Weekly Special Horoscope: ନୂଆ ସପ୍ତାହରେ ଶୁଭଫଳ ପାଇବେ ୫ ରାଶି, ଚାକିରିଆ ପାଇବେ ପଦୋନ୍ନତି ସହ...

Weekly Special Horoscope: ଶେଷ ହେବାକୁ ଯାଉଛି ନଭେମ୍ବର ମାସ। ମାସର ଶେଷ ସପ୍ତାହରେ ଏକାଧିକ ଗ୍ରହ ରାଶି ଓ ନକ୍ଷେତ୍ର ପରିବର୍ତ୍ତନ କରିବେ। ଫଳରେ ଗୁରୁ ପୌଷ୍ୟ ଯୋଗ ସହ ଶଶ ରାଜଯୋଗ ଓ ଗୌରୀ ଯୋଗର ଗଠନ ହେବ। ଏହି ତିନି ଯୋଗର ପ୍ରଭାବ ୧୨ଟି ରାଶିଙ୍କ ଉପରେ ରହିବ। ତେବେ, ନୂଆ ସପ୍ତାହରେ କିଭଳି ରହିବ ୧୨ ରାଶିଙ୍କ ଆର୍ଥିକ, ବ୍ୟବସାୟିକ ଓ ସ୍ବାସ୍ଥ୍ୟବସ୍ଥା । ଆସନ୍ତୁ ଜାଣିବା...

Narmada Behera Sat, 23 Nov 2024-12:40 pm,
1/12

  ମେଷ: ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଅନୁକୂଳ ରହିବ। ପୂର୍ବ ନିର୍ଦ୍ଦାରିତ ଯୋଜନାକୁ କାର୍ଯ୍ୟକାରୀ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ନେଇ ଖୁସି ଖବର ପାଇବେ। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଚେଷ୍ଟା କରନ୍ତୁ ସଫଳତା ନିଶ୍ଚୟ ପାଇବେ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ସପ୍ତାହ ଶେଷ ଭାଗରେ ସପିଂରେ ଅଧିକ ପଇସା ଖର୍ଚ୍ଚ ହୋଇପାରେ।  ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପ୍ରେମ ଜୀବନ ଭର ରହିବା ସହ ବୈବାହିକ ଜୀବନ ସୁଖମୟ ହେବ।    ALSO READ: ପ୍ରଥମାଷ୍ଟମୀରେ ପଡି଼ଛି ତିନି ଶୁଭଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବଢିବ ବ୍ୟାଙ୍କ୍ ବାଲାନ୍ସ!   ALSO READ: Gold Rate Today: ୫୯ ହଜାରରେ ଡେଇଁଲା ଭରି ପିଛା ମୂଲ୍ୟ, ଜାଣନ୍ତୁ ଭୁବନେଶ୍ୱରରେ ଆଜି କେତେ ରହିଛି ସୁନା ରେଟ୍?

2/12

ବୃଷ: ଆଗାମୀ ସପ୍ତାହ ବ୍ୟସ୍ତତା ଭିତରେ କଟିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଶୁଭ ରହିବ।  ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡିପାରେ। ଯେଉଁମାନେ ଦିର୍ଘ ଦିନ ହେବ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଭଲ ରହିବ।  କ୍ୟାରିୟର କୁ ନେଇ କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେବାକୁ ପଡିପାରେ। କୌଣସି କାର୍ଯ୍ୟ ପାଇଁ ଗୁରୁଜନଙ୍କ ଠାରୁ ପରାମର୍ଶ ନେଇପାରନ୍ତି। ପ୍ରେମୀଙ୍କ ପାଇଁ ସମୟ ଭଲ ରହିବ। ଅବିବାହିତମାନେ ସପ୍ତାହର ପ୍ରଥମାର୍ଦ୍ଧରେ ଭଲ ଜୀବନ ସାଥୀ ପାଇବେ। କିନ୍ତୁ ପାରିବାରିକ ଜୀବନ ଏତେ ଖାସ୍ ରହିବ ନାହିଁ।  ସପ୍ତାହର ଦ୍ବୀତିୟାର୍ଦ୍ଧରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଫଳରେ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ। 

3/12

ମିଥୁନ :  ନୂଆ ସପ୍ତାହ ଏହି ରାଶି ପାଇଁ  ବେଶ୍ ଖାସ୍ ରହିବ।  ବିଶେଷକରି, କ୍ୟାରିୟର ଦୃଷ୍ଟିକୋଣରୁ ଆସନ୍ତା ସପ୍ତାହ ଭଲ ରହିବ। ଯେଉଁମାନେ ବିଦେଶରେ ବ୍ୟବସାୟ କରୁଛନ୍ତି । ସେମାନେ ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରିବାର ସମର୍ଥ ହେବେ। ବ୍ୟବସାୟରେ ଅଗ୍ରଗତି କରିବେ। ଘରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହେବ। ଇଶ୍ବରଙ୍କ ଉପରେ ଆଶା ଓ ଭରସା ବୃଦ୍ଧି ପାଇବ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ବିଦେଶରେ ପାଠ-ପଢିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ପ୍ରେମୀମାନେ ନିଜ ସାଥୀଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ବୈବାହିକ ଜୀବନ ଅଧିକ ସୁଖମୟ ହେବ। 

