November 2024 Grah Gochar: ନଭେମ୍ବରରେ ଖୋଲିବ ଏହିସବୁ ରାଶିଙ୍କ ଭାଗ୍ୟ, ବେକାରିଙ୍କୁ ମିଳିବ ଚାକିରି ,ବ୍ୟବସାୟୀ ହେବେ ମାଲାମାଲ୍!
November 2024 Grah Gochar: ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନଭେମ୍ବର ମାସରେ ଶୁକ୍ର ଓ ସୂର୍ଯ୍ୟଙ୍କ ପରି ବଡ଼ ଗ୍ରହ ନିଜର ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ନଭେମ୍ବର ପ୍ରଥମ ସପ୍ତାହରେ ଶୁକ୍ର ରାଶି ପରିବର୍ତ୍ତନ କରିବାକୁ ଥିବା ବେଳେ ସୂର୍ଯ୍ୟ ତୁଳାରୁ ଯାଇ ବିଛା ରାଶିକୁ ଚଳନ କରିବେ। ଆଉ ନଭେମ୍ବର ୧୫ରେ ଶନି ମଧ୍ୟ କୁମ୍ଭରେ ଓଲଟା ଚଳନ କରିବେ। ତେବେ, ଏହି ତିନି ଗ୍ରହଙ୍କ ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶିଙ୍କ ଅଡୁଆ ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...
ମେଷ: ଆସନ୍ତାମାସ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବାକୁ ଯାଉଛି। ବିଶେଷକରି, ଆର୍ଥିକ ସ୍ଥିତି ମଜବୁତ୍ ରହିବ। କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି , ସେମାନଙ୍କୁ ଭଲ ଚାକିରି ମିଳିବ। ବ୍ୟବସାୟୀଙ୍କ ଲାଗି ମଧ୍ୟ ସମୟ ଅନୁକୂଳ ରହିବ। ପୁଞ୍ଜି ବିନିଯୋଗ କଲେ ଭବିଷ୍ୟତରେ ଭଲ ରିଟର୍ଣ୍ଣ ପାଇବେ। ସଂଚୟ ବୃଦ୍ଧି ହେବା ସହ ବ୍ୟାଙ୍କ୍ ବାଲାନ୍ସ ବଢିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ପାରିବାରିକ ଜୀବନ ସୁଖମୟ ହେବ।
ALSO READ: Gold Rate Today: ଦୀପାବଳି ପୂର୍ବରୁ ପୁଣି ବଢିଲା ସୁନା ରେଟ୍, ଜାଣନ୍ତୁ ଭୁବନେଶ୍ବରରେ ଭରି ପିଛା କେତେ ବଢିଲା ଦର?
ବିଛା: ନଭେମ୍ବର ମାସରେ ଚମକିବ ଏହିସବୁ ରାଶିର ଭାଗ୍ୟ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ମାନସିକ ଶାନ୍ତି ମିଳିବ। ଏହି ସମୟ ମଧ୍ୟରେ କାର୍ କିମ୍ବା ଘର କ୍ରୟ କରିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟୀମାନେ କୌଣସି ଏକ ବଡ଼ ଡିଲ୍ ଫାଇନାଲ୍ କରିବେ। ବ୍ୟବସାୟରେ ବୃଦ୍ଧି ଘଟିବ। ଦୂରଯାତ୍ରାରୁ ଶୁଭଫଳ ମିଳିବ। ଯେଉଁମାନେ ରିୟଲି ଇ-ଷ୍ଟେଟ୍, ଓ ଜମି ବିକ୍ରି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେମାନଙ୍କୁ ଭଲ ଲାଭ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।
କୁମ୍ଭ: ତିନି ଗ୍ରହଙ୍କ ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ବିଶେଷକରି ଏହି ସମୟ ମଧ୍ୟରେ ବ୍ୟବସାୟୀମାନେ ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ। ଏହି ସମୟରେ ନିଆଯାଇଥିବା ନିସ୍ପତି ଆପଣଙ୍କ ପାଇଁ ବରଦାନ ପାଲଟିବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ସଂସ୍ଥାରୁ ଚାକିରି ମିଳିବ। ସାହାସ ଓ ଧୌର୍ଯ୍ୟ ବୃଦ୍ଧି ପାଇବ। ବୈବାହିକ ଜୀବନ ସୁଖମୟ ହେବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)