Weekly Special Horoscope: ସେୟାର ମାର୍କେଟରୁ ପାଇବେ ଭଲ ରିଟର୍ଣ୍ଣ, କମାଇବେ ମୋଟା ଅଙ୍କର ଟଙ୍କା; ପଢ଼ନ୍ତୁ କିପରି ରହିବ ଆପଣଙ୍କ ଆଗାମୀ ସାପ୍ତାହ?

Weekly Special Horoscope 16 December to 22 December 2024: ନଭେମ୍ବର ତୃତୀୟ ସପ୍ତାହ କିଛି ରାଶିଙ୍କ ପାଇଁ ଖାସ୍ ରହିବ। କାହିଁକିନା, ଆଜିଠାରୁ ଗ୍ରହମାନଙ୍କର ରାଜକୁମାର ବୁଧଙ୍କର ଓଲଟା ଚଳନ ହେବେ। ନୂଆ ସପ୍ତାହରେ -ଚନ୍ଦ୍ର -ମିଥୁନ ରୁ କନ୍ୟା ରାଶିକୁ ଚଳନ କରିବେ। ବୁଧଙ୍କ ଓଲଟା ଚଳନ ଓ ଚନ୍ଦ୍ରଙ୍କ ରାଶି ପରିବର୍ତ୍ତନ ହେତୁ ଏକାସାଙ୍ଗରେ ୨ ରାଜଯୋଗ ଗଠନ ହେବେ। ଏହି ରାଜଯୋଗ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଶୁଭ ରହିବ। ତେବେ, ଆସନ୍ତୁ ଜାଣିବା ୧୨ଟି ରାଶିଙ୍କ ପାଇଁ ନୂଆ ସପ୍ତାହରେ କିପରି ରହିବ ଆର୍ଥିକ, ସ୍ବାସ୍ଥ୍ୟବସ୍ଥା ଓ ବ୍ୟବସାୟିକ ସ୍ଥିତି । ଜାଣନ୍ତୁ ନିଜର ସାପ୍ତାହିକ ରାଶିଫଳ...

Narmada Behera Dec 15, 2024, 11:46 AM IST
1/12

ମେଷ:  ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଶୁଭ ରହିବ। କ୍ୟାରିୟରରେ ଆଶା କରୁଥିବା ଉନ୍ନତି ପାଇବେ। ଯାହା ପାଇଁ ଆପଣ ଦୀର୍ଘ ସମୟ ଧରି ଚେଷ୍ଟା କରୁଛନ୍ତି । ଆର୍ଥିକ ଦୃଷ୍ଟିକୋଣରୁ, ସପ୍ତାହ ଆରମ୍ଭ ଭଲ ରହିବ। ଟଙ୍କା ଆସିବ ଏବଂ ଆପଣ ବ୍ୟବସାୟ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ । ଛାତ୍ରମାନଙ୍କ ପାଇଁ ସପ୍ତାହଟି ଶୁଭ ହେବ। ଯଦି ଆପଣ କୌଣସି ପ୍ରକାରର ରେଜଲ୍ଟକୁ ଅପେକ୍ଷା କରନ୍ତି। ତେବେ, ଭଲ ରେଜଲ୍ଟ ପାଇବେ। ବଡ ଭାଇ କିମ୍ବା ପିତାଙ୍କ ସହ କିଛି ଯୁକ୍ତିତର୍କ ହେବାର ସମ୍ଭାବନା ଅଛି। ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ସବୁ ସମସ୍ୟାର ସମାଧାନ ହେବେ। ସ୍ବାସ୍ଥ୍ୟବସ୍ଥା ଭଲ ରହିବ ନାହିଁ।  ଛାତିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି, ଯେଉଁ କାରଣରୁ ଆପଣଙ୍କୁ ମେଡିକାଲ୍ ଯିବାକୁ ପଡିପାରେ। 

ALSO READ: Viral Video: ଇନଷ୍ଟା ଗାର୍ଲ ତେଜୁଙ୍କ ପରେ ଆଉ ଜଣେ ଇନଷ୍ଟା କୁଇନ୍-ଙ୍କ ଭିଡିଓ ହେଲା ଭାଇରାଲ୍, ଦେଖନ୍ତୁ

ALSO READ: Shani Gochar 2025: ୨୦୨୫ ରେ ୫ରାଶିଙ୍କ ଉପରେ ଟଙ୍କା ବର୍ଷା କରିବେ ଶନିଦେବ, ପୂରଣ ହେବ ସବୁ ସ୍ବପ୍ନ!

