ଏହିସବୁ ରାଶିର ରକ୍ଷା କବଚ ହେଉଛନ୍ତି ମହାଦେବ, ଜୀବନରେ କେବେବି ଆସେନି ବିପଦ!

Lord Shiva Favourite Zodiac Signs: ଶ୍ରାବଣ ମହାଦେବଙ୍କର ଅତି ପ୍ରିୟ ମାସ। ଏହି ମାସରେ ଶିବଙ୍କୁ ଜଳଲାଗି କଲେ ଭକ୍ତଙ୍କ ସମସ୍ତ ଦୁଃଖ ହରଣ କରନ୍ତି ମହାଦେବ। ଏହି ମାସରେ ଭଗବାନଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହ ପୂଜା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ତେବେ, ମହାଦେବଙ୍କ କୃପା କିଛି ରାଶିର ବ୍ୟକ୍ତିଙ୍କ ଉପରେ ସବୁବେଳେ ଥାଏ। ରାଶିଚକ୍ରରେ ଥିବା ୧୨ଟି ରାଶି ମଧ୍ୟରୁ ୫ଟି ରାଶି ହେଉଛି ମହାଦେବଙ୍କର ଅତିପ୍ରିୟ। ଏହି ୫ଟି ରାଶି ଉପରେ କେବେବି କୌଣସି ପ୍ରକାର ବଡ଼ ବିପଦ ଆସି ନଥାଏ। ମହାଦେବଙ୍କ କୃପାରୁ ଏହି ରାଶିର ଲୋକେ ସର୍ବଦା ସୁଖି, ଧନୀ ହେବା ସହ ଜୀବନରେ ସମସ୍ତ ପ୍ରକାରର ଐଶ୍ବର୍ଯ୍ୟ ଲାଭ କରିଥାଆନ୍ତି। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Narmada Behera Thu, 01 Aug 2024-11:38 am,
1/5

ମେଷ:  ମହାଦେବଙ୍କ ଅତିପ୍ରିୟ ରାଶି ହେଉଛି ମେଷ। ଏହି ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ମଙ୍ଗଳ। ସାଧାରଣତଃ ଏହି ରାଶିର ଲୋକମାନେ ଜୀବନରେ ଅନେକ ଖ୍ୟାତି ଅର୍ଜନ କରିଥାଆନ୍ତି। ଏହି ରାଶିର ଲୋକମାନେ ସାଧାରଣତଃ ସାହାସୀ  ଓ କ୍ରୋଧୀ ପ୍ରକୃତିର ହୋଇଥାଆନ୍ତି। ପ୍ରତ୍ୟକ କାର୍ଯ୍ୟକୁ ଧୌର୍ଯ୍ୟର ସହକାରେ ଶେଷ କରନ୍ତି। ମହାଦେବଙ୍କ କୃପାରୁ ଏହି ରାଶିର ଲୋକଙ୍କ ପାଖରେ କେବିବି ଧନ ଓ ଐଶ୍ବର୍ଯ୍ୟର ଅଭାବ ହୋଇ ନଥାଏ। ଯଦି ଜୀବନରେ କୌଣସି ପ୍ରକାର ଛୋଟମୋଟ ସମସ୍ୟା ଥାଏ। ତେବେ, ଶ୍ରାବଣ ମାସର ପ୍ରତ୍ୟକ ଦିନ ମହାଦେବଙ୍କ ମନ୍ଦିର ଯାଆନ୍ତୁ। ତମ୍ବା ପାତ୍ରରେ ଲାଲ୍ ଚନ୍ଦନ ସହ ଶିବଲିଙ୍ଗ ଉପରେ ଜଳ ଚଢାନ୍ତୁ। ଏହା କରିବା ଦ୍ବାରା ସମସ୍ତ ଜୀବନରେ ଲାଗି ରହିଥିବା ଏହିସବୁ ସମସ୍ୟା ଦୂର ହୋଇଥାଏ। 

ALSO READ: Shani Margi 2024: ଏହିସବୁ ରାଶିଙ୍କ ଉପରେ ରହିବ ଶନିଙ୍କ ଶୁଭଦୃଷ୍ଟି, ବର୍ଷ ସାରା ହେବ ଧନବର୍ଷା!

