ଭୁବନେଶ୍ୱର: ରାଜ୍ୟରେ କଣ୍ଡୋମ ବ୍ୟବହାରକୁ ନେଇ ଏକ ଚିନ୍ତାଜନକ ତଥା ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ସରକାରୀ ରିପୋର୍ଟ ଅନୁସାରେ ଗତ କିଛି ବର୍ଷ ହେଲା ଓଡିଶାରେ ପୁରୁଷଙ୍କ କଣ୍ଡୋମ ବ୍ୟବହାର ଲଗାତର ହ୍ରାସ ପାଉଛି। ଯେଉଁଥିପାଇଁ ରାଜ୍ୟରେ ଅବାଞ୍ଛିତ ଗର୍ଭଧାରଣ ଓ ଗର୍ଭପାତ ମାମଲା ବୃଦ୍ଧି ପାଉଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ କାରଣରୁ ଓଡିଶାରେ ପୁରୁଷମାନେ କୋଣ୍ଡୋମ ବ୍ୟବହାରରୁ ମୁହଁ ମୋଡୁଛନ୍ତି...


COMMERCIAL BREAK
SCROLL TO CONTINUE READING

ଜନସଂଖ୍ୟା ନିୟନ୍ତ୍ରଣ ଓ ଯୌନ ସଂକ୍ରମଣରୁ ରକ୍ଷା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ୨୦୧୧-୧୨ରେ ଲକ୍ଷେ ୯୩ ହଜାର ୮୮୩ ଜଣ ପୁରୁଷ କଣ୍ଡୋମ ବ୍ୟବହାର କରୁଥିଲେ। କିନ୍ତୁ ୨୦୨୧-୨୨ରେ ଏହି ସଂଖ୍ୟା ଲକ୍ଷେ ୧୭ ହଜାର ୯୪୬କୁ ଖସି ଆସିଛି। ବିଶେଷ କରି ଗର୍ଭନୋରୋଧକ ବଟିକା, UID ଓ ଗର୍ଭ ନିରୋଧକ ଇଞ୍ଜେକସନ ବ୍ୟବହାର କଣ୍ଡୋମର ବିକଳ୍ପ ପାଲଟିଛି। କିଛି ଦମ୍ପତି ୱିଥଡ୍ର ମେଥୋଡ୍ (ଯୌନ ସମ୍ପର୍କ ବେଳେ ବାହାରେ ବୀର୍ଜ ବାହାର କରିବା) ଆପଣାନ୍ତି।  


Also Read: Swachh Bharat Mission Corruption: ୧୬ ଲକ୍ଷର ପାଇଖାନା ଖାଇଗଲେ ୨୧ ଅଫିସର!


ବିଶେଷଜ୍ଞଙ୍କ କହିବା ଅନୁସାରେ, ଅନେକ ଯୁବପିଢି ଏବେ ମଧ୍ୟ ବିଶ୍ୱାସ କରନ୍ତି ଯେ, କଣ୍ଡୋମ ବ୍ୟବହାର କରିବା ଦ୍ୱାରା ଚରମ ସନ୍ତୁଷ୍ଟି ମିଳିନଥାଏ। ସେଥିପାଇଁ ସେମାନେ କଣ୍ଡୋମ ବ୍ୟବହାର କରନ୍ତି ନାହିଁ ଓ ୱିଥଡ୍ର ମେଥୋଡ୍ ଆପଣାନ୍ତି। ସେମାନେ ଜାଣିବା ଉଚିତ ଯେ, ଠିକ୍ ଭାବେ କଣ୍ଡୋମର ବ୍ୟବହାର କଲେ ଯୌନ ରୋଗ ରିସ୍କ ନଥାଏ। ଗୋଟିଏ ଟୋପା ବୀର୍ଜ ଗର୍ଭଧାରଣ ପାଇଁ ଯଥେଷ୍ଟ, ତେଣୁ ୱିଥଡ୍ର ମେଥୋଡ୍ ବିଫଳ ହେଲେ ଦମ୍ପତି ଜରୁରୀ ଗର୍ଭନିରୋଧ ବଟିକା ବ୍ୟବହାର କରନ୍ତି। କିଛି ମାତ୍ରାରେ ଏହା ମଧ୍ୟ ବିଫଳ ହୋଇଥାଏ। 


ଏବେ ମଧ୍ୟ ଓଡିଶାରେ କଣ୍ଡୋମକୁ ଏକ ଲଜ୍ଜାଜନକ ସାମଗ୍ରୀ ଭାବେ ବିବେଚନା କରାଯାଏ। ତେଣୁ ଲୋକେ କଣ୍ଡୋମ କିଣିବାକୁ ସଙ୍କୋଚ କରନ୍ତି। ଅସୁରକ୍ଷିତ ଯୌନ ସମ୍ପର୍କ ପାଇଁ ଅଧିକାଂଶ ସମୟରେ ମହିଳାଙ୍କୁ ତାର ପରିଣାମ ଭୋଗିବାକୁ ପଡେ। ବିଶେଷ କରି ୱିଥଡ୍ର ମେଥୋଡ୍ ବିଫଳ ହେଲେ ସେମାନେ ଗର୍ଭନିରୋଧ ବଟିକା ବ୍ୟବହାର କରନ୍ତି ନଚେତ ଘରୋଇ ହସ୍ପିଟାଲରେ ଗର୍ଭପାତ କରାନ୍ତି। ଯାହା ମହିଳାଙ୍କ ପାଉଁ ଅତ୍ୟନ୍ତ ବିପଦଜନକ। ଏଭଳି କରୁଥିବା ମହିଳାଙ୍କ ସଂଖ୍ୟା ୪ରୁ ୫ ପ୍ରତିଶତ ହୋଇଥିବା ଅନୁମାନ କରାଯାଉଛି।  


ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ, ଜଣେ ପୁରୁଷ ବାର୍ଷିକ ୭୨ଟି କଣ୍ଡୋମ ବ୍ୟବହାର କରନ୍ତି। ମହିଳା ରୋଗ ବିଶେଷଜ୍ଞ କହିଛନ୍ତି ଯେ, ବାରମ୍ବାର ଗର୍ଭନିରୋଧକ ବଟିକା ବ୍ୟବହାର କରିବା ଦ୍ୱାରା ମହିଳାଙ୍କ ଋତୁସ୍ରାବ ଅନିୟମିତତା ଆସିଥାଏ। ବର୍ତ୍ତମାନ ଅନେକ ଦମ୍ପତି ନିଜ ବୃତ୍ତି ଓ ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ରହୁଛନ୍ତି। ଫଳରେ ଯେତେବେଳେ ସେମାନେ ଶାରୀରିକ ସମ୍ପର୍କ ରଖନ୍ତି ସେତେବେଳେ ପ୍ରିକସନ ନେବାକୁ ଭୁଲି ଯାଆନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ଅନୁସାରେ, ରାଜ୍ୟରେ କିଛି ମାତ୍ରାରେ କଣ୍ଡୋମର ବ୍ୟବହାର କମିଛି। କିନ୍ତୁ ଲୋକେ ଅନ୍ୟ ଗର୍ଭନିରୋଧକ ପଦ୍ଧତି ଆପଣାଉଛନ୍ତି।


Also Read: ଏହି ସବୁ ଅଭ୍ୟାସ ଯୋଗୁଁ ପୁରୁଷମାନେ ଶୀଘ୍ର ହୋଇଯାଆନ୍ତି ବୃଦ୍ଧ, କରନ୍ତୁନି ଏସବୁ କାମ ରହିବେ ଯୌବନ


ଏକ ସର୍ଭେ ଅନୁସାରେ, ରାଜ୍ୟରେ ପ୍ରତି ଶହେ ୱିଥଡ୍ର ମେଥୋଡ୍ ବ୍ୟବହାର କରୁଥିବା ବେଳେ ସେଥିରୁ ୪ ଜଣଙ୍କର ବିଫଳ ହୋଇଥାଏ। ସେହପରି ୨୦୧୧-୧୨ରେ ଲକ୍ଷେ ୪୩ ହଜାର ମହିଳଙ୍କ କପର ଟି ବ୍ୟବହାର କରିଥିବା ବେଳେ ୨୦୨୧ରେ ଏଥିରେ ୪୧ ହଜାର ବୃଦ୍ଧି ପାଇଛି। ଅନ୍ୟପଟେ ପୁରୁଷ ବନ୍ଧ୍ୟାକରଣ ୨୦୧୨ରେ ୩୨୦୬ ଥିଲା, ଯାହା ୨୦୨୧ରେ ୯୯୧କୁ ଖସିଛି। ବିଶେଷ କରି ଦୁଇଟି ଶିଶୁ ମଧ୍ୟରେ ବ୍ୟବଧାନ ରଖିବା ପାଇଁ ମହିଳାମାନେ ଗର୍ଭନିରୋଧକ ଇଞ୍ଜେକସନ ବ୍ୟବହାର କରୁଥିବା ସର୍ଭେରୁ ଜଣାପଡିଛି।


ସୂଚନାଯୋଗ୍ୟ, ରାଜ୍ୟ ସରକାର ଚଳିତ ସେପ୍ଟେମ୍ବର ମାସରୁ ଏକ ନୂଆ ଯୋଜନା ଚଳାଇଛନ୍ତି। ନବବିବାହିତଙ୍କୁ ୱେଡିଂ କିଟ୍ ଦିଆଯାଉଛି। ଯେଉଁଥିରେ କଣ୍ଡୋମ ମଧ୍ୟ ଅଛି। ଏହି ୱେଡିଂ କିଟ୍ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅନ୍ତର୍ଗତ 'ନଇ ପହଲ୍ ଯୋଜନା'ର ଅଂଶ ବିଶେଷ। ଫ୍ୟାମିଲି ପ୍ଲାନିଂ ବା ପରିବାର ନିୟୋଜନକୁ ପ୍ରୋତ୍ସାହନ ଦେବା ଏହାର ଉଦ୍ଦେଶ୍ୟ ରହିଛି। ନବ ବିବାହିତଙ୍କୁ ଏହି ଉପହାର କିଟ୍ ଆଶାକର୍ମୀ ବାଣ୍ଟୁଛନ୍ତି।