2/12

  ବୃଷ:  ଏହି ରାଶିର ଲୋକମାନଙ୍କ ପାଇଁ ନୂଆ ସପ୍ତାହ ଠିକ୍-ଠାକ୍ ରହିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ଇର୍ସାପରାୟଣ ଭାବ ଦେଖାଇବେ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ।  ୧୭ ଡିସେମ୍ବର ପର୍ଯ୍ୟନ୍ତ ବ୍ୟବସାୟିକ ସ୍ଥିତି ସ୍ୱାଭାବିକ ରହିବ କିନ୍ତୁ ଏହା ପରେ ବ୍ୟବସାୟରେ ଅଗ୍ରଗତି ହେବେ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଶୁଭ ରହିବ। ସୋସିଆଲ୍ ମିଡିଆ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ଯେଉଁମାନେ ସେୟାର ମାର୍କେଟ୍ ରେ ଟଙ୍କା ବିନିଯୋଗ କରିବା ପାଇଁ ଚାହୁଁଛନ୍ତି। ସେମାନେ ଏହି ସମୟରେ କଲେ ଭଲ ରିଟର୍ଣ୍ଣ ପାଇବେ। ନୂଆ ଜମି କିଣିବେ। ସ୍ବାସ୍ଥ୍ୟରେ ଉନ୍ନତି ହେବ। 

3/12

  ମିଥୁନ: ରାଶିର ଲୋକମାନେ ସେମାନଙ୍କର ଜ୍ଞାନ ବୃଦ୍ଧି କରିବାର ସୁଯୋଗ ପାଇବେ । କିଛି ନୂତନ ଜ୍ଞାନ କୌଶଳ ଶିଖିବାରେ ସକ୍ଷମ ହେବେ। ବ୍ୟବସାୟୀମାନେ ପୁଞ୍ଜି ବିନିଯୋଗ କରିବା ପାଇଁ ଭଲ ସମୟ ରହିବ। ଏକ ବଡ ପ୍ରୋଜେକ୍ଟ ପାଇବାର ସମ୍ଭାବନା ଅଛି। ଯେଉଁଥିରେ ଆପଣ ନିଜ ସଞ୍ଚୟ ମଧ୍ୟ ଖର୍ଚ୍ଚ କରିପାରିବେ ।  ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେଦେ। ବୟସ୍କ ସମସ୍ତ ଲୋକଙ୍କୁ ସମ୍ମାନ ଦିଅ ଏବଂ ତୁମଠାରୁ ସାନ ଲୋକଙ୍କୁ ସ୍ନେହ କର।  ଅତ୍ୟଧିକ ଅଫିସ୍ କାମ ଯୋଗୁଁ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଖରାପ ହେବ। ତେଣୁ ବିଶ୍ରାମ ନେବା ଜରୁରୀ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। 

4/12

  କର୍କଟ:  ଏହି ରାଶିର ଲୋକମାନଙ୍କ ନୂଆ ସପ୍ତାହ ବେଶ୍ ଭଲ ରହିବ। ବ୍ୟବସାୟ ସ୍ଥିତିରେ ଉନ୍ନତି ଆଣିବା ପାଇଁ କରାଯାଇଥିବା ପ୍ରୟାସ ଫଳପ୍ରଦ ହେବ।  କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଭଲ ରହିବ। ଏହି ସପ୍ତାହରେ, ଯୁବକମାନେ ସେମାନଙ୍କର ଅଧିକାଂଶ ସମୟ ନିଜ ସାଥୀଙ୍କ ସହ  ଅତିବାହିତ କରିବେ। ଯେଉଁମାନେ ଅବିବାହିତ ଅଛନ୍ତି। ସେମାନଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ସମର୍ଥନ ପାଇବେ। ସପ୍ତାହ ଶେଷ ବେଳକୁସାମାନ୍ୟ ମୁଣ୍ଡବିନ୍ଧା ଏବଂ କାନ୍ଧରେ ଯନ୍ତ୍ରଣା ଅନୁଭବ କରିବେ। 

5/12

ସିଂହ : ନୂଆ ସପ୍ତାହଟି ଆପଣଙ୍କ ପାଇଁ ବେଶ୍ ଆନନ୍ଦଦାୟକ ରହିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ।  ଆପଣଙ୍କ ବ୍ୟବସାୟିକ ପ୍ରତିଦ୍ବନ୍ଦୀମାନେ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି। ବ୍ୟବସାୟରେ ଆଶାନୁରୂପକ ଫଳପାଇବେ ନାହିଁ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ଯେଉଁମାନେ ଚାକିରି ବଦଳାଇବାକୁ  ଚାହୁଁଛନ୍ତି। ସେମାନେ ନିଜ ପ୍ରୟାସରେ ସଫଳ ହେବେ। ଶିକ୍ଷକ, ଡାକ୍ତରୀ, ରିସର୍ଚ୍ଚ , ସାହିତ୍ୟ  ଓ କଳା କ୍ଷେତ୍ରରେ ଜଡିତ ଲୋକେ ନିଜ କର୍ମକ୍ଷେତ୍ରରେ ଜଶ ଲାଭ କରିବେ। ପାରିବାରିକ ଜୀବନ ଭଲ ରହିବ। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବ। ସେୟାର ବଜାରରୁ ଅଧିକ ଟଙ୍କା ଲାଭ ପାଇବେ। 

