେ କିଛି ଫୋନର ଡିସପ୍ଲେରେ କେବଳ ଗ୍ରୀନ ସ୍କ୍ରିନ ହିଁ ଦେଖିବାକୁ ମିଳୁଛି । 


COMMERCIAL BREAK
SCROLL TO CONTINUE READING

ବ୍ୟବହାରାକାରୀ ଆଇଫୋନ ଅପଡେଟ କରିବା ପରେ ଡିସପ୍ଲେ ଗ୍ରୀନ ସ୍କିନ ହୋଇଯାଉଥିବା ଅଭିଯୋଗ ହୋଇଛି । iOS 16 ଅପଡେଟରେ ବିଭିନ୍ନ ବଗ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । ଏହାସହିତ iPhone 13 ଓ iPhone 14 Pro ର ସ୍କ୍ରିନ ବଗ୍ କାରଣରୁ ଫ୍ରିଜ୍ ହେଉଛି ତ କିଛି ସେଟରେ କେବଳ ୱେଲକମ୍ ଆନିମେସନ ଚାଲୁ ରହୁଛି । ଗତ ଗୋଟିଏ ସପ୍ତାହ ପୂର୍ବରୁ iOS  16.1 ଏପଡେଟ ଆସିବା ପରେ ଆଇଫୋନ ୟୁଜର୍ସଙ୍କ ସମସ୍ୟା ସାମ୍ନାକୁ ଆସିବାରେ ଲାଗିଛି । 


iPhone 14 Pro କାମ କରୁନାହିଁ 


iOS 16 ଅପଡେଟ୍ ପରେ, iPhone 14 Pro ଡିସପ୍ଲେ ମଧ୍ୟ କାମ କରୁନଥିବା ଅଭିଯୋଗ ଆସୁଛି । କିଛି ଫୋନ୍ ରେ ୱେଲକମ ଆନନିମେସନ ଓ କିଛି ଫୋନରେ ସ୍ପଟ୍ ଲାଇଟ୍ ସର୍ଚ୍ଚ ମେନୁ ଡିସପ୍ଲେରେ ଅଟକି ରହିଛି । ଏନେଇ ଅନେକ ଉପଭୋକ୍ତା ଇଣ୍ଟରନେଟ ମାଧ୍ୟମରେ ନିଜ ଫୋନର ସ୍କ୍ରିନ ସେୟାର କରିଛନ୍ତି ।


ଏପରିକି କିଛି ଫୋନ୍ ହୋମ ସ୍କ୍ରିନକୁ ମଧ୍ୟ ଫେରୁନାହିଁ । କିଛି ପୋନରେ ବ୍ୟବହାରକାରୀ କଣ୍ଟ୍ରୋଲ୍ ସେଣ୍ଟର ନୋଟିଫିକେସନ ବ୍ୟବହାର କରାବାରେ ସମର୍ଥ ହେଉଛନ୍ତି । ବିଶେଷ ଭାବେ  ଆଇଫୋନ୍ ୧୩ ଏବଂ ଆଇଫୋନ୍ ୧୨ ପ୍ରୋ ମ୍ୟାକ୍ସ ସେଟ ବ୍ୟବହାର କରୁଥିବା ଗ୍ରାହକ ଏପରି ସମସ୍ୟା ସାମ୍ନା କରୁଛନ୍ତି । 


ମୋବାଇଲ ଡିସପ୍ଲେରେ ଗ୍ରୀନ ସ୍କ୍ରିନ ସ୍ଥିର ରହୁଛି 


କିଛି iPhone 13 ବ୍ୟବହାରକାରୀ ଟ୍ୱିଟ୍ ଜରିଆରେ ଗ୍ରିନ ସ୍କିନ ସମସ୍ୟା ନେଇ ଅଭିଯୋଗ କରିଛନ୍ତି । ଅନେକ ୟୁଜର୍ ସେମାନଙ୍କର iPhone 13 କୁ iOS 16 କୁ ଅପଡେଟ୍ କରିବା ପରେ ସ୍କିମରେ କେବଳ ସବୁଜ ପରଦା ଦେଖିବାକୁ ପାଇଛନ୍ତି । ଏପରିକି ଡିଭାଇସର ପ୍ରଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । 


ଯଦି ଆପଣ ଏହିପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଏବଂ ଆପଣଙ୍କର ଡିଭାଇସ୍ ୱାରେଣ୍ଟି ପିରିୟଡରେ ଅଛି । ତେବେ ଆପଣ କମ୍ପାନି ସର୍ଭିସ ସେଣ୍ଟରେ ଅଭିଯୋଗ ଫର୍ମ ପୂରଣ କରି ଆପଣଙ୍କର ଆଇଫୋନ୍ ୧୩ କୁ ବଦଳାଇ ପାରିବେ । କିନ୍ତୁ ଯେଉଁ ବ୍ୟବହାରକାରୀଙ୍କ ୱାରେଣ୍ଟି ପିରିୟଡ ଶେଷ ହୋଇଛି, ସେମାନଙ୍କ ପାଇଁ ଏହା ବଡ଼ ସମସ୍ୟା ସୃଷ୍ଟି କରିଛି । କାରଣ ମୋବାଇଲକୁ ପୁନର୍ବାର କାର୍ଯ୍ୟକ୍ଷମ କରାଇବା ପାଇଁ ମାତ୍ରାଧିକ ଖର୍ଚ୍ଚାନ୍ତ ହେଉଛନ୍ତି ଗ୍ରାହକ । କିଛି ପୁରୁଣା ଗ୍ରାହଣଙ୍କ ଅଭିଯୋଗ ଅନୁସାରେ ୱାରେଣ୍ଟି ପିରିୟଡ ସମାପ୍ତ ହେବା ପରେ ଫୋନରେ ସମସ୍ୟା ଦେଖାଦେଉଛି । 


ଏହାବି ପଢ଼ନ୍ତୁ: କେବଳ Jio ୟୁଜର୍ସମାନେ ହିଁ ଚଲାଇ ପାରିବେ ଅସଲ 5G ଇଣ୍ଟରନେଟ୍! ଏହା ପଛରେ ରହିଛି ଏକ ଖାସ୍ ଟେକ୍ନୋଲୋଜିର ହାତ


ସ୍ପଟ୍ ଲାଇଟ୍ ସର୍ଚ୍ଚ ବଗ୍ 


ଆଇଫୋନରେ ଦେଖା ଦେଉଥିବା ଏହି ସମସ୍ୟାର ମୁଖ୍ୟ କାରଣ ଏକ ସାଧାରଣ ବଗ୍ ହୋଇପାରେ । ନୂଆ ଅପଡେଟ  iOS 16 ଇନଷ୍ଟଲକୁ ନେଇ ଦେଖା ଦେଉଥିବା ତ୍ରୁଟି ନେଇ କମ୍ପାନି ସାଇଟରେ ମଧ୍ୟ ଅଭିଯୋଗ ହୋଇଛି । ଖୁବଶୀଘ୍ର କମ୍ପାନି ଏହାର ସମାଧାନର ବାଟ ବାହାର କରିବା ଆଶା ରଖିଛନ୍ତି ଗ୍ରାହକ ।