Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Advertisement
Article Detail0/zeeodisha/odisha2575669

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

1.Naveen Pattnaik: ବିଜେଡିର ପ୍ରତିଷ୍ଠା ଦିବସରେ ନିର୍ବାଚନ ପରାଜୟର କାରଣ କହିଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ଯେ, ମୁଁ ଜାଣିଛି ବହୁତ ଲୋକଙ୍କର ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ। ମୁଁ ଆଜି ତାର ଉତ୍ତର ଦେବି। ମୁଁ କହିବି ଆମେ ହାରି ନାହୁ। ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ। ବିଜେପି ମିଛ କଥା କହି, ମିଛ ପ୍ରତିଶୃତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି। ଏତେ ମିଛ କହି ମଧ୍ୟ ବିଜେପି ଆମ ଠାରୁ କମ୍‌ ଭୋଟ୍‌ ପାଇଛି। ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡ଼ିଶା ବାସୀଙ୍କ ସେବା କରି ଚାଲିବ। ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ବିଜେଡି ଓଡିଶାର ଗୌରବ ପାଇଁ କାମ କରି ଚାଲିବ। ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। 
 
2.Puri: ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ସୁଦୃଶ୍ୟ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି। କ୍ୟାଲେଣ୍ଡରଗୁଡ଼ିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି। ଆଜି ଉଭୟ କ୍ୟାଲେଣ୍ଡରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧିବଦ୍ଧ ଭାବେ ଉନ୍ମୋଚନ କରିଛନ୍ତି। ଡେସ୍କ୍ କ୍ୟାଲେଣ୍ଡରରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଳା ସ୍ଥାନିତ ହୋଇଛି। ସେହିପରି ସାତ ପୃଷ୍ଠା ବିଶିଷ୍ଟ ୱାଲ୍ କ୍ୟାଲେଣ୍ଡରରେ ରଥାରୂଢ଼ ମହାପ୍ରଭୁଙ୍କ ଭବ୍ୟ ଚିତ୍ରମାନ ସ୍ଥାନିତ ହୋଇଅଛି। ଇଂରାଜୀ ନୂଆ ବର୍ଷରେ ପୁରୀ ଓ ଭୁବନେଶ୍ୱର ସ୍ଥିତ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଗୁଡ଼ିକରେ ଏହି କ୍ୟାଲେଣ୍ଡର ଶ୍ରଦ୍ଧାଳୁମାନଙ୍କୁ ବିକ୍ରୟ ସକାଶେ ଉପଲବ୍ଧ ହେବ। 
 
3. Cm Mohan Majhi:ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏବିଭିପି କାର୍ଯ୍ୟକ୍ରମରେ ଯୋଗଦେଇ ଆଜି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ପୂର୍ବ ସରକାର କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ। 
 
4.Odisha News: ଜନସାଧାରଣଙ୍କୁ ସେବା ଓ ସୁରକ୍ଷା ଦେବାରେ ରାଜ୍ୟ ରେ ପୋଲିସ କୁ ବିଭିନ୍ନ ପ୍ରଶଂସା ସହ ପଦକ ଦେଉଛନ୍ତି ସରକାର କିନ୍ତୁ ଗଞ୍ଜାମ ଆସିକା ଥାନା ଅଞ୍ଚଳରେ ଏହାର ବ୍ୟତିକ୍ରମ ଅବସ୍ଥା ଦେଖିବାକୁ ମିଳିଛି। ଆସିକା ପୋଲିସ ଜନସାଧାରଣ ଙ୍କୁ ସୁବିଧା ଓ ସୁରକ୍ଷା ଦେବା ତ ଦୂରର କଥା ଓଲୋଟା ଥାନା କୁ ଡାକି ବୃଦ୍ଧ ଓ ଗର୍ଭବତୀ ମହିଳାଙ୍କ ସମେତ ଗୋଟିଏ ପରିବାର ପ୍ରତି ଦୁର୍ବ୍ୟବହାର କରିଥିବା ସଙ୍ଗୀନ ଅଭିଯୋଗ ହୋଇଛି। 
 
5.Odisha Police Recruitment: ଓଡ଼ିଶାରେ ସରକାରୀ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ପୋଲିସରେ ଭର୍ତ୍ତି ହେବାକୁ ଚାହୁଁଥିବା ଯୁବପିଢ଼ୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ।  ଓଡିଶା ପୋଲିସ୍ ନିଯୁକ୍ତି ବୋର୍ଡ (OPRB) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ  ୯୦୦ରୁ ଅଧିକ ପଦବୀ ପୂରଣ ହେବ। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ OPRB ର ଅଫିସିଆଲ୍ ୱେବ୍‌ସାଇଟ୍‌ www.odishapolice.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Odisha Police Recruitment 2024 apply for 933 post Notification ରେ କ୍ଲିକ୍ କରି ଦେଖିପାରିବେ।
 