4/12

କର୍କଟ: ନୂଆ ସପ୍ତାହରେ ଏହି ରାଶିଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ।  କର୍ମକ୍ଷେତ୍ରରେ ଉଭୟ ଜୁନିୟର ଓ ସିନିୟର ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ। ଆୟ ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ ଯୋଜନା କାର୍ଯ୍ୟକାରୀ କଲେ ଅଧିକ ଲାଭ ପାଇବେ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ପ୍ରେମୀଙ୍କ ପାଇଁ ସମୟ ଶୁଭ ରହିବ।   

5/12

ସିଂହ:  ନୂଆ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ।  କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିବ।  ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିବେ।  ବ୍ୟବସାୟୀମାନେ ବାକି ପଡିଥିବା ଟଙ୍କାକୁ ନେଇ ପାଇବା ନେଇ ଟେନସନରେ ରହିବେ।   ଦିର୍ଘ ଦିନ ଧରି ଲାଗି ରହିଥିବା ଅସୁସ୍ଥତା ଦୂର ହେବ। ବୈବାହିକ ଜୀବନ ସୁଖମୟ ହେବ। ସେୟାର ବଜାର ଓ ଲଟେରୀ ରୁ ଲାଭ ପାଇବେ। ସପ୍ତାହର ଦ୍ବୀତିୟାର୍ଦ୍ଧରେ ନିଜ ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଅବିବାହିତ ଲୋକମାନେ ନିଜ ସାଥୀଙ୍କ ସହ ଭଲ ସମୟ ବିତେଇବେ।

6/12

କନ୍ୟା: କନ୍ୟା ରାଶିଙ୍କ ପାଇଁ ଆଗାମୀ ସପ୍ତାହ ଆଦୌ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଅଶାନ୍ତିର ବାତାବରଣ ରହିବ। ସହକର୍ମୀଙ୍କ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି। ତେଣୁ ନିଜ ସହକର୍ମୀଙ୍କ ସହ କଥା ହେଉଥିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ସପ୍ତାହରେ ଦ୍ବୀତିୟାର୍ଦ୍ଦରେ ନିଜ ପରିବାର ସହିତ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ବ୍ୟବସାୟିକ ଦୃଷ୍ଟି କୋଣରୁ ସମୟ ଭଲ ରହିବ। ସପ୍ତାହ ଆରମ୍ଭରୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ସନ୍ତୁଳିତ ଖାଦ୍ୟ ଓ ବ୍ୟାୟାମ୍ କରନ୍ତୁ। ପ୍ରେମୀମାନେ ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। 

7/12

ତୁଳା:  ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ସପ୍ତାହ ଶେଷଭାଗରେ, ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବେ। ଯାହାଙ୍କ ପାଖରୁ କୌଣସି ପ୍ରକାର ବଡ଼ ସାହାର୍ଯ୍ୟ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା ଜମିବାଡ଼ି ବିବାଦର ସମାଧାନ ହେବ।  ପ୍ରେମ- ଜୀବନ ଶୁଭ ରହିବ। ନିଜ ସାଥୀଙ୍କ ଠାରୁ ବିବାହ ପ୍ରସ୍ତାବ ପାଇ ମନ ଖୁସି ରହିବ। ସ୍ବାସ୍ଥ୍ୟ ଜନିକ ସମସ୍ୟା ଦେଖାଦେଇପାରେ। 

8/12

  ବିଛା: କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। କ୍ରୋଧକୁ ନିୟନ୍ତ୍ରଣ ନ କଲେ ପାରିବାରିକ କହଳର ସାମ୍ନା କରିବାକୁ ପଡିପାରେ।  କାହା ସହ ଥଟ୍ଟା-ପରିହାସ ମଧ୍ୟ କରନ୍ତୁ ନାହିଁ। ନଚେତ୍ ଅଯଥା କଳହ ର ସାମ୍ନା କରିପାରନ୍ତି।  ସପ୍ତାହର ମଧ୍ୟ ଭାଗରେ ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରିବେ। ବିଶେଷକରି, ବିଦେଶରେ ଚାକିରି କରିବାକୁ ମନ ବଳାଉଛନ୍ତି ସେମାନଙ୍କ ଆଶା ପୂରଣ ହେବ।  ସପ୍ତାହ ଶେଷରେ ବିବାହିତ ଲୋକମାନେ ନିଜ ସାଥୀଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ପ୍ରେମୀମାନଙ୍କ ପାଇଁ ସମୟ ସେତେଟା ଖାସ୍ ରହିବ ନାହିଁ। 