2/5

କର୍କଟ: ଏହି ରାଶିର ପ୍ରଭୁ ହେଉଛନ୍ତି ଚନ୍ଦ୍ର। ଯାହା ମହାଦେବ ମସ୍ତକରେ ଶୋଭା ପାଇଥାଏ। ଏହି ରାଶିଲୋକଙ୍କୁ ସମସ୍ତ ବିପଦ ଆପଦରୁ ମହାଦେବ ରକ୍ଷା କରିଥାଆନ୍ତି। ଏହି ରାଶିର ଲୋକେ ଧୌର୍ଯ୍ୟ ଓ ସରଳ ସ୍ବଭାବର ହୋଇଥାଆନ୍ତି । ଯେଉଁ କ୍ଷେତ୍ରରେ ଏହି ରାଶିର ଲୋକେ କାର୍ଯ୍ୟ କରନ୍ତି । ସେଥିରେ ସେ ସଫଳତା ଲାଭ କରନ୍ତି। ଶ୍ରାବଣ ସୋମବାରରେ ମହାଦେବଙ୍କ କୃପା ଲାଭ କରିବା ପାଇଁ ରୂପା ପାତ୍ରରେ କ୍ଷୀର ଅର୍ପଣ କରନ୍ତୁ। 

 

3/5

ତୁଳା: ତୁଳା ରାଶିର ପ୍ରଭୁ ହେଉଛନ୍ତି ଶୁକ୍ର। ଏହି ରାଶିର ଲୋକେ ଅଧିକ ପରିଶ୍ରମୀ ଓ ସାହାର୍ଯ୍ୟକାରୀ ପ୍ରକୃତିର ହୋଇଥାଆନ୍ତି। ତେଣୁ ତୁଳା ରାଶି ଉପରେ ସବୁବେଳେ ମହାଦେବ ପ୍ରସନ୍ନ ଥାଆନ୍ତି। ଏହି ରାଶିର ଲୋକେ ସାଧାରଣତଃ ଧନବାନ୍ ହୋଇଥାଆନ୍ତି। ପରିଶ୍ରମ କରି ସଫଳତାର ଶିର୍ଷରେ ପହଞ୍ଚିଥାଆନ୍ତି। ଏହି ରାଶିର ଲୋକେ ଶ୍ରାବଣ ମାସରେ ଶିବଙ୍କୁ ଏକ କାଚପାତ୍ରରେ ଜଳ ସହ ଚିନି ଲାଗି କଲେ ମହାଦେବ ପ୍ରସନ୍ନ ହୋଇଥାଆନ୍ତି। 

 

4/5

ମକର: ମକର ରାଶିର ପ୍ରଭୁ ବା ଗ୍ରହ ଅଧିପତି ହେଉଛନ୍ତି ଶନି। ଶନି ଶିବଙ୍କର ବଡ଼ ଭକ୍ତ କହିଲେ ଅତୃକ୍ତି ହେବ ନାହିଁ। ତେଣୁ ଏହି ରାଶିର ଲୋକଙ୍କ ଉପରେ କୌଣସି ପ୍ରକାର ବଡ଼ ବିପଦ ଆସି ନଥାଏ। ସବୁ ବିପଦ ଆପଦରୁ ମହାଦେବ ଏହି ରାଶିର ରକ୍ଷା କବଚ ହୋଇଥାଆନ୍ତି। ଏହି ରାଶିର ଲୋକେ ଶ୍ରାବଣ ସୋମବାରରେ କଳାରାଶି ସହ ଜଳାଭିଷେକ କରାଇଲେ ସମସ୍ତ ପ୍ରକାର ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। 

5/5

କୁମ୍ଭ: ଏହି ରାଶିର ପ୍ରଭୁ ହେଉଛନ୍ତି ଶନି ମହାରାଜ୍। ଏହି ରାଶିର ଲୋକେ ସାଧାରଣତଃ ଦୟାଳୁ ଓ ପରିଶ୍ରମୀ ଓ ସଚ୍ଚୋଟ ହୋଇଥାଆନ୍ତି। ପରିଶ୍ରମ ବଳରେ ଏମାନେ ସମସ୍ତ ପ୍ରକାର ସଫଳତା ପ୍ରାପ୍ତ କରିଥାଆନ୍ତି। ବୈବାହିକ ଜୀବନ ଏହି ରାଶିର ଖୁବ୍ ଭଲ ହୋଇଥାଏ।  ଜୀବନରେ ସମସ୍ତ ସୁଖଲାଭ କରିଥାଆନ୍ତି। ଶ୍ରାବଣରେ ମହାଦେବଙ୍କୁ ଆଖୁରସ ଲାଗି କରାଇଲେ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।   

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link