Shani Dev: ଶନି ସାଢେସାତୀରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ କରନ୍ତୁ ଏହି ୫ ଉପାୟ, ବର୍ଷିବ ଶନିଙ୍କ କୃପା, ମଜବୁତ୍ ହେବ ଆର୍ଥିକ ସ୍ଥିତି!

Shani Dev: ବୈଦିକ ଜ୍ୟୋତି଼ଷ ଶାସ୍ତ୍ରରେ ଅନୁସାରେ, ବନଗ୍ରହ ମଧ୍ୟରୁ ଶନି ଏକ ଗୁରୁତ୍ବପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଯଦି ଜାତକରେ ଶନି ଦୁର୍ବଳ ଥାଆନ୍ତି। ତେବେ, ଜୀବନରେ ନାନାଦି ସମସ୍ୟା ମାଡି଼ ଆସେ। କୌଣସି କ୍ଷେତ୍ରରେ ମଧ୍ୟ ସଫଳତା ମିଳି ନଥାଏ। ଅଶାନ୍ତି ଓ ଦୁର୍ଦ୍ଦଶାରେ ଦିନ କଟି ଥାଏ। ତେଣୁ ଏଭଳି କିଛି ଉପାୟ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯାହା କରିବା ଦ୍ବାରା ଶନିଦେବ ଶାନ୍ତ ହେବା ସହ ଜାତକରୁ ଶନିଦଶା କଟିଥାଏ। ଏବଂ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ତେବେ, ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ....

Narmada Behera Sat, 13 Jul 2024-9:54 am,
1/5

ବୈଦିକ ଜ୍ୟୋତି଼ଷ ଶାସ୍ତ୍ରରେ ଶନିଙ୍କୁ ଶାନ୍ତ କରିବା ସହ  ଶନି ସାଢେସାତୀର ପ୍ରଭାରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ କଳା ରଙ୍ଗର ପୋଷାକ ପରିଧାନ କରନ୍ତୁ। ଏବଂ କଳା କୁକୁର ଓ କାଉକୁ ଦାନା ବା ଖାଦ୍ୟ ଦିଅନ୍ତୁ। ଏବଂ ଅସହାୟକୁ ଯେତେ ସମ୍ଭବ ଦାନ ବା ସାହାର୍ଯ୍ୟ କରନ୍ତୁ। ଏହା କରିବା ଦ୍ବାରା ଶନିଦେବଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ। 

ALSO READ: Career Horoscope Today: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରେ ମିଳିପାରେ ପଦୋନ୍ନତି ସହ ବଢିବ ଦରମା!

2/5

ଶନିବାର ଶନି ମନ୍ଦିର ଯାଇ ଶନିଙ୍କୁ ଦର୍ଶନ କରନ୍ତୁ। ଏବଂ ଶନିଦେବଙ୍କ ମନ୍ତ୍ର ଜପ କରନ୍ତୁ। ଏହା କରିବା ଦ୍ବାରା ଶନି ମହାଦଶା ବା  ଶନି ସାଢେସାତୀର ପ୍ରଭାବରୁ ମୁକ୍ତି ମିଳିଥାଏ। 

 

3/5

ସେହିପରି, ଶନିବାର ଦିନ ପ୍ରାତଃ ସମୟରେ ହନୁମାନ ମନ୍ଦିର ଯାଇ ହନୁମାନ ଚାଲିଶା ପାଠ କରନ୍ତୁ। ଏପରି କରିବା ଦ୍ବାରା ଶନି ଦଶା କଟିବା ସହ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।

4/5

ଶନିବାର ଦିନ ଅଶ୍ୱତ୍ଥବୃକ୍ଷରେ ଜଳ ରାଶି ମିଶା ଜଳ ଚଢାନ୍ତୁ । ଏବଂ ଦୀପ ଜଳାନ୍ତୁ। ଏହା କରିବା ଦ୍ବାରା ଶନି ସାଢେସାତୀରୁ ମୁକ୍ତି ମିଳିଥାଏ। ଆର୍ଥିକ ସ୍ଥିତି ମଜବୁତ୍ ହୋଇଥାଏ। 

5/5

ଶନିବାର ଦିନ କଳା କୁକୁରଙ୍କୁ ସୋରିଷ ତେଲ ଲଗା ରୁଟି ଖାଇବାକୁ ଦିଅନ୍ତୁ। ଯାହା ଦ୍ବାରା ଶନିଦେବଙ୍କ କୃପା ମିଳିଥାଏ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link