9/12

ଧନୁ: ଏହି ରାଶିର ଲୋକଙ୍କ ପାଇଁ ନୂଆ ସପ୍ତାହ ଅଶୁଭ ସାବ୍ୟସ୍ତ ହୋଇପାରେ।  ଆର୍ଥିକ ସ୍ଥିତି ବିଗିଡିବ। ବ୍ୟବସାୟୀମାନେ ବ୍ୟବସାୟ ବୃଦ୍ଧି କରିବା ଯୋଜନାରେ କ୍ଷତି ସହିପାରନ୍ତି। ଟଙ୍କା ବିନିଯୋଗ ପାଇଁ ସମୟ ଖାସ୍ ରହିବ ନାହିଁ। ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ୍ କୌଣସି ପ୍ରକାରର ଅଘଟଣର ସାମ୍ନା କରିପାରନ୍ତି। ଦେହ ଅସୁସ୍ଥ ଥିବାରୁ କର୍ମକ୍ଷେତ୍ରରେ କ୍ଲାନ୍ତି ଅନୁଭବ କରିବେ। କାମରେ ମନ ଲାଗିବ ନାହିଁ। ଟଙ୍କା-ପଇସାକୁ ନେଇ ପରିବାରରେ କଳହ ସୃଷ୍ଟି ହୋଇପାରେ।  ଯଥା ସମ୍ଭବ-ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ପ୍ତାହ ଶେଷ ବେଳକୁ ନିଜ ପୁରୁଣା ବନ୍ଧୁଙ୍କ ସହ ଦେଖାହୋଇପାରେ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହେବ। 

10/12

ମକର:  ନୂଆ ସପ୍ତାହରେ କୌଣସି କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ।  ହେବାକୁ ଥିବା କାର୍ଯ୍ୟ ବିଗିଡି ଯାଇପାରେ।  କୋର୍ଟ କଚେରୀ କାମରେ ସଫଳତା ମିଳିବ । ଅଫିସରେ ବରିଷ୍ଠ କର୍ମଚାରୀମାନେ ଆପଣଙ୍କ କାମରେ ଖୁସି ହେବେ । ଲଭମେଟଙ୍କ ପାଇଁ ସପ୍ତାହଟି ଭଲ ରହିବ । ବ୍ୟବସାୟିକ କ୍ଷେତ୍ରରେ ଆଖି ବୁଜି କାହାକୁ ବିଶ୍ୱାସ କରିବେ ନାହିଁ, ନଚେତ୍‌ କ୍ଷତିରେ ପଡିପାରନ୍ତି । ସପ୍ତାହଟିକୁ ଜଗିରଖି ଚଳିବେ ।

11/12

  କୁମ୍ଭ:  ସପ୍ତାହ ଆରମ୍ଭରୁ ସହକର୍ମୀଙ୍କ ସହ ବାଦ ବିବାଦ ଦେଖାଦେବ। କିନ୍ତୁ କଠିନ ପରିଶ୍ରମର ଫଳ ମିଳିବ ନାହିଁ।  ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଚାକିରି ମିଳିବ। ଆୟ-ବ୍ୟୟ ସାମନ ରହିବ। ବ୍ୟବସାୟୀମାନେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ ଯଦି କରୁଛନ୍ତି । ତେବେ, ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ କରନ୍ତୁ ନଚେତ୍ କ୍ଷତି ସହିବେ। ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତ ହେବେ। ସପ୍ତାହର ଦ୍ବୀତିୟାର୍ଦ୍ଧରେ ଅସୁସ୍ଥତା ଅନୁଭବ କରିବେ।  ପୁରୁଣା ରୋଗ କଷ୍ଟ ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ପ୍ରତିକୂଳ ରହିବ। ସାଥୀଙ୍କ ଠାରୁ ଧୋକା ମିଳିପାରେ। ବୈବାହିକ ଜୀବନ ସୁଖମୟ ହେବ। 

12/12

  ମୀନ:  ନୂଆ ସପ୍ତାହରେ ଦିର୍ଘ ଦିନର ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ କୌଣସି ଅଯଥା ଯୁକ୍ତିତର୍କ ହୋଇପାରେ। ନିଜ ରାଗ-କ୍ରୋଧକୁ ନିୟନ୍ତ୍ରଣରେ ରଖିବା ସହ ପରିସ୍ଥିତିକୁ ଧୌର୍ଯ୍ୟର ସହକାରେ ମୁକାବିଲା କରିବାକୁ ପଡିବ।  ରାଗରେ କୌଣସି ଗୁରୁତ୍ବପୂର୍ଣ୍ଣ ନିସ୍ପତି ନିଅନ୍ତୁ ନାହିଁ।  ଏହି ସମୟ ମଧ୍ୟରେ ନୂତନ ଗାଡି କ୍ରୟ କରିବେ। ସମ୍ପର୍କୀୟଙ୍କ ସହ ଲାଗି ରହିଥିବା ବିବାଦର ଅନ୍ତ ହେବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ସପ୍ତାହର ଦ୍ବୀତିୟାର୍ଦ୍ଧରେ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ।      (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link