Ahoi Ashtami ଆହୋଇ ଅଷ୍ଟମୀ ଗୁରୁପୁଷ୍ୟା ନକ୍ଷତ୍ରରେ ୩ ଦୁର୍ଲଭ ସଂଯୋଗ, ୩ ରାଶିଙ୍କର ହେବ ଭାଗ୍ୟୋଦୟ

ବୈଦିକ ପଞ୍ଚାଙ୍ଗ ଅନୁସାରେ ଆଜି ଅର୍ଥାତ ୨୪ ଅକ୍ଟୋବର ସକାଳ ୬ଟା ଠାରୁ ଆରମ୍ଭ କରି ୨୫ ଅକ୍ଟୋବର ଶୁକ୍ରବାର ସକାଳ ୭ଟା ୪୦ ମିନିଟ ପର୍ଯ୍ୟନ୍ତ ଗୁରୁପୁଷ୍ୟା ନକ୍ଷତ୍ର ପାଳନ କରାଯିବ। ବିଶ୍ୱାସ ରହିଛି କି ଗୁରୁ ପୁଷ୍ୟା ନକ୍ଷତ୍ରରେ ସୁନା-ଚାନ୍ଦୀ କିମ୍ବା ସମ୍ପତି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଗୁରୁ ପୁଷ୍ୟା ନକ୍ଷତ୍ର ସହିତ ମହାଲକ୍ଷ୍ମୀ ରାଜଯୋଗ, ବୁଦ୍ଧାଦିତ୍ୟ ଯୋଗ ଓ ଅମୃତ ସିଦ୍ଧି ଯୋଗ ମଧ୍ୟ ଗଠିତ ହେଉଛି।

Prabhudatta Moharana Thu, 24 Oct 2024-7:20 am,
1/3

ମେଷ ରାଶି ମେଷ ରାଶିର ଲୋକଙ୍କ ପାଇଁ ଆହୋଇ ଅଷ୍ଟମୀ ତିଥିଟି ଅତ୍ୟନ୍ତ ଶୁଭପ୍ରଦ ହେବାକୁ ଯାଉଛି।  ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ହେତୁ ମନ ଖୁସି ରହିବ। ମହାଲକ୍ଷ୍ମୀ ରାଜଯୋଗ ଶୀଘ୍ର ଅପାର ଧନ ହାସଲ କରିବାରେ ସାହାଯ୍ୟ କରିପାରିବ। ଏହା ସହିତ ବ୍ୟବସାୟରେ ପ୍ରଗତିର ନୂତନ ଉପାୟ ଖୋଲିବ, ଯାହା ଆର୍ଥିକ ସ୍ଥିତିକୁ ସୁଦୃଢ କରିବ। 

2/3

ତୁଳା ରାଶି ଅକ୍ଟୋବର ୨୪ ଗତ କିଛି ଦିନ ଅପେକ୍ଷା ତୁଳା ରାଶିର ଲୋକଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି। ଭାବି ଚିନ୍ତି ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଲାଭଦାୟକ ପ୍ରମାଣିତ ହେବ। ଚାକିରିଆ ବ୍ୟକ୍ତିମାନେ ବିନା କାରଣରେ ବିବାଦରେ ଜଡିତ ହେବା ଉଚିତ୍ ନୁହେଁ। ନଚେତ୍ ଭବିଷ୍ୟତରେ ଆପଣଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିପାରେ। 

3/3

କୁମ୍ଭ ରାଶି ମହାଲକ୍ଷ୍ମୀ ରାଜଯୋଗ, ବୁଦ୍ଧାଦିତ୍ୟ ଯୋଗ ଓ ଅମୃତସିଦ୍ଧି ଯୋଗର ସକରାତ୍ମକ ପ୍ରଭାବ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପଡିବାକୁ ଯାଉଛି। ଭୌତିକ ସୁଖ ସହିତ ମାନସିକ ଶାନ୍ତି ବୃଦ୍ଧି ପାଇବ। ବ୍ୟବସାୟରେ ଚାଲିଥିବା ବିବାଦ ଦୂର ହେବ। ଚାକିରିଆମାନଙ୍କର ଅକସ୍ମାତ ଧନଲାଭର ଯୋଗ ରହିଛି। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link