(ଖୋର୍ଦ୍ଧା, ସୂର୍ଯ୍ୟ ନାରାୟଣ ମହାନ୍ତି)  Odisha News: ଖୋର୍ଦ୍ଧା ସହରରେ ଏବେ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି  ପାର୍କିଂ ସମସ୍ୟା (Parking Problem)। ସହରରେ ପାର୍କିଂ ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ, ଦୋକାନ କିମ୍ବା କୌଣସି ଅଫିସକୁ ଆସୁଥିବା ଲୋକମାନେ ସେମାନଙ୍କ ଯାନବାହନକୁ ମଝି ରାସ୍ତାରେ ରଖିବାକୁ ବାଧ୍ୟ ହେଉଛନ୍ତି । ପୁଣି ଘରୋଇ ଯାତ୍ରୀବାହୀ ବସ ଓ ଅଟୋ ରାସ୍ତା ମଝିରେ ଘଂଟା ଘଂଟା ଧରି ଠିଆହେବା ଯୋଗୁ ସାଧାରଣ ଲୋକେ ଯାତାୟତ କରିବାରେ ବହୁ ସମସ୍ୟା ଭୋଗୁଛନ୍ତି । ସେପଟେ ପୌର ପରିଷଦ ପାର୍କିଂ ବାବଦକୁ ଟେଣ୍ଡର ନେଇଥିବା ସଂସ୍ଥା ଠାରୁ ଲକ୍ଷଧିକ ଟଙ୍କା ପାଇ ମଧ୍ୟ କୌଣସି କାର୍ଯ୍ୟା ନକରି ଚୁପ୍ ବସିଯାଇଛି । ସହର ମଧ୍ୟରେ କୌଣସି ସ୍ଥାନ ପାର୍କିଂ ପାଇଁ ପୌର ପ୍ରଶାସନ ପକ୍ଷରୁ ସ୍ଥିର ହୋଇନଥିବା ଯୋଗୁ ଲୋକମାନେ ମନଇଛା ଏଣେତେଣେ ରଖୁଥିବା ଅଭିଯୋଗ ହୋଇଛି । ସେପଟେ ପ୍ରଶାସନ ଏସବୁ ସମସ୍ୟା ବାବଦରେ ଅବଗତ ଥିଲେ କୌଣସି ପଦକ୍ଷେପ ଗ୍ରହଣ କରୁନି। 


COMMERCIAL BREAK
SCROLL TO CONTINUE READING

ALSO READ : Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର! ଏଠି ୫୦ ହଜାର ତଳେ ମିଳୁଛି ସୁନା


ALSO READ : Today Horoscope: ଅର୍ଥପ୍ରାପ୍ତିର ଯୋଗ ସହ ଶୁଭଫଳ ପାଇବେ ଏହି ସବୁ ରାଶି, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ?


ଉଠା ଦୋକାନୀମାନଙ୍କ ପ୍ରାର୍ଦୁଭାବ ଯୋଗୁଁ ସ୍କୁଲ ଓ ଅଫିସ ଯିବା ଆସିବା ସମୟରେ ଏକରକମ ରାସ୍ତା ଜାମ ହୋଇଯାଉଛି । ଏପରିକି କୌଣସି ପର୍ବପର୍ବାଣୀର ପୂର୍ବଦିନ ସଂଧ୍ୟାରେ ଯାନବାହାନ ଦୁଇ ତିନି ଘଂଟା ପାଇଁ ଚଳାଚଳ ଠପ୍ ହୋଇଯିବା ବହୁତ ନଜିର ରହିଛି । ଏପରି ସ୍ଥଳରେ ଖୋର୍ଦ୍ଧା ସହରରେ ପାର୍କିଂ ପାଇଁ କୌଣସି ସ୍ଥାନ ଏପର୍ଯ୍ୟନ୍ତ ନିରୁପଣ ହୋଇନଥିବା ବେଳେ, ଟେଣ୍ଡର ନେଇଥିବା ସଂସ୍ଥା ଚାଲୁଥିବା ଗାଡ଼ିକୁ ଅଟକାଇ ପାର୍କିଂ ରସିଦ୍ କାଟୁଥିବା ଦେଖିବାକୁ ମିଳିଛି । ଏସଂପର୍କରେ ଆମେ ପୌର ଅଧିକାରୀଙ୍କ ଯୋଗାଯୋଗ କରିଥିଲେ ମଧ୍ୟ ସେ କ୍ୟାମେରା ସମ୍ମୁଖରେ କିଛି କହିନଥିଲେ । ବିଭିନ୍ନ ସମୟରେ ପାର୍କିଂ ସମସ୍ୟାର ସମାଧାନ ପାଇଁ ଜିଲ୍ଲାସ୍ତରରେ ବହୁବାର ବୈଠକ ବସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର କୌଣସି ସୁଫଳ ବାହାରି ପାରିନାହିଁ । ଯାହାକୁ ନେଇ ଦିନକୁ ଦିନ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।