Advertisement
Photo Details/zeeodisha/odisha2333761
photoDetails0hindi

Career Horoscope Today: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରେ ମିଳିପାରେ ପଦୋନ୍ନତି ସହ ବଢିବ ଦରମା!

Career Horoscope Today: ଆଜି ଜୁଲାଇ ୧୩ ତାରିଖ,ଶନିବାର। ଶନିଦେବଙ୍କ ଆର୍ଶିବାଦ ଓ ଦିବଦ୍ବାଦଶ ଯୋଗଙ୍କ କାରଣରୁ ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ବେଶ୍ ଖାସ୍ ରହିବ। ବ୍ୟବସାୟରେ ଆଶାତିତ ସଫଳତା ସହ ଏକାଧିକ ଉତ୍ସରୁ ଆୟ ଭଲ ହେବ। ଯଦି ଆଜି ଆପଣ ଅନ୍ୟ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରୁଛନ୍ତି। ତାହା ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। ଏବଂ ଚାକିରିଆ ମାନଙ୍କ ପାଇଁ ଦିନଟି ମଙ୍ଗଳମୟ ହେବ। ତେବେ, ଆସନ୍ତୁ ଜାଣିବା କର୍ମକ୍ଷେତ୍ରରେ କେଉଁ ସବୁ ରାଶିର ଲୋକେ ଆଜି ସଫଳତା ପାଇବେ। ଆଉ କେଉଁ ରାଶିକୁ ଜଗରଖି ଦିନଟି ଚଳିବାକୁ ପଡି଼ବ।...

1/12

ମେଷ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। କାର୍ଯ୍ୟାଳୟରେ ଅଧା ରହିଥିବା କାର୍ଯ୍ୟକୁ ପୂରା କରିବାକୁ ସକ୍ଷମ ହେବେ। କାର୍ଯ୍ୟାଳୟରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ବ୍ୟବସାୟୀମାନେ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଦୂରଯାତ୍ରାରୁ ଲାଭବାନ୍ ହେବେ। ପରୋପକାରରେ ସମୟ ବିତିବ। ବୃଦ୍ଧ ଓ ଅସହାୟ ଲୋକଙ୍କ ପାଇଁ ଟଙ୍କା ଖର୍ଚ୍ଚ କରି ମନକୁ ଆତ୍ମସନ୍ତୋଷ ମିଳିବ।  ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

 

2/12

ବୃଷ:  ଭୁଲ୍ ବୁଝାବଣା ଯୋଗୁଁ କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି। ଯାହାକୁ ନେଇ ଆଜି ଆପଣ ଚାପରେ ରହିବ। ସହକର୍ମୀମାନେ ହଇରାଣ କରିବାକୁ ଚେଷ୍ଠା କରିବେ।  ତରବରିଆ ହୋଇ କୌଣସି ନିସ୍ପତ୍ତି ନିଅନ୍ତୁ ନାହିଁ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।  ଆଜି ବ୍ୟବସାୟୀମାନେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ । ନଚେତ୍ କ୍ଷତି ସହିବାର ସମ୍ଭାବନା ରହିଛି। ନିଜ ପରିବାର ସଦସ୍ୟଙ୍କ ସହ ଭଲ ସମୟ ବିତାଇବେ। ଧାର୍ମିକ କାର୍ଯ୍ୟରେ ମନୋ ବଳାଇବେ। 

 

3/12

ମିଥୁନ: ମିଥୁନ ରାଶିର ଲୋକେ ଆଜି ଦିନରେ ମିଶ୍ରିତ ଫଳ ପାଇବେ। ଶିକ୍ଷା ଓ ରିସର୍ଚ୍ଚ କ୍ଷେତ୍ରରେ ଜଡି଼ତ ଲୋକଙ୍କ ପାଇଁ ଦିନଟି ଭଲ ରହିବ । କୌଣସି ଏକ ସଭା ସମିତିରେ ଯୋଗ ଦେଇ ସମ୍ମାନୀତ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସା ସାଉଁଟିବେ। ଯଦି ବ୍ୟବସାୟରେ କିଛି ନୂତନ ଚିନ୍ତାଧାରା ଉପରେ କାର୍ଯ୍ୟ କରନ୍ତି । ତେବେ, ଉପକୃତ ହେବେ।  ନିଜ ସନ୍ତାନ ମାନଙ୍କ ଠାରୁ ଭଲ ଖବର ପାଇ ମନ ପ୍ରଫୁଲ୍ଲିତ ହେବ। ଆଜି ନିଜ ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ପାଇ ଖୁସି ହେବେ।

