Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର! ଏଠି ୫୦ ହଜାର ତଳେ ମିଳୁଛି ସୁନା
Advertisement
Article Detail0/zeeodisha/odisha2029008

Gold Price Today: ଗ୍ରାହକଙ୍କ ପାଇଁ ଖୁସି ଖବର! ଏଠି ୫୦ ହଜାର ତଳେ ମିଳୁଛି ସୁନା

Gold Price Today, 26 December 2023: ଯଦି ଆପଣ ନୂଆବର୍ଷ ପୂର୍ବରୁ ସୁନା କିଣିବା ପାଇଁ ଯୋଜନା କରିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ଗୁଡିକରେ ସୁନା ଏବଂ ରୂପାର ଦାମରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ସୁନା-ରୂପା କିଣିବା ପୂର୍ବରୁ ଜାଣି ନିଅନ୍ତୁ କେଉଁ ସହରରେ କେତେ ରହିଛି ଦର(Gold rate in India today)...

ALSO READ: Today Horoscope: ଅର୍ଥପ୍ରାପ୍ତିର ଯୋଗ ସହ ଶୁଭଫଳ ପାଇବେ ଏହି ସବୁ ରାଶି, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ?

ଭାରତୀୟ ବଜାରରେ ୨୨ କ୍ୟାରେଟର ସୁନା ଦାମ  ୧୦ ଗ୍ରାମ ପିଛା ୫୭,୫୬୦(57,560 for 22 Carat) ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୮୪୦ ଟଙ୍କା ରହିଛି (62,840 per 10 grams for 24 Carat)। ସେହିପରି ନୂଆଦିଲ୍ଲୀରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ  ୫୮,୫୫୦ ଟଙ୍କା ଥିଲା ବେଳେ ୨୪ କ୍ୟାରେଟର ଦାମ୍ ୬୩,୮୬୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୨୦୦ ଓ ୨୨୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ରୂପା କେଜି ୭୯,୫୦୦ ହଜାର ଟଙ୍କା ରହିଛି । ରୂପା କେଜି ୩୦୦ ଟଙ୍କା ବୃଦ୍ଧି ପାଇଛି।

ମାୟା ନଗରୀ ମୁମ୍ବାଇରେ ସୁନା ଦରରେ ପରିବର୍ତ୍ତନ ହୋଇଛି । ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୫୮,୪୦୦ ଥିଲାବେଳେ  ୨୪ କ୍ୟାରେଟର ଦାମ୍ ୬୩,୭୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୨୦୦ ଓ ୨୨୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ରୂପା କେଜି ୭୯,୫୦୦ ହଜାର ଟଙ୍କା ରହିଛି । କେଜି ପିଛା ୩୦୦ ଟଙ୍କା ବୃଦ୍ଧି ପାଇଛି। ଅନ୍ୟପଟେ, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୫୮,୯୫୦ ଟଙ୍କା ଥିଲା ବେଳେ ୨୪ କ୍ୟାରେଟର ଦାମ୍ ୬୪, ୩୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୧୫୦ ଓ ୧୬୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ରୂପା କେଜି ୮୧,୦୦୦ ହଜାର ଟଙ୍କା ରହିଛି । କେଜି ପିଛା ୩୦୦ ଟଙ୍କା ବୃଦ୍ଧି ପାଇଛି। 

ଓଡିଶାର ରାଜଧାନୀ  ଭୁବନେଶ୍ବରରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ  ୫୮,୪୦୦ ଟଙ୍କା ଥିଲା ବେଳେ ୨୪ କ୍ୟାରେଟର ଦାମ୍ ୬୩,୭୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୨୦୦ ଓ ୨୨୦ ଟଙ୍କା ବୃଦ୍ଧି ହୋଇଛି। ଏବଂ ୧୮ କ୍ୟାରେଟର ଦାମ୍ ୪୭,୭୮୦ ଟଙ୍କା ରହିଛି । ସେହିପରି ରୂପା କେଜି ୮୧,୦୦୦ ହଜାର ଟଙ୍କା ଥିବା ବେଳେ ଭରି ପିଛା ୩୦୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ସିଲଭର ସିଟି କଟକରେ ବି ସୁନା-ରୁପା ଦରରେ ବି ପରିବର୍ତ୍ତନ  ହୋଇଛି।