6/12

କନ୍ୟା:  ବ୍ୟବସାୟିକ ଦୃଷ୍ଟି କୋଣରୁ ସପ୍ତାହଟି ଅତ୍ୟନ୍ତ ଭଲ ରହିବ। ବ୍ୟବସାୟିକ ଦୃଷ୍ଟିକୋଣରୁ କିଛି ଚ୍ୟାଲେଂଜର ସାମ୍ନା କରିବାକୁ ପଡିପାରେ।  କର୍ମକ୍ଷେତ୍ରରେ ମହିଳା ମାନେ ନିଜ କାର୍ଯ୍ୟ ପାଇଁ ସମ୍ମାନୀତ ହୋଇପାରନ୍ତି। ସପ୍ତାହ ଶେଷଭାଗରେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେଶ ଅଂଶ ଗ୍ରହଣ କରିପାରନ୍ତି।  ସପ୍ତାହ ଶେଷବେଳକୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଭୋଗିପାରନ୍ତି। ତେଣୁ ସ୍ବାସ୍ଥ୍ୟକୁ ନେଇ ସଚେନତ ରୁହନ୍ତୁ। ପ୍ରେମୀଙ୍କ ଲାଗି ସମୟ ଖାସ୍ ରହିବ। ବୈବାହିକ ଜୀବନ ସୁଖମୟ ହେବ। 

7/12

ତୁଳା:  ବ୍ୟାଙ୍କିଂ,ଏଲଆଇସି ଓ ମାର୍କେଟିଂ କ୍ଷେତ୍ରରେ ଥିବା ଲୋକେ ନିଜ ଟାର୍ଗେଟ୍ ପୂରା କରିବାରେ ସଫଳ ହେବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ ରହିବ। ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ପ୍ରେମୀମାନେ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ସ୍ବାସ୍ଥ୍ୟ ଭଲ ରହିବ।  

8/12

ବିଛା:  ନୂଆ ସପ୍ତାହରେ ଏହି ରାଶିର ଲୋକଙ୍କ ପାଇଁ ଅଧିକ ଯନ୍ତ୍ରଣା ଦାୟକ ରହିବ। ତରବରିଆ ହୋଇ କୌଣସି ନିସ୍ପତ୍ତି ନିଅନ୍ତୁ ନାହିଁ। ନଚେତ୍ ପସ୍ତେଇବେ।  ବିଶେଷକରି, ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ, ନଚେତ୍ କର୍ମକ୍ଷେତ୍ରର ବିବାଦ ଦେଖାଦେଇପାରେ। କୌଣସି କଥାକୁ ନେଇ ବରିଷ୍ଠ ଅଧିକାରୀ କିମ୍ବା ସହକର୍ମୀଙ୍କ ଯୁକ୍ତିତର୍କ ହୋଇପାରେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଖାସ୍ ରହିବ ନାହିଁ। ପାର୍ଟନର-ସିପରେ ଚାଲିଥିବା ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି।  ଘରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହୋଇପାରେ।  ସପ୍ତାହ ଶେଷ ଭାଗରେ ମହିଳାମାନେ କର୍ମକ୍ଷେତ୍ରରେ ଅସୁବିଧାରେ ପଡିପାରନ୍ତି। ନିଜ ସାଙ୍ଗ ସାଥୀମାନଙ୍କ ସହ ପିକନିକ୍ ଯିବେ। ମାନସିକ ଶାନ୍ତି ନଥିଲେ ମଧ୍ୟ ବୌବାହିକ ଜୀବନ ସୁଖମୟ ହେବ। 