6. Minor Sister Murder: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ନିକଟସ୍ଥ ପୁଣେରୁ ଅପହରଣ, ବଳାତ୍କାର ଓ ହତ୍ୟା ଉଦ୍ୟମ ଭଳି ଏକ ସଙ୍ଗୀନ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାରର ଦୁଇ ନିରୀହ ଭଉଣୀଙ୍କ ମୃତଦେହ ଘର ନିକଟରେ ଥିବା ଏକ କୋଠାରେ ରଖାଯାଇଥିବା ଡ୍ରମ୍ ଭିତରୁ ମିଳିଛି। ଉଭୟ ଝିଅଙ୍କ ମୃତଦେହ ଦେଖି ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଉଭୟ ନାବାଳିକାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସେସନ ଡାକ୍ତରଖାନାକୁ ପଠାଇଛି। ଏହା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅନୁସନ୍ଧାନରୁ ଜଣାପଡିଛି ଯେ ଉଭୟ ଭଉଣୀଙ୍କୁ ସେମାନଙ୍କ ଘର ଉପରେ ରହୁଥିବା ଜଣେ ରୋଷେୟା ହତ୍ୟା କରିଛନ୍ତି।
 
7.PM Modi: କେନ୍ଦ୍ର ସରକାରଙ୍କ ସ୍ୱାମୀତ୍ୱ ଯୋଜନା ଅଧିନରେ ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଟ୍ଟା ବଣ୍ଟନ କରିବେ। ଏକାଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏନେଇ ଆୟୋଜିତ ହେବାକୁ ଥିବା ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ୫୮ଲକ୍ଷ ଉପଭୋକ୍ତାଙ୍କୁ ଏହି ଜମିଜମା ବାବଦୀୟ ପଟ୍ଟା ବଣ୍ଟନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୨୭ ଡିସେମ୍ବର ୨୦୨୪ (ଶୁକ୍ରବାର) ଦିନ ୧୨:୩୦ ସମୟରେ ସ୍ୱାମିତ୍ୱ ସମ୍ପତ୍ତି କାର୍ଡର ଇ-ବଣ୍ଟନରେ ଅଧ୍ୟକ୍ଷତା କରିବେ। ଏହି କାର୍ଯ୍ୟକ୍ରମରେ ୧୦ଟି ରାଜ୍ୟ ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଏବଂ କାଶ୍ମୀର ଏବଂ ଲଦାଖର ପ୍ରାୟ ୫୦ ହଜାର ଗାଁରେ ୫୮ଲକ୍ଷ ସ୍ୱାମିତ୍ୱ ସମ୍ପତ୍ତି କାର୍ଡ ବଣ୍ଟନ କରାଯିବ।
 
8.V. K. Pandian:(ଭୁବନେଶ୍ୱର) : ଏକଦା ବିଜେଡି ସରକାର ସମୟରେ ଅଯାଚିତ କ୍ଷମତାର ଉପସର୍ଗ ସାଜିଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନ୍‍ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି। ଅବଶ୍ୟ ତାଙ୍କ ଭୁଲ୍‍ କ’ଣ ତାହାକୁ ସ୍ପଷ୍ଟ କରି ନାହାନ୍ତି କିନ୍ତୁ କହିଛନ୍ତି ‘..ଯଦି କାହାର କିଛି ଅସୁବିଧା ହୋଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା’। ପାଣ୍ଡିଆନ୍‍ଙ୍କ ଏହି ଉକ୍ତିଟିରେ କ୍ଷମା ଶବ୍ଦ ଥିଲେ ମଧ୍ୟ ତାଙ୍କ ଆନ୍ତରିକତା ରହିଥିଲାପରି ମନେ ହେଉ ନାହିଁ। 
 
9.Sports: କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରିତିଶ୍ମିତା ଭୋଇଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ କରାଯାଇଛି। ୧୫ବର୍ଷର ନାବାଳିକା ଭାରୋତ୍ତୋଳକ ପ୍ରିତିଶ୍ମିତା ଭୋଇ ସ୍ୱଚ୍ଛ ଏବଂ ଜର୍କ ବର୍ଗରେ ବିଶ୍ୱ ରେକର୍ଡ ସୃଷ୍ଟି କରିବାରେ ପ୍ରଥମ ଭାରତୀୟ ଭାବରେ ଇତିହାସ ସୃଷ୍ଟି କରିଥିଲେ।
 
10.India vs Australia: ମେଲବୋର୍ଣ୍ଣ ଟେଷ୍ଟର ପ୍ରଥମ ଦିନ ଶେଷ ହେବା ମାତ୍ରେ ଆଇସିସି ଭେଟେରାନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ (Virat kohli) ଉପରେ ଜରିମାନା ଲଗାଇଛି। ବାସ୍ତବରେ ବିରାଟ ଅଷ୍ଟ୍ରେଲୀୟ ଓପନର୍ ସାମ୍ କନଷ୍ଟାସ୍ (Sam Konstas)ଙ୍କୁ ଧକ୍କା ଦେଇଥିଲେ। ଏହି ଘଟଣା ପରେ ଆଇସିସି ବିରାଟଙ୍କ ମ୍ୟାଚ୍ ଫି ର ୨୦ ପ୍ରତିଶତ କାଟିଛି ଏବଂ ତାଙ୍କୁ ଲେବଲ୍-1 ରେ ଦୋଷୀ ସାବ୍ୟସ୍ତ କରାଯାଇଛି। ପ୍ରଥମ ଦିନର ଖେଳ ଶେଷ ହେବା ପରେ ବିରାଟ ମଧ୍ୟ ନିଜର ଭୁଲକୁ ସ୍ୱୀକାର କରିଛନ୍ତି, ଯେଉଁଥିପାଇଁ ଏ ବାବଦରେ ଅଧିକ ଶୁଣାଣି କରିବାର ଆବଶ୍ୟକତା ପଡ଼ିବ ନାହିଁ।