Ruchak Rajyog 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ରୁଚକ ରାଜଯୋଗ, ବ୍ୟବସାୟରେ ମିଳିବ ଦ୍ବିଗୁଣିତ ଲାଭ ସହ...

Ruchak Rajyog: ଚଳିତ ମାସ କିଛି ରାଶିଙ୍କ ପାଇଁ ଖାସ୍ ହେବାକୁ ଯାଉଛି। କାହିଁକିନା ଅଗଷ୍ଟ ମାସରେ ମଙ୍ଗଳ ,ଶନି ଓ ଶୁକ୍ରଙ୍କ ଅପୂର୍ବ ମିଳନ ରୁଚକ ରାଜଯୋଗ ଗଠନ କରିବେ। ଜ୍ୟୋତିଷ ଅନୁଯାୟୀ, ଏହି ରାଜଯୋଗ ୧୨ ଟି ରାଶି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆସନ୍ତାକାଲି ସକାଳ ୭ଟା ୪୫ ମିନିଟ୍ ସମୟରେ ମଙ୍ଗଳ କୁମ୍ଭ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଶନିଦେବ ଓ ଶୁକ୍ର ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ତିନି ରାଶିଙ୍କ ମିଳନ ରୁଚକ ରାଜଯୋଗ ସୃଷ୍ଟି କରୁଛି। ଏହି ରାଜଯୋଗ ଦିର୍ଘ ବର୍ଷ ପରେ ପଡିଛି। ଯାହା କିଛି ରାଶି ପାଇଁ ଅତ୍ୟନ୍ତ ଦୁର୍ଲଭ ସଂଯୋଗ ଅଟେ। ଏହି ରୁଚକ ରାଜଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Narmada Behera Fri, 02 Aug 2024-1:20 pm,
1/3

ବୃଷ : ରୁଚକ ରାଜଯୋଗ ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଲାଭ ମିଳିବ । ବ୍ୟବସାୟରୁ ଲାଭବାନ ହେବେ । ଏହି ସମୟ ମଧ୍ଯରେ ବିଗିଡ଼ି ଯାଇଥିବା କାର୍ଯ୍ୟ ସମାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବେରୋଜଗାରମାନଙ୍କୁ ନୂଆ ଚାକିରି ମିଳିବା ନେଇ ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ପୁରୁଣା ନିବେଶରୁ ଲାଭ ମିଳିବ । 

ALSO READ: Budh Gochar 2024: ଅଗଷ୍ଟ ୫ରେ ବୁଧଙ୍କ ଚଳନ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ

ALSO READ: Guru Vakri 2024: ଅଗଷ୍ଟ ୯ରେ ବୃହସ୍ପତିଙ୍କ ଚଳନ, ଏହି ତିନି ରାଶିଙ୍କୁ ମିଳିବ ବଡ଼ ଲାଭ !

2/3

ମିଥୁନ:  ଶାସ୍ତ୍ର ଅନୁଯାୟୀ, ଏହି ରାଜଯୋଗ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କୁ ବହୁ ପୁରୁଣା ସମସ୍ୟାରୁ ମୁକ୍ତି ଦେବ। ଜୀବନରେ ଲାଗି ରହିଥିବା ପ୍ରତିବନ୍ଧକ ଦୂର ହେବ । ଚାକିରିରେ ପଦୋନ୍ନତି ହେବ । ବ୍ୟବସାୟରୁ ଲାଭ ମିଳିବ । ନୂତନ ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ଚାକିରି ନେଇ ଅଫର ମିଳିବ । ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି । ମାଆଙ୍କ ସହ ସମ୍ପର୍କ ଆହୁରି ମଧୁର ହେବ ।

 

3/3

କୁମ୍ଭ : ଏହି ରାଶିର ଲୋକଙ୍କ ଭାଗ୍ୟରେ ହାତୀ ସୁନା କଳସ ଢାଳିବ। କ୍ୟାରିୟରରେ ସଫଳତା ମିଳିବ । ବ୍ୟବସାୟରେ ଉନ୍ନତି ସହ ଲାଭ ମିଳିବ । ଆୟ ବଢିବ । ଶନି-ଶୁକ୍ର-ମଙ୍ଗଳଙ୍କ ଆର୍ଶୀବାଦରୁ ବୈବାହିକ ଜୀବନରେ ମଧୁରତା ଆସିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳିବ । କୋର୍ଟ କଚେରୀ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଯିବ । ପୁରୁଣା ମନୋମାଳିନ୍ୟ ଦୂର ହେବ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link