9/12

  ଧନୁ:  ନୂଆ ସପ୍ତାହରେ କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିପାରେ। ବିଶେଷକରି, ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କ ସ୍ବପ୍ନ ପୂରଣ ହେବ। କର୍ମକ୍ଷେତ୍ରରେ ଅଟକିଥିବା ପଦୋନ୍ନତି ମିଳିବ।  ବ୍ୟବସାୟୀମାନେ କୌଣସି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡିପାରେ। ନୂଆ ଜମି କ୍ରୟ କରିବାର କରିବେ। ଯେଉଁମାନେ ଜମିବିକ୍ର ବଟା କାରବାରରେ ଜଡିତ  ଅଛନ୍ତି । ସେମାନେ ଲାଭବାନ୍ ହେବେ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ସାହାର୍ଯ୍ୟ ମିଳିବ। ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ରହିବ। ଯଦି ଆପଣ କାହାକୁ ପ୍ରେମ ନିବେଦନ କରିବାକୁ ଚାହୁଛନ୍ତି । ତେବେ,ନୂଆ ସପ୍ତାହରେ ସେହି କାର୍ଯ୍ୟରେ କରନ୍ତୁ ସଫଳ ହେବେ। ନିଜ ସାଥୀଙ୍କ ସହ ସମୟ ଅନୁକୂଳ ରହିବ।  ସ୍ବାସ୍ଥ୍ୟ ଭଲ ରହିବ। 

10/12

  ମକର:  ବ୍ୟବସାୟୀଙ୍କ ପାଇଁ ନୂଆ ସପ୍ତାହ ଅନୁକୂଳ ରହିବ। ବ୍ୟବସାୟ ବିସ୍ତାର କରିବାରେ ସଫଳ ହେବେ। ନିଜ ବନ୍ଧୁ ବାନ୍ଧକଙ୍କ ହୋଇଥିବା ମନମାଳିନ୍ୟ ଦୂର ହେବ।  ରାଜନୀତିରେ ଜଡିତ ଥିବା-ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଲାଭଦାୟୀ ରହିବ। ବିଶେଷକରି ଏହି ସମୟ ମଧ୍ୟରେ କୌଣସି ବଡ଼ ପଦ ଦଳ ପକ୍ଷରୁ ମିଳିପାରେ। ଦିର୍ଘ ଦିନର ଆଶା ପୂରଣ ହେବାକୁ ଯାଉଛି। ନୂଆ ଘର କିଣିବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ନୂଆ ସପ୍ତାହରେ ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। 

11/12

କୁମ୍ଭ: କୁମ୍ଭ ରାଶିଙ୍କ ପାଇଁ ଆଗମୀ ସପ୍ତାହ ବେଶ୍ ଖାସ୍ ରହିବ। ସପ୍ତାହର ପ୍ରଥମାର୍ଦ୍ଧରେ ବ୍ୟବସାୟୀମାନେ କୌଣସି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିବେ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ଯେଉଁମାନେ ବିଦେଶରେ ପାଠ ପଢିବାକୁ ଚାହୁଁଛନ୍ତି। ସେମାନଙ୍କ ଆଶା ପୂରଣ ହେବ।  ସପ୍ତାହ ଶେଷ ବେଳକୁ କୌଣସି ବାଦ ବିବାଦ ଠାରୁ ନିଜକୁ ଦୂରେଇ ରଖିବା ଉଚିତ୍ । କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରିବା ପୂର୍ବରୁ ଏକ୍ସପର୍ଟଙ୍କ ପରାମର୍ଶ ନିଅନ୍ତୁ। ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ ଅଘଟଣ ଘଟିବାର ସମ୍ଭାବନା ରହିଛି। 

12/12

ମୀନ:  ଏହି ରାଶିର ଲୋକମାନେ ନୂଆ ସପ୍ତାହରେ ପ୍ରତ୍ୟକ କାର୍ଯ୍ୟରେ ଭଲ ଫଳାଫଳ ପାଇବାକୁ ଯାଉଛନ୍ତି। ଦିର୍ଘ ଦିନର କାର୍ଯ୍ୟ ଶେଷ କରିବାରେ ସମର୍ଥ ହେବେ। କୌଣସି ପ୍ରକାର ଦାମୀ ଜିନିଷ କ୍ରୟ କରିବେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବା ଉଚିତ୍ । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହୋଇପାର। କଠିନ ପରିଶ୍ରମ କରିବାକୁ ପଡିପାରେ। ସପ୍ତାହର ଦ୍ବୀତିୟାଦ୍ଧରେ ପରିବାରିକ ସମ୍ପର୍କ ଉପରେ ଧ୍ୟାନ ଦେବକୁ ପଡିବ। ନଚେତ ଟଙ୍କା ପଇସାକୁ ନେଇ ପରିବାର ଲୋକଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ପ୍ରେମୀଙ୍କ ପାଇଁ ସମୟ ଖାସ୍ ରହିବ।  ସପ୍ତାହମଧ୍ୟ ଭାଗରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।     (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link