 

4/12

କର୍କଟ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ। କର୍ମକ୍ଷେତ୍ରରେ ବିବାଦର ସମ୍ମୁଖିନ ହୋଇପାରନ୍ତି। ଯଥା ସମ୍ଭବ ଆଜି ସହକର୍ମୀଙ୍କ ସହ କମ୍ କଥାବାର୍ତ୍ତା କରିବା ଉଚିତ୍ । ଅଫିସ୍ କାର୍ଯ୍ୟରେ ଟୁର୍ ରେ ଯାଇପାରନ୍ତି। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ମନ ବିଚଳିତ ରହିବ। ପରିବାରରେ ଖୁସିର ମାହୋଲ ଲାଗି ରହିବ।  

 

5/12

ସିଂହ : ଶନିଙ୍କ ଆର୍ଶିବାଦରୁ ଆଜି ଏହି ରାଶିର ଲୋକେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ଶତ୍ରୃଙ୍କ ଷଡଯନ୍ତ୍ର ବିଫଳ ହେବ। ଘରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୋଇପାରେ।  ଦିର୍ଘ ଦିନ ଧରି ଚାଲିଆସୁଥିବା ସମସ୍ୟାର ଅନ୍ତ ଘଟିବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। ଆକସ୍ମିକ ଧନଲାଭର ଯୋଗ ରହିଛି । ପ୍ରେମ ଜୀବନରେ ସଫଳତା ପାଇବେ। ଭଲ ପାଉଥିବା ଜୀବନ ସାଥୀଙ୍କ ସହ ବିବାହ ଠିକ୍ ହୋଇପାରେ। 

 

6/12

କନ୍ୟା :  ଏହି ରାଶିର ଲୋକଙ୍କ ପାଇଁ ଦିନଟି ବହୁତ୍ ଚ୍ୟାଲେଜିଂ ହେବ। କର୍ମକ୍ଷେତ୍ରରେ ବିବାଦର ସାମ୍ନା କରିବେ। ବରିଷ୍ଠ ଅଧିକାରୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ହେବାକୁ ଥିବା ପ୍ରଦୋନ୍ନତି ବି ଅଟକିଯିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ଆୟ ଠାରୁ ବ୍ୟୟ ଅଧିକ ରହିବ। ଜୀବନ ସାଥୀଙ୍କ ସହ କୌଣସି କଥାକୁ ନେଇ ଯୁକ୍ତି ତର୍କ ହୋଇପାରେ। ତେଣୁ ଅଯଥା ଯୁକ୍ତିରୁ ଦୂରେଇ ରହିବା ଭଲ। 

 

7/12

ତୁଳା:  ଆଜି କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିପାରେ। ନିଯୁକ୍ତି ନେଇ ଅଫର ଲେଟର ମିଳିପାରେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ଯୋଗ ରହିଛି। ଗୁପ୍ତ ଶତ୍ରୃମାନେ କ୍ଷତି କରିପାରନ୍ତି। ବ୍ୟବସାୟରେ ବାକି ପଡିଥିବା ଟଙ୍କା ମିଳିବ। ଆକସ୍ମିକ ଧନଲାଭର ଯୋଗ ରହିଛି । ସନ୍ଧ୍ୟା ସମୟରେ ନିଜ ଜୀବନ ସାଥୀଙ୍କ ସହ ଏକ ରୋମାଷ୍ଟିକ୍ ଡେଟ୍ ରେ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। 

