Shani Vakri 2024: ପୁଣି ଥରେ କୁମ୍ଭରେ ଓଲଟା ଚଳନ କରିବେ ଶନି, ଏହି ୫ ରାଶିଙ୍କ ଉପରେ ପଡ଼ିବ ବଡ଼ ପ୍ରଭାବ

Shani Vakri 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ଶନିଦେବ ସବୁଠୁ ମନ୍ଥର ଗତିରେ ଚଳନ କରନ୍ତି। ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ଅଢେଇ ବର୍ଷ ସମୟ ନିଅନ୍ତି। ବର୍ତ୍ତମାନ, ଶନି କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତା ନଭେମ୍ବର ୧୫ ତାରିଖ ସକାଳ ୬ଟା ୪୦ ମିନିଟ୍ ସମୟରେ ପୁଣି ଥରେ ସେହି ରାଶି(କୁମ୍ଭ) କୁ ଓଲଟା ଚଳନ ବା ବକ୍ରି ହେବ। ଶନିଙ୍କ ଏହି ଚଳନ କିଛି ରାଶି ଉପରେ ବଡ଼ ପ୍ରଭାବ ପକାଇବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ....

Narmada Behera Sat, 03 Aug 2024-10:22 am,
1/5

ମେଷ: ଶନିଙ୍କ ଓଲଟା ଚଳନ ଏହି ରାଶିକୁ ଲାଭବାନ୍ କରାଇବ। ଏହି ଅବଧି ମଧ୍ୟରେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ।  ଦିର୍ଘ ଦିନର ଆଶା ପୂରଣ ହେବ। ଆର୍ଥିକ ଅବସ୍ଥାରେ ସୁଧାର ଆସିବ। କରଜ ବା ଋଣ ପରିଶୋଧ କରିବାରେ ସମର୍ଥ ହେବେ। କଠିନ ପରିଶ୍ରମର ଫଳ ପାଇବେ। ବ୍ୟବସାୟରେ ଆଶାତିତ ଲାଭ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହ ଦରମା ବୃଦ୍ଧି ହୋଇପାରେ। ପୁରୁଣା ବିନିଯୋଗରୁ ଲାଭ ପାଇବା ସହ ପୁରୁଣା ରୋଗରୁ ଉପଶମ ମିଳିବ।

ALSO READ: Career Horoscope Today: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ ଏହିସବୁ ରାଶି, ମିଳିବ ପଦୋନ୍ନତି ସହ ...

2/5

ବୃଷ: ବୃଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଶନିଦେବ ଶୁଭଫଳ ପ୍ରଦାନ କରିବେ। ଏହି ସମୟ ବ୍ୟବସାୟୀଙ୍କ ପାଇଁ ଅନୁକୂଳ ରହିବ। ଯଦି ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି । ତେବେ, ଏହି ସମୟ ଶୁଭ ରହିବ। ଦିର୍ଘ ଦିନଧରି ଅଟକି ରହିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ। ବିଦେଶ ଯାତ୍ରାର ଯୋଗ ରହିଛି ।  ବେକାରିମାନେ ଭଲ ନିଯୁକ୍ତି ସୁଯୋଗ ପାଇବେ। ଯେଉଁ ମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ଭଲ ରେଜଲ୍ଟ ପାଇବେ। ସ୍ବାମ୍ବୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦର ଅନ୍ତ ଘଟିବ। ପାରିବାରିକ ଜୀବନ ସୁଖମୟ ହେବ।

3/5

ସିଂହ: ଶନିଙ୍କ ଓଲଟା ଚଳନ ଏହି ରାଶିର ଭାଗ୍ୟ ଉଦୟ କରିବ। ଧୌର୍ଯ୍ୟ ଓ ନିଷ୍ଠା ର ସହ ସମସ୍ତ କାର୍ଯ୍ୟ କଲେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଶତ୍ରୃ ରଚିଥିବା ଷଡଯନ୍ତ୍ରର ଶିକାର ହୋଇପାରନ୍ତି । ତେଣୁ ସତର୍କତାର ସହ ଚଳିବାକୁ ପଡିବ।  କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବା ସହ ଆୟ ବୃଦ୍ଧି ପାଇବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା ଜମିଜମା ବିବାଦର ଅନ୍ତ ଘଟିବ। ଏହି ସମୟ ମଧ୍ୟରେ ନୂତନ ଘର କ୍ରୟ କରିପାରନ୍ତି। 

4/5

ତୁଳା: ତୁଳା ରାଶିର ଲୋକଙ୍କୁ ଶନିଦେବ ମିଶ୍ରିତ ଫଳ ପ୍ରଦାନ କରିବେ। ସରକାରୀ ଚାକିରିଆ ଓ ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। କୌଣସି ବଡ଼ ନିସ୍ପତି ନେବା ପୂର୍ବରୁ ପିତାମାତା ବା ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ପ୍ରେମୀମାନଙ୍କ ପାଇଁ ସମୟ  ଅନୁକୂଳ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ। ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 

5/5

କୁମ୍ଭ: ଶନିଙ୍କ ଶୁଭଦୃଷ୍ଟି ଏହି ରାଶି ଉପରେ ମଧ୍ୟ ରହିବ। ଏହି ଅବଧି ମଧ୍ୟରେ ନୂତନ ଗାଡି କିମ୍ବା ଘର କ୍ରୟ କରିପାରନ୍ତି। ରିୟଲି-ଇଷ୍ଟେଟ୍ ବ୍ୟବସାୟୀ ଓ ଠିକା କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ବିଶେଷ ଶନିଙ୍କ ଓଲଟା ଚଳନରୁ ଅଧିକ ଲାଭବାନ୍ ହେବେ। ରିୟଲି-ଇଷ୍ଟେଟ୍ ବ୍ୟବସାୟୀଙ୍କୁ ନୂଆ ପ୍ରୋଜେକ୍ଟ ମିଳିପାର। ଯାହା ଆୟକୁ ଦ୍ବି ଗୁଣିତ କରିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ବଢିବ। ସ୍ବାସ୍ଥ୍ୟଭଲ ରହିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link