 

8/12

ବିଛା: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅଶୁଭ ରହିବ ।  ବ୍ୟବସାୟରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଚୁକ୍ତି ଭାଙ୍ଗି ପାରେ। ବ୍ୟବସାୟରେ ଆଜି କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ଆପଣଙ୍କ କଥାବାର୍ତ୍ତା ଅନ୍ୟକୁ କଷ୍ଟ ପହଞ୍ଚାଇପାରେ। ତେଣୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରିଆମାନେ କର୍ମକ୍ଷେତ୍ରରେ ଚାପରେ ରହିବେ। ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ।  

ALSO READ: Today Horoscope: ଏହି ସବୁ ରାଶିଙ୍କ ପାଇଁ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର ?

9/12

ଧନୁ:ଧନୁ ରାଶିର ଲୋକେ ଆଜି ମିଶ୍ରିତ ଫଳ ପାଇବେ। ଆଶା କରୁଥିବା ଦିଗରୁ ଧନପ୍ରାପ୍ତି ହେବ।  ଆମଦାନୀ -ରପ୍ତାନୀ ବ୍ୟବସାୟରେ ଜଡ଼ିତ ଥିବା ଲୋକେ ଶୁଫଫଳ ପାଇବେ। ବ୍ୟବସାୟରେ ଲାଭ ଦ୍ବି-ଗୁଣିତ ପାଇବେ। ଶତ୍ରୃମାନେ ପରାସ୍ତ ହେବେ। ଆଜି ରାତିରେ କୌଣସି ଏକ ସ୍ଥାନରୁ ଖୁସି ଖବର ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ। 

 

10/12

ମକର:  କର୍ମକ୍ଷେତ୍ରରେ  ବିଜୟୀ ହେବେ। ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଶଂସା କରି ପଦୋନ୍ନତି ଦେଇପାରନ୍ତି। ଦରମା ବୃଦ୍ଧି ହେବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଲାଗି ରହିଥିବା ଜମିଜମା ବିବାଦର ଅନ୍ତ ହେବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ  ନିଅନ୍ତୁ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବ୍ୟବସାୟରେ ସଫଳତା ପାଇବେ।  

 

11/12

କୁମ୍ଭ: କୁମ୍ଭ ରାଶିର ଲୋକଙ୍କ ପାଇଁ ଦିନଟି ବେଶ୍ ଅନୁକୂଳ ରହିବ।  ବ୍ୟବସାୟରେ ଏକ ନୂତନ ଡିଲ୍ କରି ପାରନ୍ତି। ଯାହା ଆପଣଙ୍କୁ ଭଲ ଲାଭ ଦେବେ।  କିନ୍ତୁ ପ୍ରେମୀ ମାନଙ୍କ ପାଇଁ ଦିନଟି ବହୁତ୍ ରୋମାଣ୍ଚିକ୍ ରହିବ। ନିଜ ସୋଲମେଟ୍ ସହ କୌଣସି ଏକ ସ୍ଥାନକୁ ଲଙ୍ଗ୍ ଡ୍ରାଇଭ୍ ରେ ଯାଇପାରନ୍ତି। ଆଜି ଆପଣ କିଛି ଭଲ ଖବର ପାଇବେ। 

12/12

ମୀନ: କର୍ମକ୍ଷେତ୍ରେର ସହକର୍ମୀମାନେ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବେ। ଆପଣ ପଦୋନ୍ନତିର ଆଲୋଚନା ମଧ୍ୟ ଶୁଣିପାରନ୍ତି। ଯାହାକୁ ନେଇ ଆପଣଙ୍କ ମନ ଖୁସି ରହିବ।  ଅଧା ରହିଥିବା କାର୍ଯ୍ୟ ପୂରା କରିବାରେ ସଫଳ ହେବେ। ପରିବାର ଲୋକଙ୍କ ସହ ଦୂରଯାତ୍ରା କରିପାରନ୍ତି।  ଆୟ -ବ୍ୟୟ ସମାନ ରହିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )